ଚାଷୀ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ: ବିଭାଗୀୟ ଅଧିକାରୀ ଦେଲେ ପ୍ରତିଶ୍ରୁତି

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ):ଖରିଫ ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣରେ ରାଜ୍ୟ ସରକାର ଆଣିଥିବା ନୂଆନୀତିକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଅନ୍ୟପଟେ ପଞ୍ଜୀକରଣକୁ ନେଇ ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଦୋ ମୁହାଁ ନୀତି ଚାଷୀ ଅସନ୍ତୋଷକୁ ଦ୍ୱିଗୁଣିତ କରିଛି। ଏହି କ୍ରମରେ ଗୁରୁବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ସଂଯୁକ୍ତ କୃଷକ ସଙ୍ଗଠନର ନେତୃତ୍ୱରେ ଚାଷୀମାନେ ରାସ୍ତାରୋକୋ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ପରିପ୍ରେକ୍ଷୀରେ ସକାଳୁ ଶତାଧିକ ଚାଷୀ ବରଗଡ଼ ସହର ଉପକଣ୍ଠ କଳାପାଣି ମାର୍କେଟ୍‌ ୟାର୍ଡ଼ ପରିସରରେ ସମବେତ ହୋଇଥିବାବେଳେ ଆଉକିଛି ଚାଷୀ ବରାହଗୋଡ଼ା ପଁର୍ରାପାଟ୍‌ ମନ୍ଦିର ସମ୍ମୁଖ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପୋଲିସ ସମସ୍ତ ଚାଷୀଙ୍କୁ ବଳପୂର୍ବକ ଉଠାଇ ଆଣି ଜିଲାର ରିଜର୍ଭ ପୋଲିସ ପଡ଼ିଆକୁ ଆଣି ଅଟକ ରଖିଥିଲା। ଏହାସତ୍ତ୍ୱେ ଚାଷୀମାନେ ଆନ୍ଦୋଳନରୁ ଓହରି ନଥିଲେ। ରିଜର୍ଭ ପୋଲିସ ପଡ଼ିଆରେ ଅଟକ ଚାଷୀଙ୍କ ପ୍ରତିବାଦ ସଭା ହୋଇଥିଲା। ପଞ୍ଜୀକୃତ ପ୍ରକ୍ରିୟା ସରଳୀକରଣ ପ୍ରକ୍ରିୟା ଏବଂ ପଞ୍ଜୀକରଣ ଅବଧି ନ ବଢ଼ିବା ନେଇ ରାଜ୍ୟ ସରକାର କିମ୍ବା ବିଭାଗୀୟ ଅଧିକାରୀଙ୍କ ଠୋସ୍‌ ପ୍ରତିଶ୍ରୁତି ନ ମିଳବା ପର୍ଯ୍ୟନ୍ତ ଚାଷୀମାନେ ରିଜର୍ଭ ପୋଲିସ ପଡ଼ିଆ ନ ଛାଡ଼ିବାକୁ ଅଟଳ ରହିଥିଲେ ଏବଂ ଏଥିପାଇଁ ସଭାରେ ଖୋଲା ଚେତାବନୀ ମଧ୍ୟ ଦେଇଥିଲେ। ଏହାସତ୍ତ୍ୱେ କେହି ଅଧିକାରୀ ଆଲୋଚନା ପାଇଁ ସୁଦ୍ଧା ଆସି ନଥିଲେ। ଫଳରେ ପ୍ରତିବାଦ ସଭା ସରିବା ପରେ ଚାଷୀମାନେ ଅପରାହ୍ନ ପ୍ରାୟ ୩ଟାରେ ରିଜର୍ଭ ପୋଲିସ ପଡ଼ିଆ ସମ୍ମୁଖ ଜାତୀୟ ରାଜପଥକୁ ଚାଲି ଆସିଥିଲେ ଏବଂ ରାଜପଥ ଅବରୋଧ କରିଥିଲେ। ତେବେ ସେଠାରେ ଦୀର୍ଘ ୪୫ମିନିଟ୍‌ ରାଜପଥ ଅବରୋଧ ହେବା ପରେ ପୋଲିସ ପୁଣି ସେମାନଙ୍କୁ ଉଠାଇ ରିଜର୍ଭ ପୋଲିସ ପଡ଼ିଆକୁ ନେଇଥିଲା। ସେଠାକୁ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ, ଅତିରିକ୍ତ ସମବାୟ ନିବନ୍ଧକ(ଡିଆରସିଏସ୍‌) ଯୁଗଳ କିଶୋର ଦାଶ ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନରତ ଚାଷୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ଚାଷୀଙ୍କ ଦାବିକୁ ତୁରନ୍ତ ବିଚାର କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଚାଷୀମାନେ ଆନ୍ଦୋଳନରୁ ହଟିଥିଲେ ଏବଂ ରାତି ପ୍ରାୟ ୮ଟାରେ ପୋଲିସ ସେମାନଙ୍କୁ ଛାଡ଼ିବା ପରେ ସେମାନେ ଘରକୁ ଫେରିବାକୁ ରାଜି ହୋଇଥିଲେ। ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର, ଅଜିତ ଶତପଥିଙ୍କ ସମେତ ସୁଦାମ ପାତ୍ର, ଉପତ୍ନ୍ନ ଭୋଇ, ସୁରେଶ ନେକାଣ୍ଟି, ଅଶୋକ ସାହୁ, ସୁବାସ ସାମନ୍ତରାୟ, କୈଲାଶ ବାରିକ, ବିଜୟ ସାହୁ, ଲଙ୍ଗରାଜ ପ୍ରଧାନ, ମୁରଲି ଭୋଇ, ପ୍ରଭାତ ସାହୁ, ଉପତ୍ନ୍ନ ମିଶ୍ର, ଅରବିନ୍ଦ ପଣ୍ଡା, ଉମାକାନ୍ତ ପ୍ରଧାନ, ସରୋଜ ସାହୁ, ବବ୍ରୁବାହନ ସାହୁ, କାରଣ ସାହୁ, ଈଶାନ୍ତ ଭୋଇ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ।
ସୂଚନା ଅନୁଯାୟୀ, ଏଥର ପଞ୍ଜୀକରଣରେ ଚାଷୀଙ୍କ ବଂଶୀୟ ସହମତି, ପଞ୍ଜୀକୃତ କେନ୍ଦ୍ରରେ ଅଂଶୀଦାରଙ୍କ ଉପସ୍ଥିତି, ଚକ୍ଷୁସ୍କାନ, ସହମତି ପ୍ରଦାନ ଆଦିକୁ ବାଧ୍ୟତାମୂଳକ କରାଯାଇଛି। ଏହି ପ୍ରକ୍ରିୟା ଚାଷୀମାନଙ୍କ କ୍ଷେତ୍ରରେ କାଠିକର ପାଠ ଓ ଅସମ୍ଭବ ହୋଇ ପଡ଼ିଛି। ଫଳରେ ଏହାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଏଭଳି ନିୟମ ପ୍ରଣୟନ ଦ୍ୱାରା ଜିଲାର ୭୦ପ୍ରତିଶତ ଚାଷୀ ବଞ୍ଚିତ ହେବେ ବୋଲି ସଂଯୁକ୍ତ କୃଷକ ସଙ୍ଗଠନ, ଜୟ କିସାନ ଆନ୍ଦୋଳନ ସମେତ ବିଭିନ୍ନ ଚାଷୀ ସଙ୍ଗଠନ ଗୁଡ଼ିକ ଅଭିଯୋଗ କରିଛନ୍ତି। ବିରୋଧୀ ବିଜେଡି ଏବଂ କଂଗ୍ରେସ ମଧ୍ୟ ଚାଷୀଙ୍କ ସହିତ ସ୍ବର ମିଲାଇଛି। ନୂତନ ନିୟମ ପ୍ରତ୍ୟାହାର କରିବା ସହିତ ପୁରୁଣା ପଦ୍ଧତିରେ ଧାନ କିଣିବା ତଥା ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ଦାବି କରାଯାଇଛି। ଏହି ଦାବି ନେଇ ଜିଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ସମ୍ପାଦକଙ୍କୁ ପୃଥକ୍‌ଭାବେ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବାରପାହାଡ଼ କୃଷକ ସଙ୍ଗଠନ, ଲଖନପୁର ନେତୃତ୍ୱରେ ଚାଷୀମାନେ ରାସ୍ତାକୁ ଓହ୍ଲାଇଥିଲେ। ଏହାସତ୍ତ୍ୱେ ପଞ୍ଜୀକରଣ ପ୍ରକ୍ରିୟା ସରଳୀକରଣ ହୋଇ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କେବଳ ସ୍ବ ଘୋଷଣାନାମାରେ ପଞ୍ଜୀକରଣ ହୋଇପାରିବ ବୋଲି ଗଣମାଧ୍ୟମ ଆଗରେ କହୁଥିବାବେଳେ ବିଭାଗୀୟ ଅଧିକାରୀମାନେ ସେଭଳି କିଛି ନିର୍ଦ୍ଦେଶ ରାଜ୍ୟ ସରକାରଙ୍କଠାରୁ ଆସି ନାହିଁ ବୋଲି କହୁଛନ୍ତି। କିନ୍ତୁ ସ୍ବ ଘୋଷଣାନାମା ମାଧ୍ୟମରେ ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ କରିବାକୁ ଇତିମଧ୍ୟରେ ବାଲେଶ୍ୱର ଜିଲାପାଳ ବିଜ୍ଞପ୍ତି ପ୍ରକାଶ କରି ସାରି ଥିବାବେଳେ ବରଗଡ଼ ଜିଲା ପ୍ରଶାସନ କାହିଁକି ସେଭଳି ପଦକ୍ଷେପ ନେଇ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏହା ସହିତ ରାଜ୍ୟ ସରକାର ସମସ୍ତ ଜିଲାପାଳଙ୍କୁ ଚାଷୀ ପଞ୍ଜୀକରଣ ସରଳୀକରଣ ନୀତି ନେଇ ଏପର୍ଯ୍ୟନ୍ତ ଚିଠି ନ କରିବା ପଛରେ କି ରହସ୍ୟ ରହିଛି ବୋଲି ଚାଷୀ ସଙ୍ଗଠନ ଗୁଡ଼ିକ ପ୍ରଶ୍ନ କରି ଏଭଳି ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେଉଥିବା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri