ଚୋରି କରି ପ୍ରସ୍ତୁତ କରାଯାଇଛି ‘ଆଦିପୁରୁଷ’ର ପୋଷ୍ଟର!

ମୁମ୍ବାଇ: ସାଉଥ୍ ଷ୍ଟାର ପ୍ରଭାସ, କ୍ରିତି ସାନନ ଓ ଶୈଫ ଅଲି ଖାଁ ଷ୍ଟାରର ଅପକମିଂ ଫିଲ୍ମ ଆଦିପୁରୁଷର ଟିଜର ରିଲିଜ ହେବା ପରେ ଫିଲ୍ମ ଲଗାତାର ଭାବେ ବିବାଦରେ ରହି ଆସୁଛି । ପ୍ରଥମେ ଫିଲ୍ମକୁ ସୋସିଆଲ ମିଡିଆରେ ଟ୍ରୋଲର ସାମ୍ନା କରିବାକୁ ପଡିଲା । ପୁଣି ସର୍ବ ବ୍ରାହ୍ମଣ ମହାସଭା ରାମାୟଣର ଇସଲାମିକରଣ କରିଥିବା ଅଭିଯୋଗ ଆଣି ଫିଲ୍ମର ନିର୍ଦ୍ଦେଶକ ଓମ ରାଉତଙ୍କ ନାମରେ ଲିଗାଲ ନୋଟିସ ପଠାଇଲା । ଏହା ସହ ଚେତାବନୀ ଦିଆଗଲା କି ୭ ଦିନ ମଧ୍ୟରେ ଫିଲ୍ମରୁ ବିବାଦୀୟ ଦୃଶ୍ୟ ନ ହଟାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ । ଏବେ ଏହାର ପୋଷ୍ଟର ଚୋରି କରାଯାଇଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ଏକ ଆନିମେଶନ ଷ୍ଟୁଡିଓ ବାନରସେନା ବାଦି କରିଛି କି ଆଦିପୁରୁଷର ପୋଷ୍ଟର ଚୋରି କରାଯାଇଛି । ଷ୍ଟିଡିଓ ଇନଷ୍ଟାଗ୍ରାମରେ ଆଦିପୁରଷର ପୋଷ୍ଟର ସହ ଭଗବାନ ଶିବଙ୍କ ପୋଷ୍ଟର କୋଲାଜ କରି ଶେୟାର କରିଛି । ଷ୍ଟୁଡିଓର ପୋଷ୍ଟରରେ ଭଗବାନ ଶିବ ହାତରେ ଧନୁ ଧରିଥିବା ଦେଖାଯାଇଛି ଆଉ ଠିକ୍ ସେହିଭଳି ଭାବେ ପ୍ରଭାସ ହାତରେ ଧନୁ ଧରିଥିବାର ନଜର ଆସିଛି ।
ଷ୍ଟୁଡିଓ କହିଛି ଟି ସିରିଜ ଲଜ୍ୟା କରିବା କଥା । ଆପଣ ଅରିଜନାଲ କ୍ରିଏଟରକୁ ଟ୍ୟାଗ କରିବାର ଥିଲା ଯିଏ ଏହାକୁ ପ୍ରସ୍ତୁତ କରିଛନ୍ତି । ସୂଚନାଯୋଗ୍ୟ, ଆନିମେଶନ ଷ୍ଟୁଡିଓ ପରେ ଏହି ପୋଷ୍ଟକୁ ଡିଲିଟ କରି ଦେଇଛି । ବାନରସେନା ଆନିମେଶନ ଷ୍ଟୁଡିଓର ଆର୍ଟିଷ୍ଟ ବିବେକ ରାମ ଲିଙ୍କଡଇନରେ ବି ଫିଲ୍ମ ମେକର୍ସଙ୍କୁ ଦୋଷାରୋପ କରିଛନ୍ତି । ସେ କହିଛନ୍ତି ତାଙ୍କ ଆର୍ଟୱାର୍କକୁ ଫିଲ୍ମ ମେକର୍ସ ବ୍ୟବହାର କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri