Categories: ଖେଳ

ଜୋକୋଭିଚ୍‌ଙ୍କୁ ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଆଡିଲେଡ୍‌, ୯ା୧(ପି.ଟି.): ସର୍ବିଆର ନୋଭାକ୍‌ ଜୋକୋଭିଚ୍‌ ରବିବାର ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ ଟେନିସ ଟାଇଟଲ ବିଜୟୀ ହୋଇଛନ୍ତି। ଅଷ୍ଟ୍ରେଲିଆନ୍‌ ଓପନ୍‌ ପ୍ରସ୍ତୁତି ପାଇଁ ଏହି ଟୁର୍ନାମେଣ୍ଟ ଖେଳିଥିବା ଜୋକୋଭିଚ୍‌ ଆମେରିକାର ଅଣସିଡେଡ୍‌ ଖେଳାଳି ସେବାଷ୍ଟିଆନ୍‌ କୋର୍ଡାଙ୍କୁ ୬-୭(୮), ୭-୬(୩) ଓ ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି।

ଡାନିଲ ମେଡ୍‌ଭେଡେଭ୍‌ଙ୍କ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ ସମୟରେ ଜୋକୋଭିଚ୍‌ଙ୍କ ହାର୍ମଷ୍ଟ୍ରିଙ୍ଗ୍‌ରେ ସମସ୍ୟା ଦେଖାଦେଇଥିଲା। ତେବେ ଫାଇନାଲରେ ଆହତର କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲା। ଦୀର୍ଘ ୧୬ ବର୍ଷ ପରେ ଜୋକୋଭିଚ୍‌ ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ ଟାଇଟଲ୍‌ ବିଜୟୀ ହୋଇଛନ୍ତି। ୧୯ ବର୍ଷ ବୟସରେ ୨୦୦୭ ମସିହାରେ ସେ ଶେଷଥର ପାଇଁ ଏହି ଟାଇଟଲ ବିଜୟୀ ହୋଇଥିଲେ। ଏହାସହିତ ନିଜ କ୍ୟାରିୟରର ୯୨ ତମ ସିଙ୍ଗଲ୍ସ ଟାଇଟଲ ହାସଲ କରିଥିଲେ ଜୋକୋଭିଚ୍‌।

Share