ଦିୱାଲିରେ ରିଲିଜ ହେବ ‘ଆଦିପୁରୁଷ’!

ମୁମ୍ବାଇ: କରୋନା ମହାମାରୀକୁ ନେଇ ଦୀର୍ଘ ପ୍ରାୟ ୨ ବର୍ଷ ହେବ ବନ୍ଦ ପଡିଥିବା ସିନେମା ହଲ ପୁଣିଥରେ ଚଳଚଞ୍ଚଳ ହୋଇ ଉଠିଛି । ୧୧ ଅଗଷ୍ଟ ୨୦୨୨ରେ ଅଭିନେତା ଆମିର ଖାଁଙ୍କ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜ ହେବାକୁ ଥିବା ବେଳେ ଏବେ ସଭିଙ୍କ ନଜର ଫିଲ୍ମ ‘ଆଦିପୁରୁଷ’ ଉପରେ । ସବୁଠାରୁ ମହଙ୍ଗା ଭାରତୀୟ ଫିଲ୍ମ ମଧ୍ୟରୁ ଆଦିପୁରୁଷ ଗୋଟିଏ ବୋଲି କୁହାଯାଉଥିବା ବେଳେ ଏବେ ଏହାର ରିଲିଜ ଡେଟକୁ ନେଇ ଏମିତି କିଛି କହିଛନ୍ତି ଭୁଷଣ କୁମାର ।
କୁହାଯାଉଛି କି ଚଳିତ ବର୍ଷ ଦିୱାଲି ୱିକ ଏଣ୍ଡରେ ଆଦିପୁରୁଷ ରିଲିଜ୍ ହେବ । ହେଲେ ନିର୍ମାତା ଭୁଷଣ କୁମାର ନିକଟରେ ଏକ ୱେବ ସାଇଟ ସହ ସାକ୍ଷାତ୍‌କାର ସମୟରେ କହିଛନ୍ତି, ଏପର୍ଯ୍ୟନ୍ତ ଏହାର ରିଲିଜ ତାରିଖ ସ୍ଥିର କରାଯାଇ ନାହିଁ । ପୁଣିଥରେ ନିଷ୍ପତ୍ତି ନେବା ପରେ ତାରିଖ ଘୋଷଣା କରାଯିବ । ତେବେ ଦିୱାଲି ୱିକଏଣ୍ଡରେ ରିଲିଜ ହେବାକୁ ଆହୁରି କିଛି ଫିଲ୍ମର ତାରିଖ ଘୋଷଣା କରାଯାଇଥିବା ବେଳେ ଆମେ ଗୋଟିଏ ସଠିକ ତାରିଖ ଖୋଜୁଛୁ ବୋଲି ନିର୍ମାତା ଭୁଷଣ କୁମାର କହିଛନ୍ତି ।
‘ଆଦିପୁରୁଷ’ରେ ଅଭିନେତା ପ୍ରଭାସ, ରାମଙ୍କ ଭୂମିକାରେ ନଜର ଆସୁଥିବା ବେଳେ ଶୈଫ ଅଲି ଖାଁ ରାବଣ ଓ କ୍ରିତି ସାନନ ସୀତା ଭୂମିକାରେ ନଜର ଆସିବେ ।

Share