ବାଲ୍ୟ ବିବାହ ରୋକିବାରେ ପ୍ରଶାସନ ବିଫଳ

ଭାପୁର,୮ା୫(ଡି.ଏନ.ଏ.): ସମାଜରେ ବାଲ୍ୟ ବିବାହ ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିବା ବେଳେ ସଚେତନତାର ଅଭାବ ଯୋଗୁ ଅଦ୍ୟାବଧି ଏଭଳି ସାମାଜିକ ବ୍ୟାଧି ଜାରି ରହିଛି। ଭାପୁରକୁ ଏକ ଆଦର୍ଶ ଓ ବାଲ୍ୟ ବିବାହ ମୁକ୍ତ ବ୍ଲକ ଭାବେ ଗଠନ କରିବାକୁ ବିଭିନ୍ନ ସମୟରେ ସଚେତନତା କରାଯାଉଛି। ହେଲେ ଏହାର ପ୍ରଭାବ ପଡ଼ୁନାହିଁ। ଫତେଗଡ଼ ଥାନା ଅନ୍ତର୍ଗତ ଭାପୁର ବ୍ଲକରେ ଜଣେ ୧୫ ବର୍ଷର ନାବାଳିକାଙ୍କ ବିବାହ ହୋଇଥିଲେ ମଧ୍ୟ ନୟାଗଡ଼ ଚାଇଲ୍ଡ ଲାଇନ ବିଫଳ ହୋଇଛିି।
ସୂଚନା ଅନୁଯାୟୀ ଫତେଗଡ଼ ଅଞ୍ଚଳର ଜଣେ ନାବାଳିକାଙ୍କ ବାଇଗୁଣିଆ ପଞ୍ଚାୟତ ଅଧୀନ ବୋରଗଁା ଗ୍ରାମର ଭାଗୀରଥି ନାୟକ (୨୩)ଙ୍କ ସହ ସ୍ଥିର ହୋଇଥିଲା। ଭାଗୀରଥି ଭାପୁର ପଞ୍ଚାୟତ ଅଧୀନ ଭାଲୁଖାଇ ଗଁାରେ ରହୁଥିଲେ। ସେଠାରେ ବର ଓ କନ୍ୟା ଘର ଲୋକେ ବିବାହ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ନୟାଗଡ଼ ଚାଇଲ୍ଡ ଲାଇନ କୌଣସି ସୂତ୍ରରୁ ଖବର ପାଇଁ ଫତେଗଡ ଓ ଭାଲୁଖାଇ ଗ୍ରାମରେ ଚଢ଼ାଉ କରିଥିଲେ। ବର ଓ କନ୍ୟା ଘର ଲୋକେ ଜାଣିପାରି ଫେରାର ହୋଇଯାଇଥିଲେ। ଚାଇଲ୍ଡ ଲାଇନ ସଦସ୍ୟ ୩ରୁ ୪ଘଣ୍ଟା ଉଭୟ ଗ୍ରାମରେ ପହଞ୍ଚତ୍ ତଦନ୍ତ କରିଥିଲେ। ବିବାହ ହୋଇଥିବା ଜାଣିବାକୁ ପାଇଥିଲେ ମଧ୍ୟ ସେମାନଙ୍କୁ ନ ପାଇ ଫେରି ଯାଇଥିଲେ। ଏହି ଚଢ଼ାଉରେ ନୟାଗଡ଼ ଚାଇଲ୍ଡ ଲାଇନର ସଦସ୍ୟ ସୁଜାତା ବେହେରା, ପ୍ରଦୀପ କୁମାର ମହାରଣା, ଭାପୁର ବ୍ଲକର ନାବାଳିକା ବିବାହ ନିରୋଧ ଅଧିକାରୀ ଜ୍ୟୋର୍ତିମୟୀ ସାହୁ ଓ ଫତେଗଡ଼ ଥାନାର ୨ଜଣ କନଷ୍ଟେବଳ ଯାଇଥିଲେ। କିଛିଦିନ ତଳେ ରାକମା ଗ୍ରାମରେ ବିବାହ ପୂର୍ବରୁ ଚାଇଲ୍ଡ ଲାଇନ ସଦସ୍ୟ ନାବାଳିକାଙ୍କୁ ଉଠାଇ ନେଇଥିଲେ। ଭାପୁର ପ୍ରଶାସନ ପକ୍ଷରୁ ଚକ୍ରଧରପ୍ରସାଦ ପଞ୍ଚାୟତରେ ଏକ ନାବାଳିକା ବିବାହ ହେଉଥିବା ଜାଣି ପହଞ୍ଚତ୍ବା ପୂର୍ବରୁ ସେମାନେ ମଧ୍ୟ ଫେରାର ହୋଇଯାଇଥିଲେ। ଭାପୁର ବ୍ଲକରେ ବାଲ୍ୟବିବାହ ନିଷେଧ ବିଫଳ ହୋଇଥିବା ଜଣାପଡ଼ିଛି।