Posted inଜାତୀୟ

ଆଦାନୀ ଗ୍ରୁପ୍‌ ବ୍ୟବସାୟ କାରବାର ବିରୋଧରେ ଟୁଲ୍‌କିଟ୍‌ର ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୨୪ା୫:ବିଶେଷଜ୍ଞମାନେ ଆଦାନୀ ଗ୍ରୁପ୍‌ର ନିର୍ଦ୍ଦିଷ୍ଟ ବ୍ୟବସାୟିକ କାର୍ଯ୍ୟ ବିରୋଧରେ ଏକ ଟୁଲ୍‌କିଟ୍‌ର ପର୍ଦ୍ଦାଫାଶ କରିଛନ୍ତି। ଏଥିରେ କମ୍ୟୁନିଷ୍ଟ ନେତା, ପାକିସ୍ତାନୀ, ଇସ୍‌ଲାମୀୟ ମୌଳବାଦୀ, ବିଲିୟନେୟାର ଜର୍ଜ ସୋରୋସ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରର ମିଳିତ ସମ୍ପୃକ୍ତି ରହିଛି। ଫାଇନାନ୍ସିଆଲ ଟାଇମ୍ସ ଏବଂ ଜର୍ଜ ସୋରେସ୍‌ଙ୍କ ସମର୍ଥତ୍ତ ଅର୍ଗାନାଇଜ୍‌ଡ କ୍ରାଇମ୍‌ ଆଣ୍ଡ କରପ୍‌ଶନ ରିପୋର୍ଟିଂ ପ୍ରୋଜେକ୍ଟ (ଓସିସିଆର୍‌ପି) ସମେତ ଗୋଟିଏ ଗୋଷ୍ଠୀ ବିଦେଶୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଉକ୍ତ ଟୁଲ୍‌କିଟ୍‌କୁ ପଦାରେ ପକାଇଛି। ୧୦ ବର୍ଷ ତଳେ ଆଦାନୀ ଗ୍ରୁପ୍‌ ଭାରତରେ କମ୍‌ ଦାମରେ ଆମଦାନି ହୋଇଥିବା ନିମ୍ନମାନର କୋଇଲାକୁ ଉଚ୍ଚ ଦରରେ ବିକ୍ରି କରୁଥିବା ଅଭିଯୋଗ ସମ୍ପର୍କରେ ରିପୋର୍ଟ ଉପରୋକ୍ତ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସାମ୍ବାଦିକ ଆନନ୍ଦ ମାଙ୍ଗନାଲେ ଉକ୍ତ ପ୍ରଚାରଧର୍ମୀ ଲେଖା ଲେଖିବା ସହ ଏହାକୁ ସମର୍ଥନ କରିଥିଲେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହାକୁ ଅନେକେ ସେମାନଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରିପୋଷ୍ଟ କରିଥିଲେ। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ବ୍ରିଟେନ୍‌ର ଫାଇନାନ୍ସିଆଲ ଟାଇମ୍ସ ମଧ୍ୟ ଏହି ଟୁଲ୍‌କିଟ୍‌ରେ ସାମିଲ ରହିଛି ଏବଂ ଏହାଦ୍ୱାରା ଆଦାନୀ ଗ୍ରୁପ୍‌ ବିରୋଧରେ ପ୍ରଚାରଧର୍ମୀ ନିବନ୍ଧ ପ୍ରକାଶ ପାଇଥିଲା। ଆଦାନୀ ଗ୍ରୁପ୍‌ ବିରୋଧରେ ଦୁଇ ବିଦେଶୀ ମିଡିଆ ସଂଗଠନ ଦି ଫାଇନାନ୍ସିଆ ଟାଇମ୍ସ ଏବଂ ଓସିସିଆର୍‌ପି ଅତୀତରେ ବାରମ୍ବାର ସମାନ ଅଭିଯୋଗ ଆଣି ସମାଲୋଚନା କରିବାରୁ ମାର୍କେଟ ଏହାକୁ ଗମ୍ଭୀରତାର ସହ ନେବା ବନ୍ଦ କରିଦେଇଥିଲା। ଫାଇନାନ୍ସିଆ ଟାଇମ୍ସର ଦୀର୍ଘଦିନ ପୁରୁଣା ଲେଖା କେବଳ କୋଳାହଳ ବୋଲି ଆମେରିକାର ଗ୍ଲୋବାଲ ବ୍ରୋକେରେଜ କାଣ୍ଟର ଫିଜ୍‌ଗେରାଲ୍ଡ କହିଛନ୍ତି।
ଆଦାନୀ ଗ୍ରୁପ୍‌ ବିରୋଧରେ ଫାଇନାନ୍ସିଆ ଟାଇମ୍ସ ବୁଧବାର ଭୋର ୪ଟା ୩୪ରେ ପ୍ରଚାରଧର୍ମୀ ଲେଖା ପୋଷ୍ଟ କରିବା ପରେ ୭ଟା ୪୯ରେ ଜଣେ ଖ୍ୟାତନାମା ସାମ୍ବାଦିକ ପ୍ରଚାରସର୍ବସ୍ବ ଲେଖା ପୋଷ୍ଟ କରିବାରୁ ଟୁଲ୍‌କିଟ ତାହାକୁ ସୋସିଆଲ ମିଡିଆରେ ଶେୟାର କରିବା ଆରମ୍ଭ କରିଥିଲା। ସେଦିନ ରାତି ୯ଟା ୪୨ରେ ଅନ୍ୟ ଜଣେ କର୍ମୀ ଓ କେତେଜଣ ଖ୍ୟାତନାମା ବ୍ୟକ୍ତି ଏହାକୁ ପୋଷ୍ଟ କରିଥିଲେ। ତେବେ ଭାରତୀୟ ଶେୟାର ବଜାର ଏହି ରିପୋର୍ଟକୁ ଗ୍ରହଣ କରି ନ ଥିବା ଜଣାପଡ଼ିଛି। କାରଣ ଗୁରୁବାର ନିଫ୍ଟରେ ଆଦାନୀ ଏଣ୍ଟରପ୍ରାଇସ୍‌ ସବୁଠୁ ଅଧିକ ଲାଭବାନ ହୋଇଛି। ଏହାର ଶେୟାର ମୂଲ୍ୟ ୭.୮୪ ପ୍ରତିଶତ ବୃଦ୍ଧି ପାଇଥିଲା। ସେହିପରି ୪.୭୩ ପ୍ରତିଶତ ବୃଦ୍ଧ ସହ ଆଦାନୀ ପୋର୍ଟସ ମଧ୍ୟ ଶୀର୍ଷ ୩ ଲାଭକାରୀ ସଂସ୍ଥା ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri