Categories: ଫୁରସତ

ଏକଲାପଣ ଦୂର କରିବାକୁ ଘରକୁ ଏକ କୁକୁର ଆଣିଥିଲେ ଯୁବକ, ସତ ଜଣାପଡ଼ିଲା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ଚାଇନାର ଜଣେ ଯୁବକ ଏକଲାପଣ ଦୂର କରିବା ପାଇଁ ଘରକୁ ଏକ କୁକୁର ଆଣିଥିଲେ। ମାତ୍ର ଏହାର ଠିକ୍‌ ୩ ଦିନ ପରେ ତାଙ୍କ ସହ ଯାହା ଘଟିଲା ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଯାହାକୁ ସେ କୁକୁର ଭାବି ଘରକୁ ଆଣିଥିଲେ ପ୍ରକୃତରେ ସେ ଗୋଟେ ମୂଷା ଥିଲା।

ଏହି ଘଟଣା ସମ୍ପର୍କରେ ଯୁବକ ଜଣକ ନିଜେ ସୋସିଆଲ ମିଡିଆରେ ଭିଡିଓ ଶେୟାର କରି ପ୍ରକାଶ କରିଛନ୍ତି। ଏହାର ଉତ୍ତରରେ, ଅନ୍ୟ ଜଣେ ଲେଖିଛନ୍ତି, ଅଜବ ଘଟଣା! ଏହା କ’ଣ ସତ କି? ଆପଣ ଏକା ନୁହନ୍ତି, ଯିଏ ଏହି ଜୀବକୁ କୁକୁର ବୋଲି ଭାବିଛନ୍ତି।

ଏହି ମୂଷାଟି ଦେଖିବାକୁ ଠିକ୍‌ କୁକୁର ପରି। ଏହା ହୁଲିଆ ହୁବହୁ ପ୍ରଜାତିର କୁକୁର ପରି। ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଯେତେବେଳେ ସେହି ଯୁବକ ଜଣକ ଏକ ପାହାଡ଼ିଆ ଗାଁକୁ ନିଜ ବନ୍ଧୁଙ୍କ ନିକଟକୁ ଯାଇଥିଲେ। ସେଠାରେ ତାଙ୍କ ଘର ବାହାରେ ଏକ କଳା ରଙ୍ଗର କୁକୁର ଦେଖିଥିଲେ। ସେ ଏହାକୁ ନିଜ ଘରକୁ ଆଣିଥିଲେ। କିନ୍ତୁ ସେହି ସମୟରେ ଅନ୍ଧାର ଥିବାରୁ ତାହା ଜଣାପଡ଼ି ନ ଥିଲା। ପରେ ଜାଣିବା ପରେ ତାଙ୍କ ସାଙ୍ଗ ମଧ୍ୟ ତାଙ୍କୁ କ୍ଷମା ମାଗିଛନ୍ତି। ଯୁବକ ଜଣକ ଏହି ମୂଷାର ଫଟୋ ସୋସିଆଲ ମିଡିଆରେ ଶେୟାର କରି କ୍ୟାପଶନ ଲେଖିଛନ୍ତି, ସେ ଘରକୁ ଆଣିଥିବା କୁକୁରଟି ବାସ୍ତବରେ ଗୋଟିଏ ମୂଷା। ଯେତେବେଳେ ଏହି କୁକୁରଟି ଚଲାବୁଲା କଲା ନାହିଁ ତାଙ୍କର ସନ୍ଦେହ ହୋଇଥିଲା।

Share