ଲାଞ୍ଚ ନେଇ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

ନୟାଗଡ଼,୨୮ା୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ତହସିଲରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ୩ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଗୋଟିଏ ବାଲି ଗାଡ଼ିକୁ ଛାଡ଼ିବା ପାଇଁ ୧୩ ହଜାର ଟଙ୍କା ତୁଟିଥିଲା। ବାଲି ବୋଝେଇ ଟ୍ରକର ମାଲିକ ଗଣିଆ ଦୁଆରୀ ଗାଁର ଅଜିତ କୁମାର ପ୍ରଧାନ ୧୦ ହଜାର ଟଙ୍କା ଦେଇ ୩ ହଜାର ଟଙ୍କା ବାକି ରଖିଥିଲେ। ଶୁକ୍ରବାର ବାକି ୩ ହଜାର ଟଙ୍କା ଦେଉଥିବା ସମୟରେ ଅତିରିକ୍ତ ତହସିଲଦାରଙ୍କ ସରକାରୀ ବାସଭବନରେ ନୟାଗଡ଼ ଓ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ୩ ହଜାର ଟଙ୍କା ଜବତ କରିବା ସହ ବନମାଳୀଙ୍କୁ ଗିରଫ କରିଛନ୍ତି।