‘ଆଦିପୁରୁଷ’ର ଦ୍ୱିତୀୟ ଗୀତ ରିଲିଜ: ୧ ଘଣ୍ଟା ମଧ୍ୟରେ ୧.୨ ମିଲିୟନ ଭ୍ୟୁ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ଦ୍ୱିତୀୟ ଗୀତ ରିଲିଜ ହୋଇଛି। ଏହି ଗୀତ ଆସିବା ସାମ୍ନାକୁ ମାତ୍ରେ ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଇଛି। ଏହି ଚଳଚ୍ଚିତ୍ରର ଟ୍ରେଲର ପରେ ଏହାର ପ୍ରଥମ ଗୀତ ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟ ହୋଇପାରିଛି। ଆପଣଙ୍କୁ କହି ରଖୁଛୁ ଯେ, ଆଦିପୁରୁଷଙ୍କର ପ୍ରଥମ ଗୀତ ‘ରାମ ସିଆ ରାମ’ ରିଲିଜ ହେବା ପରଠାରୁ ୟୁଟ୍ୟୁବରେ ଏକ ନମ୍ବର ସ୍ଥାନରେ ରହିଛି।ଏହି ଗୀତର ଲିରିକ୍ସ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ଏହି ଗୀତଟି ମାତ୍ର ୧ ଘଣ୍ଟା ମଧ୍ୟରେ ୧.୨ ମିଲିୟନ ଭ୍ୟୁ ପାଇଛି।
ଆଦିପୁରୁଷର ପ୍ରଥମ ଗୀତ ରିଲିଜ ହେବା ପରେ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭକ୍ତି ଗୀତର ଲିରିକ୍ସକୁ ପ୍ରସିଦ୍ଧ ଗୀତିକାର ମନୋଜ ମୁନ୍ତାସୀର ଶୁକ୍ଲା ଲେଖିଥିବାବେଳେ ଏହି ଗୀତଟିକୁ ଲୋକପ୍ରିୟ ଗାୟକ ସାଚେତ୍‌ ଏବଂ ପରମପରା ଗାଇଛନ୍ତି। ଗତକାଲି ପାନ ଇଣ୍ଡିଆ ତାରକା ପ୍ରଭାସ ତାଙ୍କ ଅଫିସିଆଲ ଟୁଇଟଟର ହ୍ୟାଣ୍ଡେଲ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ଏହି ଗୀତ ରିଲିଜ ବିଷୟରେ ସୂଚନା ଦେଇଥିଲେ।

 

Share