Posted inଜାତୀୟ

ଭାରତ ଯୋଡ ବଦଳରେ କଂଗ୍ରେସକୁ ଯୋଡି ଦିଅ…

ରାୟପୁର, ୧୦।୯ : ଛତିଶଗଡ ଗସ୍ତରେ ଥିବା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ଟାର୍ଗେଟ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପଟେଲ କହିଛନ୍ତି ଯେ ବାଘେଲ କଂଗ୍ରେସର ଜଣେ ନେତା, ଏହା ଏକ ଭଲ କଥା। କିନ୍ତୁ, ସେମାନେ କହିବା ସମୟରେ ସୀମା ଉଲ୍ଳଂଘନ କରିବା ଉଚିତ ନୁହେଁ। ମର୍ଯ୍ୟାଦା ରକ୍ଷା କରିବା ଜରୁରୀ। ଅନ୍ତତଃପକ୍ଷେ ସେମାନେ ଯଦି ଆରଏସଏସର ଅବଦାନକୁ ପ୍ରଶଂସା କରନ୍ତି ନାହିଁ, କିଛି ଦୁଃଖ ନାହିଁ। ମାତ୍ର କୌଣସି ଅଭିଯୋଗ ଆଣିବା ଉଚିତ ନୁହେଁ।

ମୁଁ ସେମାନଙ୍କୁ କହିବି ଯେ ଏହି ଅସନ୍ତୋଷର ଭାଷା ଦେଶ ପାଇଁ ଭଲ ନୁହେଁ ଏବଂ ଏହା ମଧ୍ୟ ସେମାନଙ୍କ ଲାଗି ଠିକ ନୁହେଁ। ସେ କହିଛନ୍ତି ଯେ ଭାରତ ଯୋଡିବା ପରିବର୍ତ୍ତେ ବାଘେଲ ଭାଙ୍ଗିଯାଉଥିବା କଂଗ୍ରେସକୁ ଯୋଡିବା ଉଚିତ।

ବିଳାସପୁରରେ ମୁଖ୍ୟମନ୍ତ୍ରୀ ବାଘେଲ କେନ୍ଦ୍ରର ଭାଜପା ସରକାର ଏବଂ ଆରଏସଏସକୁ ପାକିସ୍ତାନ ସାମ୍ରାଜ୍ୟ ସହ ତୁଳନା କରି କହିଥିଲେ। ଏହି ପ୍ରସଙ୍ଗର ଜବାବ ଦେଇ କେନ୍ଦ୍ର ମନ୍ତ୍ରୀ ପଟେଲ ଏପରି କହିଛନ୍ତି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି ଛତିଶଗଡ ମଡେଲ ଶିଖିବାକୁ ଭାଜପା ଏବଂ ଆରଏସଏସ ଲୋକ ଆସୁଛନ୍ତି। ଛତିଶଗଡ ସରକାରଙ୍କ ଅନେକ ଯୋଜନାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି।

କରୋନା ସମୟର ଗାଇଡଲାଇନ ଠାରୁ ଆରମ୍ଭ କରି ଗୋଧନ ନ୍ୟାୟ ଯୋଜନା ପର୍ଯ୍ୟନ୍ତ, ଅତ୍ମାନନ୍ଦ ଇଂରାଜୀ ବିଦ୍ୟାଳୟ ଆଦି ସମସ୍ତ ଯୋଜନା କେନ୍ଦ୍ରର ଭାଜପା ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଛି। ମୁଁ ମୋହନ ଭାଗଓ୍ବତଙ୍କୁ କୌଶଲ୍ୟା ମାତା ମନ୍ଦିର, ଗୋଶାଳା ଏବଂ ଆତ୍ମାନନ୍ଦ ବିଦ୍ୟାଳୟ ପରିଦର୍ଶନ କରିବାକୁ ନିମନ୍ତ୍ରଣ କରିଛି, କିନ୍ତୁ କୌଣସି ପ୍ରତିକ୍ରିୟା ଆସିନାହିଁ।

ପ୍ରହ୍ଲାଦ ଭୁପେଶ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ ଛତିଶଗଡରେ ଯେଉଁ କାର୍ଯ୍ୟ କରାଯିବା ଉଚିତ ତାହା ହୋଇ ନାହିଁ। ୨୮ ପ୍ରତିଶତ କାର୍ଯ୍ୟ କରାଯାଇଛି । କେନ୍ଦ୍ର ସରକାରଙ୍କଠାରୁ ଅର୍ଥର ଅଭାବ ନାହିଁ । ରାଜ୍ୟ ସରକାର ଏହି କାମ କରିପାରୁ ନଥିବା ସେ ଅଭିଯୋଗ କjରିଛନ୍ତି। ରାଜ୍ୟଗୁଡିକରୁ ଆଶା କରାଯାଉଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କଠାରୁ ଯେତିକି ଟଙ୍କା ଆସୁଛି ସେତେ ଅଧିକ କାମ କରାଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଆପଣଙ୍କ ବିଲରେ LPG ଦେୟ ଯୋଡୁଥିଲେ ତୁରନ୍ତ କରିପାରିବେ ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୩୦।୩: ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ, କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି, ସେମାନଙ୍କୁ ଗ୍ରାହକ…

ଲସ୍କର ଆତଙ୍କୀ ଶବିର ଲୋନ ଗିରଫ, ISIର ନିର୍ଦ୍ଦେଶରେ ରଚୁଥିଲା ଷଡଯନ୍ତ୍ର

ନୂଆଦିଲ୍ଲୀ,୩୦ା୩: ଜାତୀୟ ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଶବିର ଅହମ୍ମଦଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri