ଅତିରିକ୍ତ ଜିଲାପାଳଙ୍କୁ ଭାଜପା ଜିଲା ସଭାପତିଙ୍କ ଦୁର୍ବ୍ୟବହାର ଅଭିଯୋଗ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଅତିରିକ୍ତ ଜିଲାପାଳ (ଏଡିଏମ୍‌) ନିହାର ରଞ୍ଜନ କହଁରଙ୍କୁ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି ା ଏ ନେଇ ଗୁରୁବାର ଜିଲା ଓଏଏସ୍‌ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସର୍କିଟ ହାଉସ କନ୍‌ଫରେନ୍ସ ହଲ୍‌ଠାରେ ଅତିରିକ୍ତ ଜିଲାପାଳ ତଥା ଓଏଏସ୍‌ ଅଫିସର ସଂଘ ଜିଲା ସଭାପତି ନବୀନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏହି ଘଟଣାକୁ ଓଏଏସ୍‌ ସଂଘ ତୀବ୍ର ନିନ୍ଦା କରିବା ସହ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ା ବୈଠକ ପରେ ଜିଲାର ସମସ୍ତ ଓଏଏସ୍‌ ଅଫିସର ମିଳିତ ଭାବେ ଜିଲାପାଳ ପାରୁଲ ପଟୱାରି ଓ ଏସ୍‌ପି ସ୍ବାଥୀ ଏସ୍‌.କୁମାରଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ଲିଖିତ ଭାବେ ପ୍ରତିବାଦ ଜଣାଇଛନ୍ତି ା ଏ ନେଇ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିବେଦନ ମଧ୍ୟ କରିଛନ୍ତି ା

ଅତିରିକ୍ତ ଜିଲାପାଳ କହଁର ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି, ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ ଗତ ୯, ୧୪, ୧୭ ତାରିଖ ଓ ଗୁରୁବାର ତାଙ୍କୁ ଫୋନ୍‌ କରିବା ସହ ହ୍ବାଟ୍ସଆପ୍‌ ଜରିଆରେ ମେସେଜ କରି ବିଭିନ୍ନ ପ୍ରକାର ଅସାମ୍ବିଧାନିକ ଶବ୍ଦ ପ୍ରୟୋଗ କରିଥିଲେ ା ୯ ତାରିଖରେ ଜିଲାପାଳ ଓ ଜିଲା ମଙ୍ଗଳ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ପଚାରିବା ସହ ଗୁଣପୁର ଅନ୍ବେଷା ହଷ୍ଟେଲରେ କ’ଣ ଚାଲିଛି ବୋଲି ପ୍ରଶ୍ନ କରିଥିଲେ ା ତୁରନ୍ତ ହଷ୍ଟେଲ ପରିଦର୍ଶନ କରିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ଭାଜପା ସଭାପତି ଆନନ୍ଦ ନିର୍ଦ୍ଦେଶ ଦେଇଥିବା ଅତିରିକ୍ତ ଜିଲାପାଳ ଅଭିଯୋଗରେ ଦର୍ଶାଇଛନ୍ତି ା ସେହିଭଳି ଗତ ୧୪ ତାରିଖରେ ଗୋପୀ ଆନନ୍ଦ ତାଙ୍କୁ ଫୋନ୍‌୍‌କରି ଏସ୍‌ପି କାହିଁକି ସବୁବେଳେ ନିଜ ମୋବାଇଲ ଫୋନ୍‌ ବନ୍ଦ କରି ରଖୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ା ଏକ ରାସ୍ତା ଜାମ୍‌ ଘଟଣାକୁ ନେଇ ଉଚ୍ଚ ସ୍ବରରେ ନିର୍ଦ୍ଦେଶ ଦେଲା ଭଳି କଥା କହିଥିଲେ ା ୧୭ ତାରିଖରେ ହ୍ବାଟ୍ସଆପ୍‌ ଜରିଆରେ ମେସେଜ କରି ଜିଲାପାଳଙ୍କ ଇ-ମେଲ୍‌ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସମାଜ ମଙ୍ଗଳ ଯୋଜନା ସମେତ ହିତାଧିକାରୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ କହିଥିଲେ ା ସେହିଦିନ ପୁନର୍ବାର ଫୋନ୍‌ କରି ୧୮ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଉଚ୍ଚ ସ୍ବରରେ ଜଣାଇଥିଲେ। ଗୁରୁବାର ସକାଳ ୭ଟା ୫୨ରେ ହ୍ବାଟ୍ସଆପ୍‌ରେ ମେସେଜ କରି କ’ଣ ଚାଲିଛି ସାର୍‌, ରାୟଗଡ଼ା ଜିଲାରେ ବିଜେଡି ହ୍ୟାଙ୍ଗ୍‌ ଓଭର ଉତୁରୁନିକି ବୋଲି ପ୍ରଶ୍ନ କରିଥିଲେ ା ଏଥିସହ ଗତ ୧୭ ତାରିଖରେ ଦେଇଥିବା ଇ-ମେଲ୍‌ର ଉତ୍ତର ସମ୍ପର୍କରେ ପଚାରିଥିଲେ ; ଯାହାକି ଜଣେ ସରକାରୀ କର୍ମଚାରୀ ଏବଂ ଅତିରିକ୍ତ ଜିଲାପାଳଙ୍କ ଭଳି ଅଫିସରଙ୍କ ପ୍ରତି ଅତ୍ୟନ୍ତ ନିନ୍ଦନୀୟ ବୋଲି ଓଏଏସ୍‌ ଅଫିସର ସଂଘ ତରଫରୁ କୁହାଯାଇଛି ା ଅଭିଯୋଗ ପାଇବା ପରେ ଉଭୟେ ଜିଲାପାଳ ଓ ଏସ୍‌ପି ଘଟଣାର ଅନୁସନ୍ଧାନ କରିବା ସହ ସରକାରୀ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ା ତେବେ ଏ ନେଇ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଲେ ହେଁ ଯୋଗାଯୋଗ ସମ୍ଭବପର ହୋଇପାରି ନ ଥିବାରୁ ମତାମତ ମିଳିପାରିନାହିଁ ା ଏହି ଘଟଣା ସମ୍ପର୍କରେ କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲାକା ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ଭାଜପା ଜିଲା ସଭାପତି ଜିଲାରେ କାର୍ଯ୍ୟରତ ଟ୍ରାଇବାଲ ଜାତିର ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଏଭଳି ଦୁର୍ବ୍ୟବହାର କରିବା ନିନ୍ଦନୀୟ। ତେଣୁ ଭାଜପା ଜିଲା ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ସେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଫାଟ! ଓଡ଼ିଶା ବନ୍ଦବେଳେ ପଦାରେ ପଡ଼ିଲା ଗୋଷ୍ଠୀକନ୍ଦଳ

ସାଲେପୁର,୧୭।୭(ଅରବିନ୍ଦ ଭୂୟାଁ):ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାର ପ୍ରତିବାଦରେ ଆଜି ସାଲେପୁରଠାରେ କଂଗ୍ରେସ ଦଳର ଦୁଇଗୋଷ୍ଠୀ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୁଷ୍ଟି ହୋଇଛି । ସାଲେପୁର କୁଆପାଳ...

କଂଗ୍ରେସ, ବାମଦଦଳର ବନ୍ଦ ଡାକରାରେ ପଟ୍ଟାମୁଣ୍ଡାଇ ଠପ

ପଟ୍ଟାମୁଣ୍ଡାଇ,୧୭।୭,(କଳ୍ପତରୁ ନାୟକ): ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ସରକାରୀ ଉଦାସୀନତାର ପ୍ରତିବାଦରେ କଂଗ୍ରେସ ଏବଂ ବାମଦଦଳ ଗୁଡିକ ପକ୍ଷରୁ...

FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀ,ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

କୋଟପାଡ଼,୧୭ା୭(ରାଜଶେଖର): କୋଟପାଡ଼ କଂଗ୍ରସ କମିଟି ଛତିଶଗଡ଼ ଓଡ଼ିଶା ଜାତୀୟ ରାଜପଥ ୬୩ ଫାଟକ ନିକଟରେ ପ୍ରତିବାଦ, ଶତାଧିକ ଭାରୀଯାନ ରାସ୍ତା ଦୁଇ ପାର୍ଶ୍ୱରେ ଅଟକିଛି l...

ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ

ଆଳି, ୧୭।୭ (ବନମାଳୀ ସେନାପତି): ଖରସ୍ରୋତା ନଦୀକୁ ଡେଇଁ ପଡିଛନ୍ତି ଯୁବତୀ। ଏଭଳି ଏକ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର...

FM କଲେଜ ଘଟଣା ପରେ ଗଣଶିକ୍ଷା ବିଭାଗର ବଡ଼ ନିର୍ଦ୍ଦେଶ, ଏବେ ସ୍କୁଲରେ…

ଭୁବନେଶ୍ୱର,୧୭।୭: ରାଜ୍ୟର ସମସ୍ତ ସରକାରୀ ସ୍କୁଲମାନଙ୍କରେ କଲେଜ ଭଳି ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି...

ସୌମ୍ୟାଶ୍ରୀ ବିଶି ପରିବାରକୁ ନ୍ୟାୟ ଦାବିରେ ଚକଅଖ ସବୁ ଠପ୍‌

ପାରଳାଖେମୁଣ୍ଡି,୧୭।୭(ଗିରିଧାରୀ ପରିଛା): ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଘଟଣା ଓ ପରିବାରକୁ ନ୍ୟାୟ ଦାବିରେ ଗୁରୁବାର ସାରା ରାଜ୍ୟରେ କଂଗ୍ରେସ...

ସୌମ୍ୟାଶ୍ରୀ ମୃତ୍ୟୁ: ଭକ୍ତ ଦାସ ଗିରଫ, ଆନ୍ଦୋଳନ ଭିତରେ ଆସିଲା ବଡ଼ ଖବର

ଭୁବନେଶ୍ୱର,୧୭।୭: କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ଭିତରେ ଆସିଛି ବଡ଼ ଖବର। ପିସିସି ସଭାପତି ଭକ୍ତ ଦାସଙ୍କୁ ପୋଲିସ ଆରେଷ୍ଟ କରିଛି। ଆନ୍ଦୋଳନସ୍ଥଳରୁ ଭକ୍ତଙ୍କୁ ଉଠାଇ...

ଡ୍ରାଇଭରଙ୍କ ଉପରେ ଓଲଟି ପଡ଼ିଲା ହାଇଓ୍ବା, ଚାପି ହୋଇଗଲେ

ପାଟଣା,୧୭ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ନୂଆଗାଁରେ ବୁଧବାର ରାତିରେ ଏକ ହାଇଓ୍ବା ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri