ନେହା-ରୋହନପ୍ରୀତ୍‌ଙ୍କ ଏକାଠି ଫଟୋ ଦେଖି ଏମିତି ପ୍ରତିକ୍ରିୟା ଦେଲେ ଆଦିତ୍ୟ ନାରାୟଣ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ରୋହନପ୍ରୀତ ସିଂଙ୍କୁ ପ୍ରେମ କରିବା ଏପରିକି ତାଙ୍କୁ ବିବାହ କରିବା ମଧ୍ୟ ଖବର ଶୁଣିବାକୁ ମିଳୁଛି। ନେହା ରୋହନପ୍ରୀତଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ପ୍ରେମବ୍ୟକ୍ତ କରିଛନ୍ତି।

କିଛିଦିନ ତଳେ ନେହା ରୋହନପ୍ରୀତ୍‌ଙ୍କ ସହ ତାଙ୍କର ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ସେ କ୍ୟାପ୍‌ଶନ ଲେଖିଥିଲେ ‘ତୁମେ ହିଁ ମୋର’। ନେହାଙ୍କ ଏହି ପୋଷ୍ଟରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଗାୟକ ଆଦିତ୍ୟ ନାରାୟଣ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। କହିରଖୁଛୁ ନିକଟରେ ଆଦିତ୍ୟଙ୍କ ସହ ନେହାଙ୍କ ସମ୍ପର୍କକୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚା ଚାଲିଥିଲା।

ନେହାଙ୍କ ଏହି ପୋଷ୍ଟରେ ଆଦିତ୍ୟ ନାରାୟଣ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଦୁଇଟି ଫଟୋ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ସେ ନେହା ଏବଂ ରୋହନପ୍ରୀତ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦ୍ୱିତୀୟ ଫଟୋରେ ଲେଖିଛନ୍ତି, ‘ତେବେ ଗୋଆରେ ମୋତେ କାହିଁକି ଲୁଟ୍‌ କଲ’। ଆଦିତ୍ୟଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ମଧ୍ୟ ତୀବ୍ର ପ୍ରତିକ୍ରିୟା ଆରମ୍ଭ କରିଛନ୍ତି।

କିଛିଦିନ ତଳେ ନେହା ଏବଂ ରୋହନପ୍ରୀତଙ୍କ ବିବାହ ବିଷୟରେ ମଧ୍ୟ ଖବର ଆସିଥିଲା। କୁହାଯାଉଥିଲା ଯେ, ନେହା ଏବଂ ରୋହନପ୍ରୀତ ଏହି ମାସରେ ଦିଲ୍ଲୀରେ ବିବାହ କରିବେ। ତେବେ ବିବାହ ସମ୍ପର୍କରେ ଉଭୟ କଳାକାରଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ। ଉଭୟଙ୍କ କ୍ୟାରିୟର ବିଷୟରେ କଥାବାର୍ତ୍ତା କରି ନେହା ତାଙ୍କ ସ୍ବର ଦ୍ୱାରା ଲୋକଙ୍କ ହୃଦୟ ଜିତି ଚାଲିଛନ୍ତି। ସେ ଅନେକ ବଲିଉଡ୍‌ ଫିଲ୍ମରେ ଜବରଦସ୍ତ ଗୀତ ଗାଇଛନ୍ତି। ଏଥିସହିତ ରୋହନପ୍ରୀତ ଏକ ଟିଭି ଶୋ’ ‘ରାଇଜିଂ ଷ୍ଟାର’ର ପ୍ରଥମ ରନର୍ସ୍‌ ଅପ୍‌ ହୋଇଛନ୍ତି। ‘ମୁଝସେ ଶାଦୀ କରୋଗେ’ରେ ମଧ୍ୟ ସେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?