ପ୍ରଥମଥର ଝିଅକୁ ସାଙ୍ଗରେ ନେଇ ଛୁଟି କାଟୁଛନ୍ତି ଆଦିତ୍ୟ-ଶ୍ୱେତା

ମୁମ୍ବାଇ: ଏବେ ଚାଲିଛି ବଲିଉଡ ସେଲିବ୍ରିଟିଙ୍କ ଭ୍ୟାକେଶନ ଟାଇମ । କରିନା କପୁର ଖାଁ ଏବେ ପରିବାର ସହ ଲଣ୍ଡନରେ ଛୁଟି କାଟୁଥିବା ବେଳେ ସାହିଦ କପୁର-ମିରା ରାଜପୁତ ୟୁରୋପିୟାନ ଭ୍ୟାକେଶନରେ ଯାଇଛନ୍ତି । ସେହିପରି ରାଜକୁମାର ରାଓ-ପତ୍ରଲେଖା ପ୍ୟାରିସରେ ଛୁଟି କାଟୁଛନ୍ତି । ଏହି ଭ୍ୟାକେଶନ ଲିଷ୍ଟରେ ସାମିଲ ହୋଇଛି ଆଉ ଜଣେ ଷ୍ଟାର କପୁଲଙ୍କ ନାମ ।
ଏମାନଙ୍କ ପାଇଁ ଏଥରର ଭ୍ୟାକେଶନ ଟିକେ ସ୍ପେଶାଲ । ଏମାନେ ହେଲେ ଆଦିତ୍ୟ ନାରାୟଣ ଓ ଶ୍ୱେତା ଅଗ୍ରୱାଲ । ଏବେ ଏହି କପୁଲ ପ୍ରଥମଥର ଲାଗି ଝିଅ ତ୍ୱିଷାକୁ ସାଙ୍ଗରେ ଧରି ବୁଲିବାକୁ ଯାଇଛନ୍ତି । ତେବେ ଏମାନେ ବିଦେଶ ନୁହେଁ ବରଂ କର୍ନାଟକର ଏକ ସୁନ୍ଦର ମନୋରମ ସ୍ଥାନରେ ଛୁଟି କାଟୁଛନ୍ତି । ଏହାର କିଛି ଫଟୋ ଆଦିତ୍ୟ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଯେଉଁଥିରେ ଆଦିତ୍ୟ-ଶ୍ୱେତା ୟୋଲୋ କଲର ଡ୍ରେସରେ ନଜର ଆସିଥିବା ବେଳେ ଝିଅ ତ୍ୱିଷାବି ୟେଲୋ କଲର ଡ୍ରେସରେ ପରିଭଳି ଦେଖାଯାଉଛି ।
ଆଦିତ୍ୟ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରି କ୍ୟାପଶନରେ ଲେଖିଛନ୍ତି, ଆମ ଛୋଟ ତି୍ୱଷା ସହିତ ଆମର ପ୍ରଥମ ଫ୍ୟାମିଲି ଭ୍ୟାକେଶନ । ଆଉ କିଛି ଫଟୋରେ ଆଦିତ୍ୟ ପ୍ରକୃତିର ମନୋରମ ଦୃଶ୍ୟକୁ ଉପଭୋଗ କରୁଥିବା ଦେଖାଯାଇଛି ।

Share