ବାଲ୍ୟ ବିବାହ ରୋକିବାରେ ପ୍ରଶାସନ ବିଫଳ

ଭାପୁର,୮ା୫(ଡି.ଏନ.ଏ.): ସମାଜରେ ବାଲ୍ୟ ବିବାହ ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିବା ବେଳେ ସଚେତନତାର ଅଭାବ ଯୋଗୁ ଅଦ୍ୟାବଧି ଏଭଳି ସାମାଜିକ ବ୍ୟାଧି ଜାରି ରହିଛି। ଭାପୁରକୁ ଏକ ଆଦର୍ଶ ଓ ବାଲ୍ୟ ବିବାହ ମୁକ୍ତ ବ୍ଲକ ଭାବେ ଗଠନ କରିବାକୁ ବିଭିନ୍ନ ସମୟରେ ସଚେତନତା କରାଯାଉଛି। ହେଲେ ଏହାର ପ୍ରଭାବ ପଡ଼ୁନାହିଁ। ଫତେଗଡ଼ ଥାନା ଅନ୍ତର୍ଗତ ଭାପୁର ବ୍ଲକରେ ଜଣେ ୧୫ ବର୍ଷର ନାବାଳିକାଙ୍କ ବିବାହ ହୋଇଥିଲେ ମଧ୍ୟ ନୟାଗଡ଼ ଚାଇଲ୍ଡ ଲାଇନ ବିଫଳ ହୋଇଛିି।
ସୂଚନା ଅନୁଯାୟୀ ଫତେଗଡ଼ ଅଞ୍ଚଳର ଜଣେ ନାବାଳିକାଙ୍କ ବାଇଗୁଣିଆ ପଞ୍ଚାୟତ ଅଧୀନ ବୋରଗଁା ଗ୍ରାମର ଭାଗୀରଥି ନାୟକ (୨୩)ଙ୍କ ସହ ସ୍ଥିର ହୋଇଥିଲା। ଭାଗୀରଥି ଭାପୁର ପଞ୍ଚାୟତ ଅଧୀନ ଭାଲୁଖାଇ ଗଁାରେ ରହୁଥିଲେ। ସେଠାରେ ବର ଓ କନ୍ୟା ଘର ଲୋକେ ବିବାହ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ନୟାଗଡ଼ ଚାଇଲ୍ଡ ଲାଇନ କୌଣସି ସୂତ୍ରରୁ ଖବର ପାଇଁ ଫତେଗଡ ଓ ଭାଲୁଖାଇ ଗ୍ରାମରେ ଚଢ଼ାଉ କରିଥିଲେ। ବର ଓ କନ୍ୟା ଘର ଲୋକେ ଜାଣିପାରି ଫେରାର ହୋଇଯାଇଥିଲେ। ଚାଇଲ୍ଡ ଲାଇନ ସଦସ୍ୟ ୩ରୁ ୪ଘଣ୍ଟା ଉଭୟ ଗ୍ରାମରେ ପହଞ୍ଚତ୍ ତଦନ୍ତ କରିଥିଲେ। ବିବାହ ହୋଇଥିବା ଜାଣିବାକୁ ପାଇଥିଲେ ମଧ୍ୟ ସେମାନଙ୍କୁ ନ ପାଇ ଫେରି ଯାଇଥିଲେ। ଏହି ଚଢ଼ାଉରେ ନୟାଗଡ଼ ଚାଇଲ୍ଡ ଲାଇନର ସଦସ୍ୟ ସୁଜାତା ବେହେରା, ପ୍ରଦୀପ କୁମାର ମହାରଣା, ଭାପୁର ବ୍ଲକର ନାବାଳିକା ବିବାହ ନିରୋଧ ଅଧିକାରୀ ଜ୍ୟୋର୍ତିମୟୀ ସାହୁ ଓ ଫତେଗଡ଼ ଥାନାର ୨ଜଣ କନଷ୍ଟେବଳ ଯାଇଥିଲେ। କିଛିଦିନ ତଳେ ରାକମା ଗ୍ରାମରେ ବିବାହ ପୂର୍ବରୁ ଚାଇଲ୍ଡ ଲାଇନ ସଦସ୍ୟ ନାବାଳିକାଙ୍କୁ ଉଠାଇ ନେଇଥିଲେ। ଭାପୁର ପ୍ରଶାସନ ପକ୍ଷରୁ ଚକ୍ରଧରପ୍ରସାଦ ପଞ୍ଚାୟତରେ ଏକ ନାବାଳିକା ବିବାହ ହେଉଥିବା ଜାଣି ପହଞ୍ଚତ୍ବା ପୂର୍ବରୁ ସେମାନେ ମଧ୍ୟ ଫେରାର ହୋଇଯାଇଥିଲେ। ଭାପୁର ବ୍ଲକରେ ବାଲ୍ୟବିବାହ ନିଷେଧ ବିଫଳ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri