ଅଟା ପ୍ୟାକେଟରେ ନିଶା: ଲୋକଙ୍କ ଜୀବନ ନେଉଛି ଆମେରିକୀୟ ସହାୟତା

ଗାଜା ସିଟି,୨୮ା୬:୨୦୨୩ ଅକ୍ଟୋବରରୁ ଗାଜାରେ ହମାସ୍‌ ସହ ଯୁଦ୍ଧରତ ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) ବିରୋଧରେ ଗମ୍ଭୀର ଅଭିଯୋଗ ମାମଲା ବଢ଼ିବାରେ ଲାଗିଥିବାବେଳେ ଏହାର ଆଉ ଏକ ସାଙ୍ଘାତିକ ବର୍ବର କାର୍ଯ୍ୟ ସାମନାକୁ ଆସିଛି। କେତେବେଳେ ନିରସ୍ତ୍ର ପାଲେଷ୍ଟିନୀୟଙ୍କୁ ହତ୍ୟା ପାଇଁ ଆଇଡିଏଫ୍‌ ସୈନ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଉଥିବାବେଳେ ଆଉ କେତେବେଳେ ସେମାନଙ୍କ ଖାଦ୍ୟରେ ନିଶା ଦିଆଯାଉଛି। କ୍ଷୁଧାର୍ତ୍ତ ପାଲେଷ୍ଟିନୀୟମାନେ ଅନ୍ତର୍ଜାତୀୟ ରିଲିଫ୍‌ କେନ୍ଦ୍ରକୁ ଖାଦ୍ୟ ପାଇଁ ଯାଉଥିବାବେଳେ ଇସ୍ରାଏଲ୍‌ର ଗୁଳିମାଡ଼ରେ ପ୍ରାଣ ହରାଉଛନ୍ତି। ଇସ୍ରାଏଲୀ ଖବରକାଗଜ ହାରେଜ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଖାଦ୍ୟ ପାଇଁ ଉଦ୍ଦିଷ୍ଟ ଯେଉଁ ବ୍ୟାଗ୍‌ଗୁଡ଼ିକୁ ଲୋକଙ୍କୁ ବଣ୍ଟନ କରାଯାଇଥିଲା, ସେଥିରେ ଅକ୍ସିଡୋନ୍‌ ଧରଣର ନିଶା ବଟିକା ମିଶାଯାଇଥିଲା। ଆମେରିକା ସମର୍ଥତ୍ତ ତଥା ଇସ୍ରାଏଲୀ ସେନା ଦ୍ୱାରା ପରିଚାଳିତ ଗାଜା ହ୍ୟୁମାନିଟାରିଆନ୍‌ ଫାଉଣ୍ଡେଶନ (ଜିଏଚ୍‌ଏଫ୍‌) ପକ୍ଷରୁ ଏପରି ଅଟା ପ୍ୟାକେଟ୍‌ ଯୋଗାଇ ଦିଆଯାଇଥିଲା। ଗତ ମାସରେ ଜିଏଚ୍‌ଏଫ୍‌ ପକ୍ଷରୁ ଖାଦ୍ୟ ବଣ୍ଟନ ଆରମ୍ଭ ହେବା ପରଠାରୁ ଡିଷ୍ଟ୍ରିବ୍ୟୁଶନ ସେଣ୍ଟରରେ ୫୪୯ରୁ ଅଧିକ ପାଲେଷ୍ଟିନୀୟଙ୍କୁ ହତ୍ୟା କରାଯାଇଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri