ବିଏମ୍‌ସି ଡେପୁଟି କମିଶନରଙ୍କ ନାଁରେ ଅଭିନେତ୍ରୀଙ୍କ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର,୩୧।୧(ବ୍ୟୁରୋ):ବିଏମ୍‌ସି ଦକ୍ଷିଣ-ପଶ୍ଚିମ ଜୋନ୍‌ ଡେପୁଟି କମିଶନର ଯୋଗେଶ୍ୱର ନାୟକଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। ସେ ଘରେ ପଶି ଅସଦାଚରଣ ସହ ବ୍ଲାକମେଲ୍‌ କରୁଥିବା ନେଇ ଜଣେ ଅଭିନେତ୍ରୀ ଶ୍ରୀଲିଙ୍ଗରାଜ ଥାନାରେ ତାଙ୍କ ନାମରେ ଏତଲା ଦେଇଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଡେପୁଟି କମିଶନର ଯୋଗେଶ୍ୱରଙ୍କ ବିରୋଧରେ ଏକ ମାମଲା (ନଂ.୨୭/୨୩) ରୁଜୁ କରିଛି। ଅନ୍ୟପକ୍ଷରେ ଡେପୁଟି କମିଶନର ଏହାକୁ ଖଣ୍ଡନ କରିବା ସହ ଅଭିନେତ୍ରୀ ପ୍ରିୟଙ୍କା ଦାଶଙ୍କ ନାମରେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ପ୍ରିୟଙ୍କା ତାଙ୍କଠାରୁ ନେଇଥିବା ଟଙ୍କା ମାଗିବାକୁ ଯାଇଥିବାବେଳେ ସେ ଜାତିଆଣ ଆକ୍ଷେପ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଯୋଗେଶ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ପୋଲିସ ପ୍ରିୟଙ୍କାଙ୍କ ନାମରେ ମାମଲା (୨୮/୨୩) ରୁଜୁ କରିଛି। ଜଣେ ଏସିପି ପାହ୍ୟାର ଅଧିକାରୀ ଏହି ଦୁଇ ମାମଲାର ତଦନ୍ତ କରୁଥିବା ଜଣାପଡିଛି।
ସୁନ୍ଦରପଦା ଅଞ୍ଚଳରେ ରହୁଥିବା ପ୍ରିୟଙ୍କାଙ୍କ କହିବାନୁଯାୟୀ, ସେ ବିଭିନ୍ନ ଆଲ୍‌ବମ୍‌ ଓ ସିରିଏଲ୍‌ରେ ଅଭିନୟ କରନ୍ତି। ଏଥିସହ ତାଙ୍କର ବାପୁଜୀନଗରରେ ଏକ ୟୁନିସେକ୍ସ ପାର୍ଲର ରହିଛି। ଡେପୁଟୀ କମିଶନର ଯୋଗେଶ୍ୱର ଉକ୍ତ ପାର୍ଲରକୁ ଯିବା ଆସିବା କରିବା ଭିତରେ ସେମାନଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ଥିଲା। ହେଲେ ଏହାର ସୁଯୋଗ ନେଇ ଡେପୁଟି କମିଶନର ଯୋଗେଶ୍ୱର ପ୍ରାୟ ସମୟ ତାଙ୍କ ଘରକୁ ଯିବାଆସିବା କରିବା ସହ ବିବାହ କରିବାକୁ ବାଧ୍ୟ କରନ୍ତି। ଖରାପ କାମ କରିବାକୁ କୁହନ୍ତି। ସେ ଗୋଟେ ବୁଢା ଟେ। ମୋ ବୟସ ୨୯। ତାଙ୍କୁ ମୁଁ ବାହା ହେବି କି, ଏତେ ଖରାପ ଅବସ୍ଥା ଆସିଗଲା କି ବୋଲି ପ୍ରିୟଙ୍କା ଗଣମାଧ୍ୟମ ଆଗରେ କହିଛନ୍ତି। ଏହାସହ ଯୋଗେଶ୍ୱର ତାଙ୍କ ସ୍ତ୍ରୀଙ୍କର ଗୋଟିଏ ଆଲବମ୍‌ ପାଇଁ ୨ ଲକ୍ଷ ଟଙ୍କା ଦେଇଥିବା ପ୍ରିୟଙ୍କା ସ୍ବୀକାର କରିଛନ୍ତି। ଅନ୍ୟପଟେ ଡେପୁଟି କମିଶନର ଯୋଗେଶ୍ୱରଙ୍କ କହିବାନୁସାରେ, ବ୍ୟବସାୟରେ କ୍ଷତି ହେବାରୁ ପ୍ରିୟଙ୍କା ତାଙ୍କଠାରୁ ୪ ଲକ୍ଷ ନେଇଥିଲେ। ସେହି ଟଙ୍କା ମାଗିବାକୁ ଯିବାରୁ ମିଛ ଅଭିଯୋଗ ଆଣିବା ସହ ଜାତିକୁ ଆକ୍ଷେପ କରି ଗାଳିଗୁଳଜ କରିଥିବା କମିଶନର ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ଉଭୟଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ୨ଟି ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ବୋଲି ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ଫର୍ମ ପୂରଣ କରିବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri