ଅତିରିକ୍ତ ଜିଲାପାଳଙ୍କୁ ଭାଜପା ଜିଲା ସଭାପତିଙ୍କ ଦୁର୍ବ୍ୟବହାର ଅଭିଯୋଗ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଅତିରିକ୍ତ ଜିଲାପାଳ (ଏଡିଏମ୍‌) ନିହାର ରଞ୍ଜନ କହଁରଙ୍କୁ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି ା ଏ ନେଇ ଗୁରୁବାର ଜିଲା ଓଏଏସ୍‌ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସର୍କିଟ ହାଉସ କନ୍‌ଫରେନ୍ସ ହଲ୍‌ଠାରେ ଅତିରିକ୍ତ ଜିଲାପାଳ ତଥା ଓଏଏସ୍‌ ଅଫିସର ସଂଘ ଜିଲା ସଭାପତି ନବୀନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏହି ଘଟଣାକୁ ଓଏଏସ୍‌ ସଂଘ ତୀବ୍ର ନିନ୍ଦା କରିବା ସହ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ା ବୈଠକ ପରେ ଜିଲାର ସମସ୍ତ ଓଏଏସ୍‌ ଅଫିସର ମିଳିତ ଭାବେ ଜିଲାପାଳ ପାରୁଲ ପଟୱାରି ଓ ଏସ୍‌ପି ସ୍ବାଥୀ ଏସ୍‌.କୁମାରଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ଲିଖିତ ଭାବେ ପ୍ରତିବାଦ ଜଣାଇଛନ୍ତି ା ଏ ନେଇ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିବେଦନ ମଧ୍ୟ କରିଛନ୍ତି ା

ଅତିରିକ୍ତ ଜିଲାପାଳ କହଁର ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି, ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ ଗତ ୯, ୧୪, ୧୭ ତାରିଖ ଓ ଗୁରୁବାର ତାଙ୍କୁ ଫୋନ୍‌ କରିବା ସହ ହ୍ବାଟ୍ସଆପ୍‌ ଜରିଆରେ ମେସେଜ କରି ବିଭିନ୍ନ ପ୍ରକାର ଅସାମ୍ବିଧାନିକ ଶବ୍ଦ ପ୍ରୟୋଗ କରିଥିଲେ ା ୯ ତାରିଖରେ ଜିଲାପାଳ ଓ ଜିଲା ମଙ୍ଗଳ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ପଚାରିବା ସହ ଗୁଣପୁର ଅନ୍ବେଷା ହଷ୍ଟେଲରେ କ’ଣ ଚାଲିଛି ବୋଲି ପ୍ରଶ୍ନ କରିଥିଲେ ା ତୁରନ୍ତ ହଷ୍ଟେଲ ପରିଦର୍ଶନ କରିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ଭାଜପା ସଭାପତି ଆନନ୍ଦ ନିର୍ଦ୍ଦେଶ ଦେଇଥିବା ଅତିରିକ୍ତ ଜିଲାପାଳ ଅଭିଯୋଗରେ ଦର୍ଶାଇଛନ୍ତି ା ସେହିଭଳି ଗତ ୧୪ ତାରିଖରେ ଗୋପୀ ଆନନ୍ଦ ତାଙ୍କୁ ଫୋନ୍‌୍‌କରି ଏସ୍‌ପି କାହିଁକି ସବୁବେଳେ ନିଜ ମୋବାଇଲ ଫୋନ୍‌ ବନ୍ଦ କରି ରଖୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ା ଏକ ରାସ୍ତା ଜାମ୍‌ ଘଟଣାକୁ ନେଇ ଉଚ୍ଚ ସ୍ବରରେ ନିର୍ଦ୍ଦେଶ ଦେଲା ଭଳି କଥା କହିଥିଲେ ା ୧୭ ତାରିଖରେ ହ୍ବାଟ୍ସଆପ୍‌ ଜରିଆରେ ମେସେଜ କରି ଜିଲାପାଳଙ୍କ ଇ-ମେଲ୍‌ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସମାଜ ମଙ୍ଗଳ ଯୋଜନା ସମେତ ହିତାଧିକାରୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ କହିଥିଲେ ା ସେହିଦିନ ପୁନର୍ବାର ଫୋନ୍‌ କରି ୧୮ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଉଚ୍ଚ ସ୍ବରରେ ଜଣାଇଥିଲେ। ଗୁରୁବାର ସକାଳ ୭ଟା ୫୨ରେ ହ୍ବାଟ୍ସଆପ୍‌ରେ ମେସେଜ କରି କ’ଣ ଚାଲିଛି ସାର୍‌, ରାୟଗଡ଼ା ଜିଲାରେ ବିଜେଡି ହ୍ୟାଙ୍ଗ୍‌ ଓଭର ଉତୁରୁନିକି ବୋଲି ପ୍ରଶ୍ନ କରିଥିଲେ ା ଏଥିସହ ଗତ ୧୭ ତାରିଖରେ ଦେଇଥିବା ଇ-ମେଲ୍‌ର ଉତ୍ତର ସମ୍ପର୍କରେ ପଚାରିଥିଲେ ; ଯାହାକି ଜଣେ ସରକାରୀ କର୍ମଚାରୀ ଏବଂ ଅତିରିକ୍ତ ଜିଲାପାଳଙ୍କ ଭଳି ଅଫିସରଙ୍କ ପ୍ରତି ଅତ୍ୟନ୍ତ ନିନ୍ଦନୀୟ ବୋଲି ଓଏଏସ୍‌ ଅଫିସର ସଂଘ ତରଫରୁ କୁହାଯାଇଛି ା ଅଭିଯୋଗ ପାଇବା ପରେ ଉଭୟେ ଜିଲାପାଳ ଓ ଏସ୍‌ପି ଘଟଣାର ଅନୁସନ୍ଧାନ କରିବା ସହ ସରକାରୀ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ା ତେବେ ଏ ନେଇ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଲେ ହେଁ ଯୋଗାଯୋଗ ସମ୍ଭବପର ହୋଇପାରି ନ ଥିବାରୁ ମତାମତ ମିଳିପାରିନାହିଁ ା ଏହି ଘଟଣା ସମ୍ପର୍କରେ କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲାକା ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ଭାଜପା ଜିଲା ସଭାପତି ଜିଲାରେ କାର୍ଯ୍ୟରତ ଟ୍ରାଇବାଲ ଜାତିର ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଏଭଳି ଦୁର୍ବ୍ୟବହାର କରିବା ନିନ୍ଦନୀୟ। ତେଣୁ ଭାଜପା ଜିଲା ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ସେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୁପୋଷିତ ଓଡ଼ିଶା ମିଶନ: ୨୧,୫୯୪ ଅଙ୍ଗନୱାଡି କେନ୍ଦ୍ରରେ ସର୍ଭେ କାର୍ଯ୍ୟ ଆରମ୍ଭ

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?