Categories: ଜାତୀୟ

ଇଲେକ୍ଟ୍ରିକ କାର କିଣିଲେ ମିଳିବ ଏକ ଲକ୍ଷ ଟଙ୍କା ରିହାତି

ଲକ୍ଷ୍ନୌ,୧୩ ।୧୦: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଗୁରୁବାର କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ପ୍ରାୟ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟର ସହମତି ମିଳିଛି । ଲକ୍ଷ୍ନୌର ଲୋକଭବନରେ ଆୟୋଜିତ ଏହି କ୍ୟାବିନେଟ ବୈଠକରେ ନୂଆ ଇଲେକ୍ଟ୍ରିକ ବାହାନ ନୀତି ୨୦୨୨କୁ ବି ମଞ୍ଜୁରୀ ପ୍ରଦାନ କରାଯାଇଛି ।
କ୍ୟାବିନେଟରେ ଇଲେକ୍ଟ୍ରିକ ବାହନ ନୀତି ୨୦୨୨କୁ ମଞ୍ଜୁରୀ ମିଳିବା ପରେ ଇଲେକ୍ଟ୍ରିକ ଯାନ ଉପରେ ୧୫ ପ୍ରତିଶତ ସବ୍‌ସିଡି ମିଳିବ । ଏହାଦ୍ୱାର ୨ ଲକ୍ଷ ଦୁଇଚକିଆ ଯାନ ଉପରେ ରିହାତି ମିଳିବ । କୁହାଯାଉଛି କି ଦୁଇ ଚକିଆ ଯାନରେ ୫୦୦୦ଟଙ୍କା ରିହାତି ମିଳିପାରେ । ଏହାସହ ୫୦ ହଜାର ୩ ଚକିଆ ଯାନ ଉପରେ ୧୨ ହଜାର ଟଙ୍କାର ରିହାତି ମିଳିବ ଓ ୨୫ ହଜାର ୪ ଚକିଆ ଯାନରେ ୧ ଲକ୍ଷ ଟଙ୍କାର ରିହାତି ମିଳିବ ।

Share