ବୋଲ୍ଡ ସିନ୍‌ ପୂର୍ବରୁ ଅଭିନେତ୍ରୀ-ଅଭିନେତା ପରସ୍ପରକୁ ପଚାରୁଥିଲେ ଏମିତି ପ୍ରଶ୍ନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିନେତ୍ରୀ ରାଧିକା ଆପ୍ଟେ ବଲିଉଡର ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ଚଳଚ୍ଚିତ୍ରରେ ତାଙ୍କର ଚରିତ୍ର ଏବଂ ବୋଲ୍ଡ ଦୃଶ୍ୟ ସବୁବେଳେ ଚର୍ଚ୍ଚାରେ ଥାଏ। ସେ ଯେକୌଣସି ଚରିତ୍ରରେ ଅଭିନୟ କରିବାକୁ ପଛାନ୍ତି ନାହିଁ ଏବଂ ସେଥିପାଇଁ ପ୍ରତ୍ୟେକ ଚରିତ୍ରରେ ସେ ଫିଟ୍‌ ଥା’ନ୍ତି। ରାଧିକା ଆପ୍ଟେ ୨୦୧୬ ଚଳଚ୍ଚିତ୍ର ‘ପାରଚେଡ’ରେ ଆଦିଲ ହୁସେନଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ ଦେଇଥିଲେ। ଏବେ ଫିଲ୍ମର ହଟ୍‌ ଦୃଶ୍ୟକୁ ନେଇ କିଛି ରହସ୍ୟ ଉନ୍ମୋଚନ ହୋଇଛି। ଏହି ବୋଲ୍ଡ ଦୃଶ୍ୟ କରିବା ପୂର୍ବରୁ, ଆଦିଲ ଏବଂ ରାଧିକା ପରସ୍ପରକୁ କେଉଁ ପ୍ରଶ୍ନ ପଚାରିଥିଲେ, ଏହା ପ୍ରକାଶ ପାଇଛି।
ଲୀନା ଯାଦବଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ଆଦିଲ ହୁସେନ ଜଣେ ଅତିଥି କଳାକାର ଭାବେ ନଜର ଆସିଥିଲେ। ସେ ରାଧିକା ଆପ୍ଟେଙ୍କ ସହିତ ଏକ ବୋଲ୍ଡ ଦୃଶ୍ୟ ଦେଇଥିଲେ। ନିକଟରେ ଆଦିଲ ହୁସେନ ଏକ ସାକ୍ଷାତକାରରେ ଏହି ଦୃଶ୍ୟ ବିଷୟରେ କିଛି କଥା କହିଛନ୍ତି। ଏହି ଦୃଶ୍ୟ କରିବା ପୂର୍ବରୁ ଆଦିଲ ହୁସେନ ରାଧିକାଙ୍କୁ ତାଙ୍କ ପ୍ରେମିକ ବିଷୟରେ ପଚାରିଥିଲେ। ଏହାର ଉତ୍ତରରେ ରାଧିକା କହିଥିଲେ ଯେ ସେ ବିବାହିତ। ଏହା ପରେ ରାଧିକା ଅଭିନେତାଙ୍କୁ ସମାନ ପ୍ରଶ୍ନ ପଚାରିଥିଲେ ଏବଂ ଏହାର ଉତ୍ତରରେ ଆଦିଲ ମଧ୍ୟ ତାଙ୍କ ଉତ୍ତର ଦେଇଥିଲେ। ରାଧିକା ଆଦିଲ ହୁସେନଙ୍କୁ ପଚାରିଥିଲେ, ତୁମର ସ୍ତ୍ରୀଙ୍କ ବିଷୟରେ କ’ଣ?’ ଯେଉଁଥିରେ ସେ ଉତ୍ତର ଦେଇଥିଲେ, କୌଣସି ଅସୁବିଧା ନାହିଁ’। ବୋଲ୍ଡ ଦୃଶ୍ୟରେ ତାଙ୍କ ସ୍ତ୍ରୀଙ୍କ ପ୍ରତିକ୍ରିୟା ବିଷୟରେ ଅଭିନେତା ଆଦିଲ କହିଛନ୍ତି, ମୁଁ ଆଶା କରୁଛି ଯେ ମୁଁ ଏହା ଭଲ କରିବି। ମୋ ସ୍ତ୍ରୀ ମୋର ବୃତ୍ତିକୁ ସମ୍ମାନ କରନ୍ତି ଏବଂ ମୋର ସମ୍ବେଦନଶୀଳତା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତି। ଥିଏଟରର ପ୍ରଥମ ଦିନରୁ ଆମେ ପରସ୍ପରକୁ ଜାଣିଛୁ ଏବଂ ସେ ଜାଣନ୍ତି ମୁଁ ଜଣେ ଅଭିନେତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri