ଆଡ଼ପ ଅବଢ଼ା ପାଇ ଧନ୍ୟ ହେଲେ ଭକ୍ତ

ପୁରୀ ଅଫିସ,୩ା୭: ଆଡ଼ପ ବିଜେ ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ଆଡ଼ପ ଅବଢ଼ା ମଧ୍ୟ ବାହାରିଛି। ସକାଳୁ ଦ୍ୱାରଫିଟା ନୀତି ସମ୍ପନ୍ନ ପରେ ଭିତର ଶୋଧ, ମଙ୍ଗଳ ଆଳତି, ମଇଲମ, ଅବକାଶ ନୀତି କରାଯାଇ ଦୈନଦିନ ନୀତିକାନ୍ତି ଚାଲିଛି।

ଗୁଣ୍ଡିଚା ମନ୍ଦିରରୁ ଭକ୍ତ ଆଡ଼ପ ଅବଢ଼ା ପାଇ ନିଜକୁ ଧନ୍ୟ ମନେ କରିଛନ୍ତି। କରୋନା ମହାମାରୀ ପାଇଁ ୨ ବର୍ଷ ଧରି ରଥଯାତ୍ରା ବନ୍ଦ ରହିଥିଲା। ଚଳିତବର୍ଷ ଅଧିକ ଭକ୍ତଙ୍କ ସମାଗମ ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଦର୍ଶନ ଓ ମହାପ୍ରସାଦ ପାଇବା ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିବା ସହ ଆଡ଼ପ ଅବଢ଼ା ପାଇଛନ୍ତି।