Categories: ଜାତୀୟ

ପ୍ରଥମେ ଗେହଲୋଟ-ପାଇଲଟଙ୍କୁ ଯୋଡନ୍ତୁ, ରାହୁଲଙ୍କ ଭାରତ ଯୋଡ ଯାତ୍ରାକୁ ନେଇ ଭାଜପାର କଟାକ୍ଷ …

ନୂଆଦିଲ୍ଲୀ, ୨୬।୯ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଉତ୍ତରାଧିକାରୀ କିଏ ହେବ ସେ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଅଭିଯାନକୁ କଟାକ୍ଷ କରିଛନ୍ତି। ଭୁପେନ୍ଦ୍ର ଯାଦବ ରବିବାର ରାତିରେ ରାହୁଲ ଗାନ୍ଧୀ, ଅଶୋକ ଗେହଲୋଟ, ସଚିନ ପାଇଲଟଙ୍କ ଫଟୋ ଶେୟାର କରି ଏକ ମଜାଳିଆ ଢଙ୍ଗରେ ଟୁଇଟ କରିଛନ୍ତି।

ଟୁଇଟରେ କ୍ୟାପଶନ ଦେଇ ସେ ଲେଖିଛନ୍ତି ଯେ ଦୟାକରି ସେମାନଙ୍କୁ ପ୍ରଥମେ ଯୋଡନ୍ତୁ। ଅର୍ଥାତ ଭୁପେନ୍ଦ୍ର ଯାଦବ କହିଛନ୍ତି ଯେ ଭାରତ ଯୋଡ ଯାତ୍ରା ପୂର୍ବରୁ ପ୍ରଥମେ ଅଶୋକ ଗେହଲୋଟ ଏବଂ ସଚିନ ପାଇଲଟଙ୍କୁ ଯୋଡନ୍ତୁ। ସେମାନଙ୍କ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି।

ଭାରତ ଯୋଡ ଯାତ୍ରା ପାଇଁ ଭାଜପା କଂଗ୍ରେସକୁ କଡ଼ା ସମାଲୋଚନା କରିଛି ଏବଂ ଆଭ୍ୟନ୍ତରୀଣ ବିଦ୍ରୋହର ସମାଧାନ ପାଇଁ ମଧ୍ୟ ଦଳକୁ ପରାମର୍ଶ ଦେଇଛି।

ଏଥି ସହ ଯୋଧପୁର ଲୋକ ସଭା ଏମ୍‌ପି ଗଜେନ୍ଦ୍ର ସିଂ ଶେଖୱତ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଏକ ଟୁଇଟରେ ସେ କହିଛନ୍ତି ପୁଣି ବନ୍ଦ ହେବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ।

Share