ବିଦେଶରେ ବାସ କରିବା ନିଶା, ୩୬୦୦ ଯୁବକଙ୍କୁ ଠକିଲେଣି କନ୍ୟା…

ଚଣ୍ଡିଗଡ଼,୧।୭: ବିଦେଶରେ ବାସ କରିବା ନିଶାରେ ପଞ୍ଜାବର ୩୬୦୦ ଯୁବକ ଠକାମୀର ଶିକାର ହୋଇଛନ୍ତି। ସେମାନଙ୍କୁ ବିବାହ କରିବାର ଆଶା ଦେଇ କନ୍ୟାମାନେ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। କନ୍ୟାମାନେ ସମ୍ପୃକ୍ତ ଯୁବକଙ୍କୁ ମିଛି ମିଛିକା ବିବାହ କରି ଗତ ୫ ବର୍ଷ ମଧ୍ୟରେ ୧୫୦ କୋଟି ଟଙ୍କା ଠକି ନେଇଛନ୍ତି। ଏନେଇ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟରେ ୩୩୦୦ ଟି ମାମଲା ରୁଜୁ କରାଯାଇଛି। ସେଥିମଧ୍ୟରୁ କେଳବ ୩୦୦୦ ପଞ୍ଜାବରୁ ଆସିଛି। ଗତ ୬ମାସ ମଧ୍ୟରେ ଏଭଳି ୨୦୦ଟି ଠକାମୀ ମାମଲା ଘଟିଛି। କଣ୍ଟ୍ରାକ୍ଟ ମ୍ୟାରେଜ୍‌ କରି ବିଦେଶରେ ବାସ କରିବା ଘଟଣା ପଞ୍ଜାବରେ ଅଧିକ ଘଟୁଛି। ପ୍ରତିଦିନ ୨ ଜଣ ଯୁବକ ଏଭଳି ଠକାମୀରେ ପଡୁଛନ୍ତି। ମ୍ୟାରେଜ୍‌ ପରେ ସମ୍ପ୍ୟକ୍ତ କନ୍ୟାଙ୍କୁ ବିଦେଶ ନେବାରେ ବହୁ ଖର୍ଚ୍ଚ ହେଉଛି। ପ୍ରତି କନ୍ୟା ୪୦ ଳକ୍ଷ ଟଙ୍କା ନେବା ପରେ ଠକୁଥିବା ଯୁବକମାନେ ଅଭିଯୋଗ କରୁଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share