Categories: ଜାତୀୟ

‘ମୁଁ ଅନୁପଯୋଗୀ ଯଦି ମୋତେ କୁହାଯାଉ…ଚାଲିଯିବି’! ପ୍ରଥମ ଦିନରେ ନ୍ୟୁ ପାର୍ଲାମେଣ୍ଟ ବିଲଡିଂ ପହଞ୍ଚି ରାଗିଲେ ଅଧିର ରଞ୍ଜନ

ନୂଆଦିଲ୍ଲୀ,୧୭।୯: ସୋମବାର ଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ଉପରାଷ୍ଟ୍ରପତି ଜଗଦୀପ ଧନଖର ରବିବାର ନୂତନ ସଂସଦ ଭବନରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଏହି ସମୟରେ ଲୋକ ସଭା ବାଚସ୍ପତି ଓମ ର୍ବିଲା, କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ପୀୟୁଷ ଗୋୟଲ, ଅର୍ଜୁନ ରାମ ମେଘୱାଲ ଉପସ୍ଥିତ ଥିଲେ। ବିରୋଧୀଙ୍କ ଠାରୁ ରାଜ୍ୟ ସଭାରେ କଂଗ୍ରେସ ସଭାପତି ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ତଥା ଦଳର ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଯୋଗ ଦେଇ ନ ଥିଲେ।
ତେବେ ଲୋକ ସଭାରେ ପଶ୍ଚିମବଙ୍ଗର କଂଗ୍ରେସ ସଭାପତି ତଥା ବିରୋଧୀଦଳର ନେତା ଅଧିର ରଂଜନ ଚୌଧୁରୀ ଏଥିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ଯେତେବେଳେ ଖବରଦାତାମାନେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅନୁପସ୍ଥିତି ବିଷୟରେ ପ୍ରଶ୍ନ ପଚାରିଥିଲେ, ସେତେବେଳେ ଅଧିର ରାଗି ଯାଇଥିଲେ। ସେ ଉତ୍ତର ଦେଲେ, ମୁଁ ଏଠାକୁ ଆସିବା ଯଥେଷ୍ଟ ନୁହେଁ କି। ଯଦି ମୁଁ ଏଠାରେ ଉପଯୋଗୀ ନୁହେଁ ତେବେ ମୋତେ କୁହ, ମୁଁ ଚାଲିଯିବି। ପରାମର୍ଶ ଦେବାବେଳେ ସେ କହିଛନ୍ତି ଯେ ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ଆସିଛନ୍ତି ସେମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ।

Share