Categories: ବାଣିଜ୍ୟ

ୟୁପିଆଇ ଦେୟ ଉପରେ ଲାଗୁହେବ ଅତିରିକ୍ତ ଶୁକ୍ଳ

ଭୁବନେଶ୍ୱର,୬।୧,(ଅନୁରାଧା ମହାରଣା): ଖୁବ୍‌ ଶୀଘ୍ର ଦେଶରେ ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଦେୟ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରାଯାଇପାରେ। ଯଦିଓ ସମସ୍ତଙ୍କୁ ଏହି ଫି ଦେବାକୁ ପଡିବ ନାହିଁ ମାତ୍ର ନିର୍ଦ୍ଦିଷ୍ଟ କିଛି କ୍ଷେତ୍ରରେ ଉକ୍ତ ଫି ଲାଗୁ କରିବାକୁ ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଯୋଜନା କରୁଛି। ଏନ୍‌ପିସିଆଇ ମୁଖ୍ୟ ଦିଲୀପ ଆସବେ କହିଛନ୍ତି , ଆସନ୍ତା ୩ ବର୍ଷ ମଧ୍ୟରେ ବୃହତ୍‌ ବ୍ୟବସାୟୀଙ୍କୁ ୟୁପିଆଇ ଭିତ୍ତିକ ଦେୟ ପାଇଁ ଯୁକ୍ତିଯୁକ୍ତ ଶୁଳ୍କ ଦେବାକୁ ପଡିବ। ଏନ୍‌ପିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏବଂ ପରିଚାଳନା ନିର୍ଦ୍ଦେଶକ ଏକ କାର୍ଯ୍ୟକ୍ରମରେ କହିଛନ୍ତି , ବର୍ତ୍ତମାନ ନଗଦ ଅର୍ଥ ପାଇଁ ଏକ ବ୍ୟାବହାରିକ ଦେୟ ବିକଳ୍ପ ଯୋଗାଇବା ଏବଂ ୟୁପିଆଇର ଗ୍ରହଣୀୟତା ବୃଦ୍ଧି ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି। ତେବେ ଭବିଷ୍ୟତରେ ଅଧିକ ଲୋକଙ୍କୁ ପରିବେଶ ସହ ଯୋଡିହେବା ଏବଂ ‘କ୍ୟାଶ୍‌ବ୍ୟାକ୍‌’ ଭଳି ପ୍ରୋତ୍ସାହନ ପାଇଁ ଅଧିକ ଅର୍ଥ ଆବଶ୍ୟକ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି , ଏହି ସିଷ୍ଟମ ସହ ଆଉ ୫୦ କୋଟି ଲୋକଙ୍କୁ ସଂଯୋଗ କରିବାର ଆବଶ୍ୟକତା ରହିଛି। ବମ୍ବେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୋସାଇଟି କାର୍ଯ୍ୟକ୍ରମରେ ଏନ୍‌ପିସି ମୁଖ୍ୟ କହିଛନ୍ତି , ଦୀର୍ଘକାଳୀନ ଦୃଷ୍ଟିକୋଣରୁ ଏକ ଯୁକ୍ତିଯୁକ୍ତ ଶୁଳ୍କ ଲାଗୁ କରାଯିବ। ଏହି ଦେୟ ଛୋଟ ବ୍ୟବସାୟୀଙ୍କଠାରୁ ନୁହେଁ ବରଂ ବଡ ବ୍ୟବସାୟୀଙ୍କଠାରୁ ଆଦାୟ କରାଯିବ। ଅନ୍ୟପଟେ ୟୁପିଆଇ ଉପରେ ଦେୟ ଏକ ବିବାଦୀୟ ପ୍ରସଙ୍ଗ ହୋଇଛି। ଏଭଳି ଚାର୍ଜ ଲାଗୁ ନ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ଡିଜିଟାଲାଇଜେଶନ ଲକ୍ଷ୍ୟ ଅନୁଯାୟୀ ଏହା ଆଗକୁ ବଢ଼ିବାରେ ସାହାଯ୍ୟ କରିଛି। ଏହା ସହ ଆସିବେ ସାଇବର ସୁରକ୍ଷା ଏବଂ ସୂଚନା ସୁରକ୍ଷା ପାଇଁ ବ୍ୟୟକୁ ବର୍ତ୍ତମାନର ୧୦ ପ୍ରତିଶତର ୨୫ ପ୍ରତିଶତକୁ ବ୍ୟାଙ୍କର ଆଇଟି (ସୂଚନା ପ୍ରଯୁକ୍ତିବିଦ୍ୟା) ବଜେଟରେ ବୃଦ୍ଧି କରିବା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।

Share