୧୫ ବର୍ଷ ପରେ ନେଲେ ବଡ଼ ନିଷ୍ପତ୍ତି

ବମ୍ବେ: ନିକଟରେ ବଡ଼ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇଛନ୍ତି ଗାୟକ ଆଦିତ୍ୟ ନାରାୟଣ । ସେ ରିଆଲିଟି ଶୋ’ ‘ସା ରେ ଗା ମା ପା’ର ହୋଷ୍ଟିଂ ଛାଡ଼ିଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏକ ଭାବବିହ୍ବଳ ପୋଷ୍ଟ ଲେଖି ସେ ଏନେଇ କରିଛନ୍ତି ଘୋଷଣା।

ଗତ ରବିବାର ‘ସା ରେ ଗା ମା ପା ୨୦୨୨’ର ଗ୍ରାଣ୍ଡ ଫିନାଲେର ବିଜେତା ଘୋଷଣା ହୋଇଥିଲା । ୧୯ ବର୍ଷୀୟ ନିଲାଞ୍ଜନା ରାୟ ଟ୍ରଫି ଜିତିଥିଲେ । ଆଦିତ୍ୟ ଷ୍ଟେଜ୍‌ର ଅନେକେ ଫଟୋ ଶେୟାର କରି ଲେଖିଛନ୍ତି, ‘ଭାରି ମନରେ ଏଭଳି ଏକ ଶୋ’ରୁ ବିଦାୟ ନେଉଛି, ଯାହା ମୋତେ ବୟସ୍କ ଭାବେ ପରିଚୟ ଦେଇଛି । ୧୮ ବର୍ଷର ପିଲାରୁ ଯୁବକ ହେବା ଯାଏ, ଜଣେ ସୁନ୍ଦରୀ ସ୍ତ୍ରୀ ଏବଂ ଝିଅ ହେବା ଯାଏ। ୧୫ ବର୍ଷ, ୯ ସିଜନ୍‌, ୩୫୦ ଏପିସୋଡ। ବାସ୍ତବରେ ସମୟର ଡେଣା ଅଛି। ’ଆଦିତ୍ୟଙ୍କ ଏହି ପୋଷ୍ଟଟି ଭାଇରାଲ ହେଉଥିବା ବେଳେ ଅନେକେ ତାଙ୍କ ଶୋ’ ଛାଡ଼ିବାର କାରଣ ବିଷୟରେ ପଚାରୁଛନ୍ତି।

Share