Categories: ଜାତୀୟ

ଦାୟିତ୍ୱ ନେଲେ ନୌସେନା ମୁଖ୍ୟ: ସମୁଦ୍ର ସୀମାକୁ ସୁରକ୍ଷା ଦେବାକୁ କରାଯିବ ଯଥା ସମ୍ଭବ ପ୍ରୟାସ

ନୂଆଦିଲ୍ଲୀ,୩୦ ।୧୧: ନୂଆ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଭାରତୀୟ ନୌସେନାର ମୁଖ୍ୟ ପଦ ଗ୍ରହଣ କରିଛନ୍ତି । ପୂର୍ବତନ ନୌସେନାଧ୍ୟକ୍ଷ ଆଡମିରାଲ କରମବୀର ସିଂ ଆଡମିରାଲ ହରି କୁମାରଙ୍କୁ ଭାରତୀୟ ନୌସେନାର କମାଣ ଧରାଇଛନ୍ତି । କେନ୍ଦ୍ର ସରକାର ଭାଇସ ଆଡମିରାଲ ଆର୍ ହରି କୁମାରଙ୍କୁ ପରବର୍ତ୍ତି ନୌସେନା ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ । ହରି କୁମାର ପୂର୍ବରୁ ନୌସେନାର ପଶ୍ଚିମ କମାଣ୍ଡର କମାଣ୍ଡିଂ ନୂଆ ଚିଫ୍ ଭାବେ କାମ କରୁଥିଲେ । ପଦଭାର ସମ୍ଭାଳିବା ପରେ ଆର ହରି କୁମାର କହିଛନ୍ତି ସବୁଦ୍ର ସୀମରେ ସୁରକ୍ଷା ଦେବାକୁ ଯଥା ସମ୍ଭବ ଚେଷ୍ଟା କରାଯିବ । ପରମ୍ପରାକୁ ବଜାୟ ରଖି ନୌସେନା ମୁଖ୍ୟ ଭାବେ ଦାୟତ୍ୱ ଗ୍ରହଣ କରିବା ପରେ ଆଡମିରାଲ ଆର ହରି କୁମାର ତାଙ୍କ ମା’ ଶ୍ରୀମତି ବିଜୟ ଲକ୍ଷ୍ମୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ଓ ତାଙ୍କୁ ଆଲିଙ୍ଗନ କରିଥିଲେ ।

Share