Posted inଜାତୀୟ

ଚିକେନ, ମାଛ, କବାବରେ ରଙ୍ଗ ମିଶାଇଲେ ହେବ ଜେଲ ଦଣ୍ଡ, ୧୦ଲକ୍ଷର ଜରିମାନା

ବେଙ୍ଗାଲୁରୁ,୨୫।୬: ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣକୁ ରୋକିବା ପାଇଁ କର୍ନାଟକ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କର୍ନାଟକ ସରକାରଙ୍କ ଖାଦ୍ୟ ସୁରକ୍ଷା ବିଭାଗ ଭେଜ ଏବଂ ନନ ଭେଜ କବାବରେ କୃତ୍ରିମ ରଙ୍ଗର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ନିୟମ ସମଗ୍ର କର୍ନାଟକରେ ପ୍ରଯୁଜ୍ୟ ହେବ।

ଅନେକ କବାବ ନମୁନାରେ ବ୍ୟବହୃତ କୃତ୍ରିମ ରଙ୍ଗର ଅସୁରକ୍ଷିତ ସ୍ତର, ବିଶେଷତଃ ସନସେଟ ୟେଲୋ ଏବଂ କାର୍ମୋଇସିନ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଖାଦ୍ୟ ନିରାପତ୍ତା ବିଭାଗ ଦ୍ୱାରା ଅନୁସନ୍ଧାନରୁ ଜଣାପଡିଛି ଯେ ବିଭିନ୍ନ ସ୍ଥାନରୁ କବାବର ୩୯ ଟି ନମୁନା ମଧ୍ୟରୁ ୭ଟିରେ ସନସେଟ ୟେଲୋ ଏବଂ ଗୋଟିଏରେ ସନସେଟ ୟେଲୋ ଏବଂ କାର୍ମୋଇସିନ ମିଳିଛି।
ଏହା ପରେ ବିଭାଗ ୨୧ ଜୁନ ରେ ଏକ ଆଦେଶ ପାସ କରି କହିଛି ଯେ ଖାଦ୍ୟ ନିରାପତ୍ତା ଏବଂ ମାନକ ଆଇନ, ୨୦୦୬ ଏବଂ ଖାଦ୍ୟ ନିରାପତ୍ତା ଏବଂ ମାନକ (ଖାଦ୍ୟ ପଦାର୍ଥ, ମାନକ ଏବଂ ଖାଦ୍ୟ ଯୋଗାଣ) ନିୟମାବଳୀ, ୨୦୧୧ଅନୁଯାୟୀ, ଏହଭଳି ଆଡିଟିଭ୍ସ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ।
ଏହି ନିୟମ ଉଲ୍ଲଂଘନ କଲେ ଗୁରୁତର ଦଣ୍ଡ ହୋଇପାରେ, ଯେଉଁଥିରେ ସର୍ବନିମ୍ନ ୭ ବର୍ଷରୁ ଆଜୀବନ କାରାଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଅନ୍ତର୍ଭୁକ୍ତ ହେବ। ଏହାପୂର୍ବରୁ ମାର୍ଚ୍ଚରେ କର୍ନାଟକ ସରକାର କୋବି ମଞ୍ଚୁରିଆନ ଏବଂ କଟନ କ୍ୟାଣ୍ଡି ପରି ଅନ୍ୟ ଖାଦ୍ୟ ସାମଗ୍ରୀରେ କୃତ୍ରିମ ରଙ୍ଗ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏଗୁଡ଼ିକରେ ବ୍ୟବହୃତ କୃତ୍ରିମ ରଙ୍ଗରେକ୍ୟାନସରକାରୀ ରାସାୟନିକ ପଦାର୍ଥ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri