ଆଦାନୀର ଓପିଜିସି ଅଂଶଧନ ଅଧିଗ୍ରହଣକୁ ମଞ୍ଜୁରୀ

ଭୁବନେଶ୍ୱର,୩୧।୭-ଓଡ଼ିଶା ପାଓ୍ବାର ଜେନେରେଶନ କର୍ପୋରେଶନ ଲିମିଟେଡ୍‌ (ଓପିଜିସି)ର ୪୯% ଇକ୍ୱିଟି ଶେୟାର ଅଧିଗ୍ରହଣକୁ କମ୍ପିଟିସନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ)ଗୁରୁବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଦାନୀ ପାଓ୍ବାର ଲିମିଟେଡ୍‌(ଏପିଏଲ୍‌) ଆଦାନୀ ଗ୍ରୁପ୍‌ର ଏକ କମ୍ପାନୀ ହୋଇଥିବା ବେଳେ ଏହା ମୁଖ୍ୟତଃ ଶକ୍ତି ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଛି। ଏପିଏଲ୍‌ ଏକ ପବ୍ଲିକ ଲିମିଟେଡ୍‌ କମ୍ପାନୀ। ଏହାର ଶେୟାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ରେ ସୂଚୀଭୂକ୍ତ ହୋଇଛି। ସେହିଭଳି ଓପିଜିସି ଓଡ଼ିଶା ସରକାରଙ୍କ ଏକ ସାର୍ବଜନୀନ କମ୍ପାନୀ। ଏହା ଓଡ଼ିଶା ସରକାର, ଏଇଏସ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ଏବଂ ଏଇଏସ୍‌ ଓପିଜିସି ହୋଲ୍ଡିଂର ଏକ ଯୌଥ ଉଦ୍ୟୋଗ। ଓପିଜିସି ଶକ୍ତି ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଛି। ଏହି ପ୍ରସ୍ତାବିତ ଅଧିଗ୍ରହଣ ସମ୍ପର୍କିତ ସିସିଆଇର ବିସ୍ତୃତ ନିର୍ଦ୍ଦେଶ ପରବର୍ତ୍ତୀ ସମୟରେ ଜାରି କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୬ ଦିନ ପରେ ରେକର୍ଡ ଭାଙ୍ଗିଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୨: ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଶିମରନ ହେଟମେୟର ଟି-୨୦ ବିଶ୍ୱକପ୍‌ରେ ଏକ ଭିନ୍ନ ଶୈଳୀ ନଜର ଆସିଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ସୁପର ୮ ମ୍ୟାଚ୍‌ରେ ଜିମ୍ବାୱେ ବିପକ୍ଷରେ…

ମୋଦିଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ ଭୟ କରୁଛନ୍ତି ନେତାନ୍ୟାହୁ!

ଜେରୁଜେଲମ,୨୪।୨: ଇସ୍ରାଏଲୀ ସଂସଦ, ନେସେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାବଦ୍ଧ ଭାଷଣକୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ଇସ୍ରାଏଲୀ ବିରୋଧୀ ଦଳଗୁଡ଼ିକ ବୟକଟ ଧମକ ଦେଉଛନ୍ତି,…

ଭୟଙ୍କର ହତ୍ୟାକାଣ୍ଡ: ବଚସାରୁ ବାପାକୁ ହାଣିଲେ ପୁଅ, ଭଉଣୀ ସାମ୍ନାରେ ମୃତଦେହକୁ ଖଣ୍ଡଖଣ୍ଡ କଲେ

ଲକ୍ଷ୍ନୌ,୨୪।୨: ଉତ୍ତରପ୍ରଦେଶର ଆସିଆନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଆତଙ୍କ ସୃଷ୍ଟି କରିଛି। ଜଣେ ନିଖୋଜ ପାଥୋଲୋଜି ଅପରେଟରଙ୍କ ମୃତଦେହ ତାଙ୍କ…

ରାଜ୍ୟ ସଭା ନିର୍ବାଚନକୁ ନେଇ ଗୁମର ଖୋଲିଲେ ଅରୁଣ ସାହୁ: ଭାଜପା ନ ଯାଉ…

ଭୁବନେଶ୍ୱର, ୨୪।୨(ସୁନିତ୍‌ ମିଶ୍ର):ଭାଜପାର ଅଧିକ ଏମ୍‌ପି ରାଜ୍ୟ ସଭାକୁ ନ ଯାଆନ୍ତୁ। ଭାଜପାରୁ ଯେଉଁମାନେ ରାଜ୍ୟ ସଭା କିମ୍ବା ଲୋକ ସଭାକୁ ଯାଇଛନ୍ତି, ସେମାନଙ୍କ ଭିତରୁ ଜଣଙ୍କର…

ଭାରତ ନୁହେଁ ଏହି ଦେଶକୁ ଯାତ୍ରା କରିବେ ତାରିକ ରହମାନ! ପ୍ରଥମ ବିଦେଶ ଯାତ୍ରାକୁ ନେଇ ହେଲାଣି ଚର୍ଚ୍ଚା

ଢାକା,୨୪।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଖୁବ ଶୀଘ୍ର ତାଙ୍କର ପ୍ରଥମ ଅଣଆନୁଷ୍ଠାନିକ ବିଦେଶ ଗସ୍ତରେ ବାହାରିପାରନ୍ତି। ତଥାପି, ପରମ୍ପରାରୁ ବିମୁଖ ହୋଇ, ତାଙ୍କର ପ୍ରଥମ…

ମଙ୍ଗଳବାର ମେଷ-ମିଥୁନ ରାଶିର ବ୍ୟକ୍ତିମାନଙ୍କୁ ମିଳିବ ସୁଖଦ ଫଳାଫଳ, ମିଳିପାରେ ଚାକିରି

ଆଜି ଫାଲଗୁନ ଶୁକ୍ଳ ପକ୍ଷର ଅଷ୍ଟମୀ ତିଥି ଏବଂ ମଙ୍ଗଳବାର। ଆଜି ଅଷ୍ଟମୀ ତିଥି ସାରା ଦିନ ଏବଂ ଭୋର ୪ଟା୫୨ ପର୍ଯ୍ୟନ୍ତ ରହିବ। ଏହା ଆଜି…

ଧାନ ସଂଗ୍ରହ ବ୍ୟବସ୍ଥା ବିପର୍ଯ୍ୟସ୍ତ: ଆଜି ବିଜେଡିର ଚାଷୀ ଆନ୍ଦୋଳନ

ଭୁବନେଶ୍ୱର, ୨୪।୨(ସୁନିତ ମିଶ୍ର):ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯେଉଁଥିପାଇଁ ରାଜ୍ୟର ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି। ତେଣୁ ଚାଷୀଙ୍କ ସ୍ବାର୍ଥ ପାଇଁ ବିଜେଡି…

ବିଧାନସଭାର ୫୯ ମିନିଟ୍‌: ଜାଣନ୍ତୁ କ’ଣ ଘଟିଲା

ଭୁବନେଶ୍ୱର, ୨୪।୨(ସୁନିତ୍‌ ମିଶ୍ର):ବିଧାନସଭା ବଜେଟ ଅଧିବେଶନର ୬ଷ୍ଠ ଦିନରେ ମଧ୍ୟ ଗୃହକାର୍ଯ୍ୟ ସୁରୁଖୁରୁରେ ହୋଇପାରିନାହିଁ। ଚାଷୀ ପ୍ରସଙ୍ଗରେ ଗୃହ ଭିତରେ ପୂରା ଦିନ ବିରୋଧୀ ଦଳ ବିଜେଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri