ଆଦିତ୍ୟ ମୃତ୍ୟୁ ମାମଲା: ଜିଆର୍‌ପି ହାତରେ ବଡ଼ ସୁରାକ

ଭୁବନେଶ୍ୱର,୧୪।୭(ବ୍ୟୁରୋ): ଲିଙ୍ଗରାଜ ଷ୍ଟେଶନ ନିକଟ ରେଳଲାଇନ୍‌ରୁ ସାମାଜିକ କର୍ମୀ ଆଦିତ୍ୟ ଦାଶଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଏବେବି ରହସ୍ୟ ଲାଗି ରହିଛି। ଆତ୍ମହତ୍ୟା ନା ହତ୍ୟା, ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରିନି। ଜବତ ଡାଏରିରେ ରହିଥିବା ଲେଖା ଆଦିତ୍ୟଙ୍କର ନା ଆଉକାହାର ତାହାକୁ ନେଇ ଜିଆର୍‌ପି ଥାନା ପୋଲିସ ଖୋଳତାଡ଼ ଚଳାଇଛି। ଏପଟେ ଡାଏରିରେ ୪ ଫର୍ଦ୍ଦର ସୁଇସାଇଡ୍‌ ନୋଟକୁ ମିଛ ବୋଲି ଆଦିତ୍ୟଙ୍କ ପିପୁଲ ଫର୍‌ ସେବାର ସଦସ୍ୟମାନେ କହିଛନ୍ତି। ଏପରିସ୍ଥିତିରେ ପୋଲିସ ଉକ୍ତ ଡାଏରିକୁ ସୋମବାର ରସୁଲଗଡ଼ସ୍ଥିତ ଷ୍ଟେଟ୍‌ ହ୍ୟାଣ୍ଡ୍‌ ରାଇଟିଂ ବ୍ୟୁରୋକୁ ପଠାଇଛି। ୩ରୁ ୪ ଦିନ ଭିତରେ ରିପୋର୍ଟ ମିଳିଯିବା ପରେ ସେହି ହାତଲେଖା ଆଦିତ୍ୟଙ୍କର କି ନୁହେଁ ତାହାସ୍ପଷ୍ଟ ହେବ ବୋଲି ପୋଲିସ ଆଶା ରଖିଛି। ଅନ୍ୟପକ୍ଷରେ ଆଦିତ୍ୟଙ୍କ ସାଙ୍ଗ ପପୁଙ୍କୁ ପୋଲିସ ଦୀର୍ଘସମୟ ଧରି ଜେରା କରିଛି। ପପୁ ନେଇଥିବା ୧ଲକ୍ଷ ଟଙ୍କା ଓ ଅନ୍ୟ କେତେକ ପ୍ରସଙ୍ଗରେ ତଥ୍ୟ ହାସଲ କରିଛି। ସେହିଭଳି ଆଦିତ୍ୟଙ୍କୁ ମୃତ୍ୟୁର ପୂର୍ବଦିନ ଲିଙ୍ଗରାଜ ଷ୍ଟେଶନରେ ଦେଖିଥିବା ୨ଜଣ ପ୍ରତ୍ୟକ୍ଷଦର୍ଶୀଙ୍କୁ ପୋଲିସ ପଚରାଉଚରା କରିଛି। ଗତ ୭ ତାରିଖ ସନ୍ଧ୍ୟାରେ ଆଦିତ୍ୟ ଲିଙ୍ଗରାଜ ଷ୍ଟେଶନରେ ବସିଥିଲେ ବୋଲି ସ୍ଥାନୀୟ ବସ୍ତିର ଏହି ଦୁଇ ଯୁବକ କହିଛନ୍ତି। ଆଦିତ୍ୟଙ୍କୁ କେଉଁ ପ୍ଲାର୍ଟଫର୍ମରେ ବସିଥିଲେ ଓ ତାଙ୍କ ସ୍ବଭାବ ସେଦିନ କିଭଳି ଥଲା, ସେସମ୍ପର୍କରେ ଜାଣିବାକୁ ଚାହିଁଥିଲା ପୋଲିସ। ହେଲେ ଆଦିତ୍ୟ ଆତ୍ମହତ୍ୟା କରିବା ସମୟରେ କେହି ଦେଖି ନ ଥିବା ସେମାନେ କହିଛନ୍ତି। ଇତିମଧ୍ୟରେ ଜିଆର୍‌ପି ହାତରେ ବଡ଼ ପ୍ରମାଣ ଲାଗିଥିବା ଓ ଖୁବ୍‌ଶୀଘ୍ର ଏହା ଖୁଲାସା ହେବ ବୋଲି ସୂଚନା ମିଳିଛି। ଏହି ସ୍ପର୍ଶକାତର ଘଟଣାର ତଦନ୍ତ ଚାଲିଥିବାରୁ ପୋଲିସ ମୁହଁ ଖୋଲୁନାହିଁ।
ସେପଟରେ ଘଟଣା ଘଟିଥିବା ୭ ତାରିଖ ସନ୍ଧ୍ୟା ୬ଟାରୁ ରାତି ୧୦ ଭିତରେ ଷ୍ଟେଶନ ଦେଇ ଯାଇଥିବା ଟ୍ରେନଗୁଡ଼ିକର ତାଲିକା ପୋଲିସକୁ ମିଳିଛି। ଏହି ସମୟରେ ୭ଟି ଟ୍ରେନ୍‌ ଯାଇଥିବା ଜଣାପଡ଼ଇବା ପରେ ୪ଜଣ ପାଇଲଟଙ୍କୁ ପୋଲିସ ପଚରାଉଚରା କରିଛି। ତେବେ ଷ୍ଟେଶନ ନିକଟ ଟ୍ରେନ୍‌ ଲାଇନ୍‌ରେ ସେଭଳି କେହି ଛିଡ଼ା ହୋଇ ନ ଥିଲେ କି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରି ନ ଥିବା ସେମାନେ କହିଛନ୍ତି। ବାକି ୩ ପାଇଲଟ୍‌ଙ୍କୁ ପଚରାଉଚରା କରାଯିବ ବୋଲି ପୋଲିସ କହିଛି।
ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ତଦନ୍ତ ସହ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବାବେଳେ ସୋମବାର ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ଏକ ବନ୍ଧୁକଧରା ଫଟୋ ଭାଇରାଲ ହୋଇଛି। ସେ ଜଣେ ପୁରୁଷଙ୍କ ନିକଟରେ ଛିଡାହୋଇ ବନ୍ଧୁକ ଧରି ଫଟୋ ପୋଜ୍‌ ଦେଇଛନ୍ତି। ହେଲେ ଏହି ବନ୍ଧୁକ ଅସଲି ନା ନକଲି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଏସବୁ ଦିଗକୁ ନେଇ ତଦନ୍ତ କରୁ ବୋଲି ସୋସିଆଲ ମିଡିଆରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri