ବାଟ ଖୋଜୁଛନ୍ତି ଅଦିତି

ଅଦିତି ରାଓ ହାଇଦରି ଏବେ ବାଟ ଖୋଜୁଛନ୍ତି। କାରଣ ସେ ଏକାଥରେ ଦୁଇଟି ସିନେମାର ଶୁଟିଂ ସମାନ୍ତରାଳ ଭାବରେ ଆରମ୍ଭ କରିଦେଇଛନ୍ତି। ତେଣୁ ତାଙ୍କୁ ଏବେ ବିଶ୍ରାମ ନେବାକୁ ମଧ୍ୟ ସମୟ ନାହିଁ। ଏହା ସାଙ୍ଗକୁ ଆଉ ଏକ କଥା ତାଙ୍କର ଟେନସନ ବଢ଼ାଇ ଦେଇଛି। ତାହା କ’ଣ ଜାଣନ୍ତି। ଆଦିତି ଅଭିନୟ କରୁଥିବା ଏକ ଓ୍ବେବ୍‌ ସିରିଜ୍‌ର ଶୁଟିଂ ମଧ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ତେଣୁ ଏସବୁକୁ ନେଇ ଅଡୁଆରେ ପଡିଯାଇଛନ୍ତି ସେ। ଏ ନେଇ ଅଦିତି କହନ୍ତି, ‘ବର୍ତ୍ତମାନ ଦୁଇଟି ସିନେମାର ଶୁଟିଂ ଚାଲିଛି। ଏଥିରେ ଦର୍ଶକ ମୋତେ ଭିନ୍ନ ଭୂମିକାରେ ଦେଖିବାକୁ ପାଇବେ। ହେଲେ ନିକଟରେ ମୁଁ ସାଇନ୍‌ କରିଥିବା ଏକ ଓ୍ବେବ୍‌ ସିରିଜ୍‌ର ଶୁଟିଂ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ତେଣୁ ଏହା ପାଇଁ ମୁଁ କେମିତି ଡେଟ୍‌ ବାହାର କରିବି ତା’ର ବାଟ ଖୋଜୁଛି। ମୋତେ ଦେଖିଚାହିଁ ଆଗେଇବାକୁ ପଡିବ।’ ଅଦିତିଙ୍କ ବଡ ପରଦା କ୍ୟାରିୟର ଆରମ୍ଭ ହୋଇଥିଲା ଏକ ମାଲାୟାଲାମ ଫିଲ୍ମରୁ, ଯାହାର ଟାଇଟଲ ଥିଲା ‘ପ୍ରଜାପତି’। ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ ସିନେମା ଥିଲା ‘ଦିଲ୍ଳୀ ୬’। ଏହାବ୍ୟତୀତ ସେ ‘ଧୋବି ଘାଟ’, ‘ରକ୍‌ଷ୍ଟାର’, ‘ଲଣ୍ଡନ, ପ୍ୟାରିସ୍‌, ନ୍ୟୁୟର୍କ’, ‘ମର୍ଡର ୩’, ‘ବସ୍‌’, ‘ଖୁବସୁରତ’ ଏବଂ ‘ଗୁଡ୍ଡୁ ରଙ୍ଗୀଲା’ ଆଦି ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି।

Share