ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲା: ତଦନ୍ତକୁ ନେଇ ଅସନ୍ତୋଷ, ଚିନ୍ମୟୀଙ୍କୁ ଜେରା

ଭୁବନେଶ୍ୱର,୨୮।୯ (ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ୩ମାସ ବିତିଲାଣି। ଏହାସହ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବାର ୨ମାସ ମଧ୍ୟ ହୋଇଗଲାଣି। ଇତି ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ କେବଳ ଆଦିତ୍ୟ ସ୍ତ୍ରୀ ବିଦ୍ୟାଶ୍ରୀ ଓ ୩ସାଙ୍ଗକୁ ଜେରା କରିବା ସହ ପଲିଗ୍ରାଫ ଟେଷ୍ଟ କରି ବସିପଡିଛି। ହେଲେ ଜିଆର୍‌ପି ଭଳି କ୍ରାଇମ୍‌ବ୍ରାଞ୍ଚର ଏଭଳି ଧିମା ତଦନ୍ତକୁ ନେଇ ଆଦିତ୍ୟଙ୍କ ପରିବାର ଲୋକେ ନାପସନ୍ଦ କରିଛନ୍ତି। ୩ମାସ ହେଲାଣି ପୁଅ ମୃତ୍ୟୁର କାରଣ ଜାଣିପାରୁ ନ ଥିବାରୁ ବାପା ଓ ମା’ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପଟେ ସିବିଆଇ ତଦନ୍ତ ପାଇଁ ପରିବାର ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ମାସେ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ପରିବାର ଲୋକେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ତାଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛି। ତେବେ ହାଇକୋର୍ଟଙ୍କ ନିକଟରେ ରିପୋର୍ଟ ଦାଖଲ ହେବାକୁ ଥିବାରୁ କ୍ରାଇମବ୍ରାଞ୍ଚ ଗତ ୧୮ ତାରିଖରେ ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ ମହାପାତ୍ରଙ୍କୁ ପଚରାଉଚରା କରିଛି। କୌଣସି ସମନ ନୁହେଁ, ଫୋନ୍‌ କଲ୍‌ ପାଇ ଚିନ୍ମୟୀ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ। କ୍ରାଇମ୍‌ବ୍ରାଞ୍ଚର ୩ଜଣିଆ ଟିମ୍‌ ୨ଘଣ୍ଟା ଧରି ତାଙ୍କୁ ମାରାଥନ ଜେରା କରିଥିଲା। ଏହି ସମୟରେ ଚିନ୍ମୟୀଙ୍କ ସହ ତାଙ୍କ ଓକିଲ ମଧ୍ୟ ଉପସ୍ଥିତ ରହିଥିଲେ।
ମିଳିଥିବା ସୂଚନାନୁସାରେ, କ୍ରାଇମ୍‌ବ୍ରାଞ୍ଚର ଅଧିକାରୀମାନେ ଚିନ୍ମୟୀଙ୍କୁ ଆଦିତ୍ୟଙ୍କ ମୃତ୍ୟୁ ସମ୍ପର୍କିତ ଅନେକ ପ୍ରଶ୍ନ ପଚାରିଥିଲେ। କେମିତି ଆଦିତ୍ୟଙ୍କ ସହ ଭେଟ ହୋଇଥିଲା? କେତେଥର ଆଦିତ୍ୟଙ୍କୁ ଦେଖା କରିବାକୁ ଆଶ୍ରମ ଯାଇଛ? ତୁମର ଭଲ ପାଇବା ଏକତରଫା ଥିଲା କି? ଆଦିତ୍ୟଙ୍କ ବିବାହ ଅନ୍ୟତ୍ର ହେଲା ଖବର କିଭଳି ପାଇଲ? ବିବାହ ପରେ ଆଦିତ୍ୟଙ୍କୁ ବ୍ଲାକ୍‌ମେଲ କରୁଥିଲ କି? ତୁମର କିଛି ମାନସିକ ରୋଗ ଅଛି କି? ଟିକ୍‌ଟକ୍‌ରେ ଦେଖି ନେବାକୁ ଆଦିତ୍ୟଙ୍କୁ ଧମକ ଦେଉଥିଲ କି? ଏଭଳି ଅନେକ ପ୍ରଶ୍ନର ସିଧାସିଧା ଉତ୍ତର ରଖିଥିଲେ ଚିନ୍ମୟୀ। ଏହାସହ ବିଦ୍ୟାଶ୍ରୀ କ୍ରାଇମ୍‌ବ୍ରାଞ୍ଚକୁ ମିଛ ତଥ୍ୟ ଦେଇଥିବା ସେ କହିଛନ୍ତି। ଗଣମାଧ୍ୟମରେ ଚିନ୍ମୟୀଙ୍କ ନାମ ପଦାକୁ ଆସିବା ପରେ କ୍ରାଇମ୍‌ବ୍ରାଞ୍ଚ ଫର୍‌ମାଲିଟି ଦୃଷ୍ଟିରୁ ତାଙ୍କୁ ପଚରାଉଚରା ପାଇଁ ଡାକିଥିବା କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବିବାହ ପରେ ଜଣେ ସାଇକୋ ଲେଡି ଆଦିତ୍ୟଙ୍କୁ ବ୍ଲାକ୍‌ମେଲ କରୁଥିବା ବିଦ୍ୟାଶ୍ରୀ ଅଭିଯୋଗ ଆଣିଥିଲେ। ଏପରି କି ଫୋନ୍‌ କରି ଧମକ ଦେବା ସହ ମେସେଜ୍‌ କରୁଥିଲେ। ତେଣୁ ଆଦିତ୍ୟଙ୍କ ମୃତ୍ୟୁ ପଛରେ ତାଙ୍କର ହାତଥିବା ବିଦ୍ୟାଶ୍ରୀ ଅଭିଯୋଗ କରିବା ପରେ ଚିନ୍ମୟୀ ଗଣମାଧ୍ୟମକୁ ଆସି ତାଙ୍କ ପ୍ରେମ ସମ୍ପର୍କରେ ମୁହଁ ଖୋଲିଥିଲେ। ଏହାକୁ ନେଇ କିଛିଦିନ ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ କ୍ରାଇମବ୍ରାଞ୍ଚ ତା’ର ତଦନ୍ତକୁ ସେହିଦିଗକୁ ନେଇଥିଲେ ମଧ୍ୟ ଆଦିତ୍ୟଙ୍କ ମୃତ୍ୟୁର ଟିକିଏ ବି ସୁରାକ ପାଇପାରୁ ନ ଥିବାରୁ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

‘ଆପଣଙ୍କୁ କେବଳ ପବ୍ଲିସିଟି ଦରକାର’, କାହିଁକି ପ୍ରଶାନ୍ତ କିଶୋରଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ? ଜାଣନ୍ତୁ…

ପାଟନା,୬।୨: ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ଚ୍ୟାଲେଞ୍ଜ କରି ଏବଂ ନୂତନ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟି ଦ୍ୱାରା ଦାୟର କରାଯାଇଥିବା ଆବେଦନର…

ଅଟୋ ଛାତରେ ବସି କୁକୁରର ସହର ପରିକ୍ରମା, ଭିଡିଓ ଭାଇରାଲ୍

ପୁଣେ,୬।୨: ମହାରାଷ୍ଟ୍ରର ପୁଣେ ସହରରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ସହରର ବ୍ୟସ୍ତବହୁଳ ‘ଡାଙ୍ଗେ ଛକ’ ଅଞ୍ଚଳରେ ଏକ ଚଳନ୍ତା ଅଟୋ-ରିକ୍ସା ଛାତ ଉପରେ ଏକ…

୭ରୁ ଓଡ଼ିଶା-ଜାପାନ ପର୍ବ: ଜାଣନ୍ତୁ ଏହାର ଉଦେଶ୍ୟ

ପୁରୀ,୬ା୨(ଅଜିତ୍‌ କୁମାର ମହାନ୍ତି): ଚଳିତ ମାସ ୭ ଏବଂ ୮ ତାରିଖ ସନ୍ଧ୍ୟାରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିିପ୍‌ ସେଣ୍ଟର ପକ୍ଷରୁ ସ୍ଥାନୀୟ ତାଳବଣିଆ ପଡ଼ିଆରେ ଓଡ଼ିଶା-ଜାପାନ ପର୍ବ ଆୟୋଜନ…

ଭାଙ୍ଗିଗଲାଣି ଶ୍ରେଣୀଗୃହ, ଗଛତଳେ ପଢୁଛନ୍ତି ପିଲା

କେସିଙ୍ଗା/ନର୍ଲା,୬ା୨(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳରେ ଅସ୍ଥାପତି ବିଦ୍ୟାଳୟକୁ ଶିକ୍ଷା ବିଭାଗ ସମେତ ନେତା ବିଧାୟକଙ୍କ ଦୃଷ୍ଟି ଗୋଚର…

‘ଟଙ୍କା ଖୁସି କିଣି ପାରିବ ନାହିଁ…’ କୋଟି କୋଟି ଆୟ ପରେ ଏଲୋନ ମସ୍କ ଏକ ଆଶ୍ଚର୍ଯ୍ୟଜନକ ପୋଷ୍ଟ

ନୂଆଦିଲ୍ଲୀ,୬।୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ବର୍ତ୍ତମାନ ଏକ ନୂଆ ଇତିହାସ ରଚିଛନ୍ତି। ସେ ଦୁନିଆର ପ୍ରଥମ ବ୍ୟକ୍ତି ଭାବେ ୮୦୦ ବିଲିୟନ ଡଲାର…

Ola Uber Rapido Strike: ଗୋଟିଏ ଦିନ ପରେ ଆଉ ବୁକ୍‌ କରିପାରିବେନି ଓଲା, ଉବର, ରାପିଡୋ! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୬।୧: ଓଲା, ଉବର ଏବଂ ରାପିଡୋ ଭଳି ଆପ-ଭିତ୍ତିକ ଚାଳକମାନେ ଆସନ୍ତାକାଲି, ଶନିବାର ଦେଶବ୍ୟାପୀ ଧର୍ମଘଟ କରିବେ। ଫେବୃଆରୀ ୭ରେ ଏହି ଦେଶବ୍ୟାପୀ ଧର୍ମଘଟ ଏହି ଆପ…

ବିନା ଖାଇବା-ପିଇବାରେ କେତେଦିନ ବଞ୍ଚିପାରିବ ମଣିଷ? ଜାଣନ୍ତୁ ହ୍ୟୁମାନ ବଡ଼ିର କାପାସିଟି…

ମଣିଷ ଶରୀର ଆଶ୍ଚର୍ଯ୍ୟଜନକ ଭାବରେ ସ୍ଥିର, କିନ୍ତୁ ଏହାର କିଛି ବାୟୋଲଜିକାଲ ସୀମା ମଧ୍ୟ ଅଛି। ଖାଦ୍ୟ ଏବଂ ପାଣି ବିନା ବଞ୍ଚିବା ଶରୀର ମସ୍ତିଷ୍କ, ହୃଦୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri