ରିସେପଶନରେ ରୋମାଣ୍ଟିକ ଡ୍ୟାନ୍ସ କଲେ ଆଦିତ୍ୟ

ମୁମ୍ବାଇ: ବଲିଉଡ୍ ସିଙ୍ଗର, ହୋଷ୍ଟ ତଥା ଆକ୍ଟର ଆଦିତ୍ୟ ନାରାୟଣ ତାଙ୍କ ଲଙ୍ଗ ଟାଇମ୍ ଗର୍ଲ ଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କୁ ଡିସେମ୍ବର ୧ରେ ବିବାହ କରିଛନ୍ତି । କରୋନା ମହାମାରୀ ଯୋଗୁ ଏହି ବିବାହରେ କେବଳ ପରିବାର ସଦସ୍ୟ ଯୋଗ ଦେଇଥିଲେ । ତେବେ ଡିସେମ୍ବର ୨ରେ ଆୟୋଜିତ ହୋଇଯାଇଛି ଶ୍ୱେତା-ଆଦିତ୍ୟଙ୍କ ରିସେପଶନ ପାର୍ଟି । ଏଥିରେ ବି କେତେଜଣ ହାତଗଣତି ଅତିଥି ଯୋଗ ଦେଇଥିବା ଜଣାପଡିଛି । ହେଲେ ରିସେପଶନରେ ଶ୍ୱେତା-ଆଦିତ୍ୟ ଯେଉଁ ରୋମାଣ୍ଟିକ ମୁଡରେ ଡ୍ୟାନ୍ସ କରିଛନ୍ତି ତାହା ଏବେ ସୋସିଆଲ ମତିଡିଆରେ ଭାଇରାଲ ହେବାରେ ଲାଗିଛି । ଆଦିତ୍ୟ ବ୍ଲାକ କଲର ସୁଟ୍ ପିନ୍ଧିଥିବା ବେଳେ ଶ୍ୱେତା ଲାଲ ରଙ୍ଗର ଡ୍ରେସରେ ଖୁବ୍ ସୁନ୍ଦର ଲାଗୁଛନ୍ତି । ଏବେ ଏହି ରିସେପଶନ ପାର୍ଟିର କିଛି ଫଟୋ ଓ ଭିଡିଓ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Share