ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି।

ସ୍ପଷ୍ଟ ଦିବାଲୋକରେ ୧୪୩ ନମ୍ବର ଜାତୀୟ ରାଜପଥର ଗୋବିରା କେସିଏଲ୍‌ କାରଖାନାର ପତିତ ଜମିରେ ବେପାରୀମାନେ ପାଉଁଶ ଗଦା କରୁଥିବା କୁଆଁରମୁଣ୍ଡା ତହସିଲ ପ୍ରଶାସନ ଜାଣି ଫାଣ୍ଡି ପୋଲିସ ସହାୟତାରେ ଚଢ଼ାଉ କରିଥିଲା।

ଚଢାଉ ବେଳେ ବହୁ ସଂଖ୍ୟାରେ ଡମ୍ଫର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ୨ଟି ହାଇୱାକୁ ପୋଲିସ ଜବତ କରିଛି। ଗୋଟିଏ ହାଇୱାକୁ ଫାଣ୍ଡିରେ ରଖାଯାଇଥିବା ବେଳେ ଅନ୍ୟଟିକୁ ଡ୍ରାଇଭର ଛାଡ଼ି ଫେରାର ହୋଇଯାଇଛି। ଏହି ଚଢ଼ାଉରେ କୁଆଁରମୁଣ୍ଡା ରାଜସ୍ବ ନିରୀକ୍ଷକ ସମାରୁ
ବିଶ୍ୱାଳ, କୁଆଁରମୁଣ୍ଡା ଫାଣ୍ଡି ପୋଲିସ ସାମିଲ ଥିଲେ।

Share