Categories: ଜାତୀୟ

ମାତୋଶ୍ରୀ ଆସି କାନ୍ଦିଥିଲେ ସିନ୍ଦେ: ଆଦିତ୍ୟ ଠାକରେ

ମୁମ୍ବାଇ,୧୩।୪: ଶିବସେନାରେ ବିଭାଜନ ଓ ଏକନାଥ ସିନ୍ଦେଙ୍କ ବିଦ୍ରୋହ ସମ୍ପର୍କରେ ଆତିଦ୍ୟ ଠାକରେ ଏକ ବଡ କଥା କହିଛନ୍ତି। ମାତୋଶ୍ରୀ ଆସିବା ପରେ ଏକନାଥ ସିନ୍ଦେ କାନ୍ଦିଲେ ବୋଲି ଆଦିତ୍ୟ ଦାବି କରିଛନ୍ତି। ଏହାସହ ସେ କହିଛନ୍ତି ଯଦି ସେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ନ ଯାଆନ୍ତି ତେବେ ତାଙ୍କୁ ଗିରଫ କରାଯିବ।

ତେବେ ପ୍ରଥମଥର ଲାଗି ଆଦିତ୍ୟ ଠାକରେ ବ୍ୟକ୍ତିଗତ ଭାବେ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି। ଏକ ଦିବସୀୟ ହାଇବ୍ରାବାଦ ଗସ୍ତରେ ଯାଇଥିବା ଆଦିତ୍ୟ ଗିତମ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀଙ୍କୁ ସମ୍ବୋଧନ କରିବା ସମୟରେ ସେ କହିଥିଲେ, ଶିବସେନା ବିଭାଜନ ହେବା ପୂର୍ବରୁ ଏକନାଥ ସିନ୍ଦେ ମାତୋଶ୍ରୀ(ଠାକରେ ପରିବାରଙ୍କ ବାସଗୃହ) ଆସିଥିଲେ।
ଆଦିତ୍ୟ ଆହୁରି ମଧ୍ୟ କହିଛନ୍ତି, ସିନ୍ଦେ ସେଠାରେ ଆସି ଖୁବ୍‌ କାନ୍ଦିଥିଲେ। ଏହାସହ ଭାରତୀୟ ଜନତା ପାର୍ଟି(ଭାଜପା)କୁ ନେଇ ତାଙ୍କ ମୁହଁରେ ଭୟ ଖେଳିଯାଇଥିଲା। ଆଦିତ୍ୟ ଠାକରେ କହିଛନ୍ତି, ଏହି ୪୦ ଜଣ ସେମାନଙ୍କ ଆସନ ପାଇଁ, ଟଙ୍କା ପାଇଁ ଯାଇଥିଲେ। ଏହାପରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋ ଘରକୁ ଆସି କାନ୍ଦିଥିଲେ। ଏହାର କାରଣ ଥିଲା ତାଙ୍କୁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଗିରଫ କରିବାର ଥିଲା।

Share