Categories: ଜାତୀୟ

ଗରିବଙ୍କୁ ସହାୟତାରେ ଆଦିତ୍ୟନାଥଙ୍କ ରେକର୍ଡ

ଲକ୍ଷ୍ନୌ,୩।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଗରିବଙ୍କୁ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ତୁଳନାରେ ଆଦିତ୍ୟନାଥ ଅଧିକ ପରିମାଣର ସହାୟତା ଯୋଗାଇ ଦେଇଛନ୍ତି। ଗତ ୪ ବର୍ଷ ମଧ୍ୟରେ ସେ ରାଜ୍ୟର ଗରିବ ଏବଂ ରୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ହଜାରେ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଅଖିଳେଶ ଯାଦବଙ୍କ ସରକାରରେ ୪୨ ହଜାର ୫୦୮ ଜଣ ଲୋକଙ୍କୁ ୫୫୨ କୋଟି ଟଙ୍କାର ଆର୍ଥିକ ସହାୟତା ରାଜ୍ୟର ଦୁଃଖିରଙ୍କିଙ୍କୁ ଯୋଗାଇ ଦିଆଯାଇଥିଲା। ସେହିପରି ମାୟାବତୀଙ୍କ ଶାସନ କାଳରେ ରାଜ୍ୟର ୧୮ ହଜାର ୪୬୨ ଜଣ ଗରିବଙ୍କୁ ମୋଟ ୮୪ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ଆଦିତ୍ୟନାଥଙ୍କ ସରକାର କ୍ୟାନସର, କିଡ୍‌ନୀ ଏବଂ ହାର୍ଟ ସମସ୍ୟା ଥିବା ଲୋକଙ୍କୁ ଅଧିକ ପରିମାଣର ଆର୍ଥତ୍କ ସହାୟତା ଯୋଗାଇ ଦେଇଛନ୍ତି। ୨୦୧୭-୧୮ରେ ରାଜ୍ୟର ୧୩ ହଜାର ୨୨୪ ଲୋକଙ୍କୁ ୧୮୪ କୋଟି ୪୨ ଲକ୍ଷ ୮୮ ହଜାର ୭୫୦ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ୨୦୧୮-୧୯ରେ ୧୭ ହଜାର ୭୭୨ ଜଣ ଗରିବଙ୍କୁ ୨୫୬ କୋଟି ୩୪ ଲକ୍ଷ ୬୧ ହଜାର ୪୦୦ ଟଙ୍କା ରାଜ୍ୟ ସରକାର ଯୋଗାଇ ଦେଇଥିଲେ। ୨୦୧୯-୨୦ରେ ୨୮୦ କୋଟି ୨୩ ଲକ୍ଷ ୫୬ ହଜାର ୬୯୫ ଟଙ୍କା ୧୮ ହଜାର ୧୪ ଜଣଙ୍କୁ ପ୍ରଦାନ କରାଯାଇଥିଲା। ୨୦୨୦-୨୧ରେ ୬୪ ହଜାର ୩୫୭ ଲୋକଙ୍କୁ ୯୯୬ କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ସୂଚନା ଦେଇଛନ୍ତି।

Share