ଚଳିତ ବର୍ଷ ୨.୩୩ ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି କରାଯିବ: ମନ୍ତ୍ରୀ

ଭୁବନେଶ୍ବର, ୧୮ା୩(ବ୍ୟୁରୋ): ଆସନ୍ତା ୫ ବର୍ଷରେ ଜଳ ସମ୍ପଦ ଭିତ୍ତିଭୂମି ନିର୍ମାଣ ପାଇଁ ୭୫ ହଜାର କୋଟି ଟଙ୍କାର ପ୍ରାବଧାନ ରଖାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଜଳ କ୍ଷେତ୍ରରେ ବିକାଶ କାର୍ଯ୍ୟ ପାଇଁ ୧୧,୬୫୫ କୋଟି (କାପେକ୍ସ ଓ ଚାର୍ଜ ପରିମାଣ ସହିତ) ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ୨.୩୩ ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି କରାଯିବା ପ୍ରସ୍ତାବ ରହିଥିବା ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।
ଜଳ ସମ୍ପଦ ବିଭାଗ ଖର୍ଚ୍ଚଦାବି ଆଲୋଚନାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ମରୁଡ଼ି ପ୍ରପୀଡ଼ିତ ୨୫,୬୦୦ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦିଆଯିବ। ଗଞ୍ଜାମରେ ଘଟକେଶ୍ବର ଡ୍ୟାମ୍‌, ନୟାଗଡ଼ରେ କୁସୁମୀ ବ୍ୟାରେଜ୍‌ ଏବଂ ଅନୁଗୋଳ ଜିଲାରେ ମନଯୋର ସମ୍ପ୍ରସାରଣ ଭଳି ୩ଟି ବୃହତ୍‌ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଶେଷ ହେବ। ଚଳିତବର୍ଷ ବଲାଙ୍ଗୀରର ଲୋୟର ସୁକତେଲ ବୃହତ୍‌ ଜଳସେଚନ ପ୍ରକଳ୍ପ ତଥା କେନ୍ଦୁଝର ଜିଲାର କାନୁପୁର ଜଳସେଚନ ପ୍ରକଳ୍ପରେ ଜଳଭଣ୍ଡାରରେ ଜଳ ସଞ୍ଚୟ କାର୍ଯ୍ୟ ପ୍ରାରମ୍ଭ କରାଯିବ। ଏହା ବ୍ୟତୀତ ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜ ସହ ସାଳନ୍ଦୀ ନଦୀର ବିଦ୍ୟାଧରପୁର ବ୍ୟାରେଜକୁ ସଂଯୋଗ କରୁଥିବା ସଂଯୋଗୀକରଣ କେନାଲକୁ ଚଳିତବର୍ଷ କାର୍ଯ୍ୟକ୍ଷମ କରାଯିବ। ୬ଟି ନୂତନ ବୃହତ୍‌ ଏବଂ ମଧ୍ୟମ ପ୍ରକଳ୍ପ ଯଥା- ନବରଙ୍ଗପୁରରେ ନବରଙ୍ଗପୁର ଉଠା ଜଳସେଚନ, ବଲାଙ୍ଗୀରରେ ଅପରଲାନ୍ଥ, ନୟାଗଡ଼ରେ ବୃତ୍ତଙ୍ଗ, ଅନୁଗୋଳରେ ସମାକୋଇ, ଗଞ୍ଜାମରେ ପିପଳପଙ୍ଖା ଓ ମୟୂରଭଞ୍ଜରେ ଖଇରବନ୍ଧର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଜଳ ସଂରକ୍ଷଣ ପାଇଁ ୪୬ଟି ଅନୁମୋଦିତ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର୍‌ (ନଦୀଗର୍ଭ ଜଳାଶୟ) ବ୍ୟତୀତ ଅତିରିକ୍ତ ୨୦ଟି ନୂତନ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର ନିର୍ମାଣ କାର୍ଯ୍ୟ ହାତକୁ ନିଆଯିବ। ଏଥିପାଇଁ ବଜେଟରେ ୮୫୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପାର୍ବତୀ ଗିରି ବୃହତ୍‌ ଉଠା ଜଳସେଚନ ଯୋଜନା ମାଧ୍ୟମରେ ୧୭ଟି ନୂତନ ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଏଥିପାଇଁ ୫୦୦ କୋଟିର ବ୍ୟୟବରାଦ କରାଯାଇଛି। ବନ୍ୟା ପରିଚାଳନା ପାଇଁ ବନ୍ୟା ନିୟନ୍ତ୍ରଣ ବନ୍ଧ ଓ ଜଳ ନିଷ୍କାସନର ଉନ୍ନତୀକରଣ ପାଇଁ ଆଗାମୀ ଆର୍ଥିକ ବର୍ଷରେ ୯୬୧ କୋଟି ଟଙ୍କାର ବ୍ୟୟ ଅଟକଳ ବଜେଟରେ ରଖାଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲାରେ ପାଖାପାଖି ୨୦୦ କିମି ଲୁଣାବନ୍ଧକୁ ସୁଦୃଢ଼ କରିବା ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦ ହଜାର ଗଭୀର ନଳକୂଅ ପାଇଁ ୩୦୦ କୋଟି ଟଙ୍କା ଏବଂ ୧୫୦୦ କମ୍ୟୁନିଟି ଉଠା ଜଳସେଚନ ପ୍ରକଳ୍ପ ପାଇଁ ୪୦୦ କୋଟି ଟଙ୍କା ଏବଂ ଅଚଳ ଉଠା ଜଳସେଚନ ପଏଣ୍ଟର ପୁନରୁଦ୍ଧାର ପାଇଁ ୧୯୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୫୦୦ଟି ଚେକ୍‌ ଡ୍ୟାମ୍‌ ନିର୍ମାଣ ପାଇଁ ୧୮୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। କେନାଲ ଲାଇନିଂ ପାଇଁ ୨୭୦ କୋଟି, କରନାଳୀ ନିିର୍ମାଣ ପାଇଁ ୧୮୦ କୋଟି ଟଙ୍କା ,ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୧୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri