ଉପନିର୍ବାଚନ ପାଇଁ ପ୍ରଶାସନର ତତ୍ପରତା: ପ୍ରଶାସନ ଓ ରାଜନୈତିକ ଦଳ ସହ କମିଶନରଙ୍କ ଆଲୋଚନା

ନୂଆପଡ଼ା,୨୯ା୯ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ଜିଲା ପ୍ରଶାସନ ତପତ୍ରତା ପ୍ରକାଶ କରିଛି। ରବିବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର ତଥା ଇଲେକ୍ଟୋରାଲ ରୋଲ ଅବଜର୍ଭର ସଚିନ ରାମଚନ୍ଦ୍ର ଯାଦବ ନୂଆପଡ଼ା ଗସ୍ତ କରି ଜିଲାପାଳ, ଏସ୍‌ପି, ପ୍ରଶାସନିକ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବିଶେଷ କରି ଏସ୍‌ଏସ୍‌ଆର୍‌ ଉପରେ ଆଲୋଚନା କରିଛନ୍ତି। ଜିଲା ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲାପାଳ ମଧୁସୂଦନ ଦାଶ ସମସ୍ତଙ୍କୁ ସ୍ବାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ନୂଆପଡାରେ ଚିଠା ଭୋଟର ତାଲିକା ପ୍ରକାଶିତ ହୋଇସାରିଛି। ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ମୋଟ ୩୫୮ ଭୋଟ ଗ୍ରହଣ କେନ୍ଦ୍ର ରହିଛି। ସମସ୍ତ କେନ୍ଦ୍ର ପାଇଁ ୩୫୮ ଜଣ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଏଲ୍‌ଓ ଭାବରେ ନିଯୁକ୍ତ ହୋଇଛନ୍ତି। ଏଠାରେ ମୋଟ ୬ ହଜାର ୭୧୨ଟି ଆବେଦନ ଭୋଟର ତାଲିକା ସଂଶୋଧନ ପାଇଁ ମିଳିଛି। ନିର୍ବାଚନମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୪୮ ହଜାର ୩୮୨ ଥିବାବେଳେ ପୁରୁଷ ୧ ଲକ୍ଷ ୨୨ ହଜାର ୧୪୮, ମହିଳା ୧ ଲକ୍ଷ ୨୬ ହଜାର ୨୧୩ ଓ ତୃତୀୟ ଲିଙ୍ଗ ୨୧ ଜଣ ରହିଛନ୍ତି। କମିଶନର ଯାଦବ ସମସ୍ତ ରାଜନୈତିକ ଦଳ ଉପନିର୍ବାଚନକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ପ୍ରଶାସନକୁ ସହଯୋଗ କରିବାକୁ କହିଥିଲେ। ସେ ଆହୁରି କହିଥିଲେ, ସବୁ ଯୋଗ୍ୟ ଭୋଟର ତାଲିକାରେ ରହିବା ଆବଶ୍ୟକ। ୮୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଭୋଟରଙ୍କ ଯାଞ୍ଚ ଠିକ ଭାବରେ ହେବ। ସମସ୍ତ ଦଳ ବୁଥ୍‌ ଲେବୁଲ ଏଜେଣ୍ଟଙ୍କ ତାଲିକା ଶୀଘ୍ର ଦାଖଲ କରିବେ। ଯେଉଁ ଝିଅମାନେ ବିବାହ ହୋଇସାରିଛନ୍ତି ସେମାନଙ୍କ ଭୋଟର ତାଲିକା କେବଳ ଗୋଟିଏ ସ୍ଥାନରେ ରହିବ। ସମ୍ଭାବ୍ୟ ବିଧାୟକ ପ୍ରାର୍ଥୀଙ୍କ ନାମ ଭୋଟର ତାଲିକାରେ ଅଛି କି ନାହିଁ ତାହା ଯାଞ୍ଚ କରିବାକୁ କହିଥିଲେ। ବୈଠକରେ ଜିଲାପାଳଙ୍କ ସମେତ ଏସ୍‌ପି ଅମୃତ ପାଲ ସିଂ, ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲାପାଳ ତଥା ଇଆର୍‌ଓ ସୁର୍ମି ସୋରେନ, ଏଇଆର୍‌ଓ ତଥା କୋମନା ବିଡିଓ ସର୍ବେଶ୍ୱର ଜାଲ, ନୂଆପଡା ବିଡିଓ ରୋହିତ ଭୋଇ, ନୂଆପଡା ତହସିଲଦାର ପ୍ରଣବ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ରାଜନୈତିକ ଦଳରୁ ଭାଜପା ଜିଲା ସଭାପତି କମଲେଶ ଦୀକ୍ଷିତ, ଆଇଏନ୍‌ସିରୁ ଦେବଦତ୍ତ ଦୀକ୍ଷିତ, ବିଜେଡିରୁ ରମାକାନ୍ତ ସିଂ କ୍ଷେତ୍ରିୟ ଓ ଆପ୍‌ରୁ ଗନନ ମାଝି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri