ବିବାଦରେ ‘ଆଦିପୁରୁଷ’, ବଦଳିବ ଡାଇଲଗ୍‌

ଭୁବନେଶ୍ୱର,୧୯।୬(ଶର୍ମିଷ୍ଠା ପାଣିଗ୍ରାହୀ): ରାମାୟଣ କଥାବସ୍ତୁକୁ ନେଇ ଭିନ୍ନ ଭାବେ ପ୍ରସ୍ତୁତ ଚଳଚ୍ଚିତ୍ର ‘ଆଦିପୁରୁଷ’ ଏବେ ବିବାଦରେ ଛନ୍ଦି ହୋଇଯାଇଛି। ହିନ୍ଦୀ, ତେଲୁଗୁ ଆଦି ବିଭିନ୍ନ ଭାଷାରେ ରିଲିଜ୍‌ ହୋଇଥିବା ଏହି ଚଳଚ୍ଚିତ୍ରରେ ରହିଥିବା ଚରିତ୍ରର ବେଶଭୂଷା, ଡାଇଲଗ୍‌ ଓ ତଥ୍ୟକୁ ନେଇ ଦେଶବ୍ୟାପୀ ବିରୋଧ କରାଯିବା ସହ ସମାଲୋଚନା ଜାରି ରହିଛି। ସୀତା ନେପାଳ କନକପୁରରେ ଜନ୍ମଗ୍ରହଣ କରିଥିବାବେଳେ ଏଥିରେ ତାଙ୍କୁ ଭାରତର ଝିଅ ଭାବେ ଉପସ୍ଥାପିତ କରାଯାଇଛି। ଏଭଳି ଅନେକ ପ୍ରସଙ୍ଗକୁ ନେଇ ବିବାଦ ଉପୁଜିଛି। ଚଳଚ୍ଚିତ୍ରର ଟ୍ରେଲର ରିଲିଜ ସମୟରେ ଏହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। କିନ୍ତୁ ଟିଜର ରିଲିଜ୍‌ ପରେ ପ୍ରତିକ୍ରିୟା ଆରମ୍ଭ ହୋଇଥିଲା। ଶୁକ୍ରବାର ଚଳଚ୍ଚିତ୍ରଟି ପ୍ରେକ୍ଷାଳୟକୁ ଆସିବା ପରେ ବିରୋଧ ତେଜିବାରେ ଲାଗିଛି। ଛୋଟ ପିଲାମାନଙ୍କୁ ଚଳଚ୍ଚିତ୍ରଟି ପସନ୍ଦ ଲାଗୁଥିବାବେଳେ ଦୁଇଦିନ ହେବ ପ୍ରେକ୍ଷାଳୟଗୁଡ଼ିକ ହାଉସ୍‌ଫୁଲ ରହିଛି। କିନ୍ତୁ ଚାରିଆଡୁ ସମାଲୋଚନା ସହ ବିରୋଧ ଜାରି ରହିବାରୁ ଏହାର ଡାଇଲଗ୍‌ ବଦଳାଇବାକୁ ନିଷ୍ପତ୍ତି ହୋଇଛି। ରବିବାର ଡାଇଲଗ ରାଇଟର ମନୋଜ ମୁନ୍ତଶିର୍‌ ଟୁଇଟ୍‌ କରି ଏନେଇ ଘୋଷଣା କରିଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଦର୍ଶକଙ୍କ ଭାବନାକୁ ଆଘାତ ଦେଇଥିବା ଚଳଚ୍ଚିତ୍ରର ଡାଇଲଗଗୁଡିକ ବଦଳାଯିବ। ନୂଆ ଡାଇଲଗ ସହ ଏହା ଆସନ୍ତା ସପ୍ତାହରେ ପୁନଃ ପ୍ରେକ୍ଷାଳୟକୁ ଆସିବ। ତେବେ ‘ଆଦିପୁରୁଷ’କୁ ନେଇ ଉପୁଜିଥିବା ବିବାଦ ସମ୍ପର୍କରେ ଓଡ଼ିଶାର ସିନେ ନିର୍ଦ୍ଦେଶ, ସମୀକ୍ଷକ, ଦର୍ଶକଙ୍କ ମତକୁ ନେଇ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।

ଚଳଚ୍ଚିତ୍ର ଜଗତ ଉପରେ ନକାରାତ୍ମକ ପ୍ରଭାବ ପଡୁଛି
ନିର୍ଦ୍ଦେଶକ ସବୁବେଳେ କିଛି ଅଲଗା କରିବାକୁ ଚେଷ୍ଟା କରିଥାଏ। କିଛି ସଫଳ ହୋଇଥାଏ, କିଛି ବିଫଳ। ‘ଆଦିପୁରୁଷ’ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ କିନ୍ତୁ ବିଫଳ ହୋଇଛନ୍ତି। ଏଥିପାଇଁ ଉପଯୁକ୍ତ ଗବେଷଣାର ଅଭାବ ରହିଥିବା ପରିଲକ୍ଷିତ ହେଉଛି। କାଷ୍ଟିଂ ମଧ୍ୟ ଠିକ୍‌ ହୋଇନି। ରାମାୟଣ ସହ ଲିଙ୍କ୍‌ ରହୁଥିଲେ ମଧ୍ୟ ଚଳଚ୍ଚିତ୍ରର ଡାଇଲଗ ଦର୍ଶକଙ୍କୁ ଭଲ ଲାଗିନି। ଏହାକୁ ଏଭଳି ଭାବରେ ବିରୋଧ କରାଯାଉଛି ଯାହାର ନକାରତ୍ମକ ପ୍ରଭାବ ଚଳଚ୍ଚିତ୍ର ଜଗତ ସହ ବ୍ୟକ୍ତିବିଶେଷଙ୍କ ଉପରେ ପଡ଼ୁଛି। ଚଳଚ୍ଚିତ୍ରର ଭିଏଫ୍‌ଏକ୍ସ ବହୁତ ଭଲ ହୋଇଛି। ଏହା ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ୱ ଦେଖିବା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି। ଭାରତରେ ଏହା କମ୍‌ ଚାଲିପାରେ, କିନ୍ତୁ ବିଶ୍ୱରେ ଏହା ଆଦୃତି ଲାଭ କରିବ।
-ଉଦୟଶଙ୍କର ପାଣି, ଚଳଚ୍ଚିତ୍ର ନିର୍ଦ୍ଦେଶକ
ବର୍ତ୍ତମାନର ପିଢ଼ି ପାଇଁ ପ୍ରସ୍ତୁତ ହୋଇଛି
ରାମାନନ୍ଦ ସାଗରଙ୍କ ଧାରାବାହିକ ‘ରାମାୟଣ’ରେ ଛୋଟ ଛୋଟ ଚରିତ୍ରକୁ ବିଭିନ୍ନ ପର୍ଯ୍ୟାୟରେ ଦେଖାଯାଇଛି। କିନ୍ତୁ ଚଳଚ୍ଚିତ୍ର ‘ଆଦିପୁରୁଷ’ର ସମୟସୀମା ବହୁତ କମ୍‌ ହୋଇଥିବାରୁ ସମ୍ପୂର୍ଣ୍ଣ ରାମାୟଣକୁ ଦେଖାଇବା ପାଇଁ ନିର୍ମାତା ଚେଷ୍ଟା କରିଛନ୍ତି। ତା’ ଛଡ଼ା ଆମେ ସତରେ କ’ଣ କାହାକୁ ଦେଖିଛେ। ସୀତା କେମିତି, ରାମ କେମିତି…ଏସବୁ ସେତେବେଳେ ବି କାଳ୍ପନିକ ଭାବେ ପ୍ରସ୍ତୁତ ହୋଇଥିଲା। ‘ଆଦିପୁରୁଷ’ର ନିର୍ମାତା ବର୍ତ୍ତମାନର ପିଢ଼ି ପାଇଁ ଏହାକୁ ପ୍ରସ୍ତୁତ କରିଛନ୍ତି। ବ୍ୟବସାୟିକ ଓ ସାମୂହିକ ଦୃଷ୍ଟିରୁ ଏହାକୁ ଏକ ସଫଳ ଚଳଚ୍ଚିତ୍ର ବୋଲି କହିପାରିବା। ଭିନ୍ନ ଲୋକଙ୍କର ଭିନ୍ନ ମତ। ଦର୍ଶକଙ୍କ ପାଇଁ ଆଧୁନିକ ଭାବେ ପ୍ରସ୍ତୁତ କରାଯାଇଥିବା ଏହି ଚଳଚ୍ଚିତ୍ର ଭରପୁର ମନୋରଞ୍ଜନ ଦେବ। ବାକି ଧାର୍ମିକ ଭାବନାକୁ ଆଘାତ ଦେଉଥିବା ଡାଇଲଗକୁ ପରିବର୍ତ୍ତନ ପାଇଁ ତ ନିଷ୍ପତ୍ତି ନିଆଯାଇଛି।
-ଦିଲ୍ଲୀପ ହାଲି, ସିନେ ସମୀକ୍ଷକ
କାର୍ଟୁନ ରାମାୟଣ ପରି ଲାଗିଲା
ହନୁମାନ ମୋତେ ବହୁତ ଭଲ ଲାଗିଲେ। ତାଙ୍କ ଅଭିନୟ ଭଲ ଥିଲା। ରାମ ଯେଉଁ ପଥରରେ ନାମ ଲେଖି ସେତୁବନ୍ଧ ନିର୍ମାଣ କଲେ, ରାବଣ ସହ ଲଢେଇ ଆଦି ଦେଖିବାକୁ ମଜା ଲାଗିଲା। ରାମାୟଣକୁ ମୁଁ କିଛି ମାତ୍ରାରେ ଚଳଚ୍ଚିତ୍ର ଦେଖିବା ପରେ ବୁଝିପାରିଲି। ମୁଁ ୟୁଟ୍ୟୁବ୍‌ରେ ଦେଖୁଥିବା କାର୍ଟୁନରେ ଯେମିତି କିଛି କାହାଣୀ ଥାଏ ସେମିତି ଏହି ଚଳଚ୍ଚିତ୍ରରୁ ରାମାୟଣ ବିଷୟରେ ଜାଣିପାରିଲି।
-ହଂସିକା ପତି, ଶିଶୁ ଦର୍ଶକ
ସଂସ୍କୃତିକୁ ପରିହାସ
ରାମାୟଣକୁ ଏକ ବିକୃତ ରୂପରେ ‘ଆଦିପୁରୁଷ’ ମାଧ୍ୟମରେ ଦେଖାଯାଇଛି। ନିର୍ମାତାଙ୍କ କହିବାନୁସାରେ, ସେମାନେ ବର୍ତ୍ତମାନର ପିଢ଼ି ପାଇଁ ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି। କିନ୍ତୁ ବର୍ତ୍ତମାନ ପିଢ଼ି ଆଳରେ ଏମିତି କିଛି ଦେଖାଯିବା କଥା ନୁହେଁ, ଯାହା ଆମ ସଂସ୍କୃତିକୁ ପରିହାସ କରିବା ପରି ହେବ। ସୈଫ ଅଲ୍ଲୀ ଖାନ୍‌ଙ୍କ ଅଭିନୟ ଭଲ ଥିଲେ ମଧ୍ୟ ତାଙ୍କୁ ଏମିତି ଭାବେ ଉପସ୍ଥାପିତ କରାଯାଇଛି, ଯେଉଁଥିରେ ସେ ଦର୍ଶକଙ୍କ ଉପହାସ ପାଲଟିଛନ୍ତି। ଚଳଚ୍ଚିତ୍ରରେ ଗୀତଟିକୁ ଛାଡ଼ିଦେଲେ ଆଉ କିଛି ଭଲ ଲାଗୁନି।
-ସୁକୁମାର ସାହୁ, ଯୁବ ସିନେ ସମୀକ୍ଷକ


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ରଙ୍ଗାରଙ୍ଗ ଉଦ୍‌ଘାଟନୀରେ ଟି୨୦ ବିଶ୍ୱକପ୍‌ ଆରମ୍ଭ

ମୁମ୍ବାଇ, ୭ା୨: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। ଭାରତ ଓ ଆମେରିକା…

ଶ୍ରୀଲଙ୍କାର ବଡ଼ ଅନୁରୋଧ: ମ୍ୟାଚ୍‌ ବର୍ଜନ ଉପରେ ପୁନଃ ବିଚାର କରିପାରେ ପାକିସ୍ତାନ

କରାଚୀ,୭ା୨- ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ ବିପକ୍ଷ ଟି୨୦ ମ୍ୟାଚ୍‌କୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପାକିସ୍ତାନ ପୁନଃ ବିଚାର କରିପାରେ। ଭାରତ-ପାକିସ୍ତାନ ବହୁ ପ୍ରତିକ୍ଷିତ…

ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ: ଉତ୍ତେଜିତ ହୋଇ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି,୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ସୀମାଞ୍ଚଳ ମହାପାତ୍ର(୨୪) ଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।ବୁଧବାର ସକାଳେ ଡ୍ରେନରେ…

ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମହିଳା

ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ନୂଆଗାଁସ୍ଥିତ ହରପ୍ରସାଦ ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri