ବିବାହର ୫ ଦିନପରେ ସ୍ତ୍ରୀଙ୍କୁ ବାପ ଘରକୁ ପଠାଇଦେବାକୁ ଧମକ ହେଲେ ଆଦିତ୍ୟ ନାରାୟଣ: ଜାଣନ୍ତୁ କାହିଁକି…

ବଲିଉଡ୍‌ର ଜଣାଶୁଣା ଅଭିନେତା ତଥା ଗାୟକ ଆଦିତ୍ୟ ନାରାୟଣ ନିକଟରେ ଅଭିନେତ୍ରୀ ଶ୍ୱେତା ଅଗ୍ରଓ୍ବାଲଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ଉଭୟ ପରସ୍ପରକୁ ଦୀର୍ଘ ସମୟ ଧରି ଡେଟ୍‌ କରୁଥିଲେ। ଏହି ବିବାହରେ ବଲିଉଡ୍‌ର ଅନେକ କଳାକାର ଉପସ୍ଥିତ ହୋଇ ବହୁତ ମସ୍ତି ମଧ୍ୟ କରିଥିଲେ। ଏବେ ଏହି ବିବାହକୁ ମାତ୍ର ୫ ଦିନ ହୋଇଛି। ହେଲେ ଏବେ ଆଦିତ୍ୟ ସ୍ତ୍ରୀ ଶ୍ୱେତାଙ୍କୁ ବାପଘରକୁ ପଠାଇଦେବାକୁ ଧମକ ଦେଉଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବିବାହ ପରେ ଶାଶୁଘରେ ଶ୍ୱେତା ପହଞ୍ଚିଛନ୍ତି। ଏହାପରେ ପରେ ସମସ୍ତ ରୀତିନୀତି ପାଳନ କରାଯାଉଛି। ଏହାରି ମଧ୍ୟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଆଦିତ୍ୟଙ୍କ ମା’ ଦୀପା ନାରାୟଣଙ୍କ ସହ ଶ୍ୱେତା ରୋଷେଇ କରୁଛନ୍ତି। ସେମାନେ ରୋଷେଇ କରୁଥିବା ବେଳେ ଆଦିତ୍ୟ ଭିଡିଓ ପ୍ରସ୍ତୁତ କରୁଛନ୍ତି। ଭିଡିଓରେ ଆଦିତ୍ୟ ମସ୍ତି ମଜାକ୍‌ରେ ଶ୍ୱେତାଙ୍କୁ କହୁଛନ୍ତି, ଟେଷ୍ଟରେ କୌଣସି ଅଭାବ ନ ରହିବା ଉଚିତ୍‌, ନଚେତ୍‌ ନିଜ ବାପ ଘରକୁ ପଠାଇଦେବି ବୋଲି ଆଦିତ୍ୟ କହୁଛନ୍ତି। ଆଦିତ୍ୟଙ୍କ ମୁହଁରୁ ଏହା ଶୁଣିବା ପରେ ଶ୍ୱେତାଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ହସୁଥିବା ଦେଖିବାକୁ ଭିଡିଓରେ ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଆଦିତ୍ୟ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅପଲୋଡ୍‌ କରିଛନ୍ତି। ଏହି ଭିଡିଓକୁ ଆଦିତ୍ୟ ଏବଂ ଶ୍ୱେତାଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି।

Share