ପିପିଏ ଅଧ୍ୟକ୍ଷ ପି.ଏଲ.ହାରାନ୍ଧଙ୍କୁ କୋଲକାତା ପୋର୍ଟର ଅତିରିକ୍ତ ଦାୟିତ୍ୱ

ପାରାଦୀପ,୧୦।୧୦(ସ୍ବ.ପ୍ର.): କେନ୍ଦ୍ର ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ପାରାଦୀପ ବନ୍ଦର ଅଥରିଟି(ପିପିଏ) ଅଧ୍ୟକ୍ଷ ପି.ଏଲ୍‌. ହାରାନ୍ଧଙ୍କୁ ରବିବାର କୋଲକାତାର ଶ୍ୟାମାପ୍ରସାଦ ମୁଖାର୍ଜୀ ପୋର୍ଟ ଅଥରିଟି ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏନେଇ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ହାରାନ୍ଧ ୧୯୯୪ ବ୍ୟାଚର ଆଇଆର୍‌ଟିଏସ୍‌ ହୋଇଥିବାବେଳେ ୨୭ ବର୍ଷ ଚାକିରି ମଧ୍ୟରେ ୨୨ ବର୍ଷ ରେଲଓ୍ବେର୍‌ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ୫ ବର୍ଷ ଜାହାଜ ଚଳାଚଳ ମନ୍ତ୍ରଣାଳୟ କାମ କରି ସଫଳତା ହାସଲ କରିଛନ୍ତି। ବର୍ଷେ ତଳେ ସେ ପାରାଦୀପ ବନ୍ଦର ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ। ତାଙ୍କ ସମୟରେ ଅନେକ ନୂତନ ପ୍ରକଳ୍ପ ହାତକୁ ନିଆଯାଇଛି। ଆସନ୍ତା ୨୦୪୭ ସୁଦ୍ଧା ପାରାଦୀପ ବନ୍ଦରକୁ ବିଶ୍ୱର ବୃହତ୍‌ ବନ୍ଦର ହେବାଭଳି ଭିତ୍ତିଭୂମି କରାଯାଇଛି। ଏପରି ସଫଳ ପରିଚାଳନା ପାଇଁ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା କୁହାଯାଇଛି।