ବିଏମ୍‌ସି ଡେପୁଟି କମିଶନରଙ୍କ ନାଁରେ ଅଭିନେତ୍ରୀଙ୍କ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର,୩୧।୧(ବ୍ୟୁରୋ):ବିଏମ୍‌ସି ଦକ୍ଷିଣ-ପଶ୍ଚିମ ଜୋନ୍‌ ଡେପୁଟି କମିଶନର ଯୋଗେଶ୍ୱର ନାୟକଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। ସେ ଘରେ ପଶି ଅସଦାଚରଣ ସହ ବ୍ଲାକମେଲ୍‌ କରୁଥିବା ନେଇ ଜଣେ ଅଭିନେତ୍ରୀ ଶ୍ରୀଲିଙ୍ଗରାଜ ଥାନାରେ ତାଙ୍କ ନାମରେ ଏତଲା ଦେଇଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଡେପୁଟି କମିଶନର ଯୋଗେଶ୍ୱରଙ୍କ ବିରୋଧରେ ଏକ ମାମଲା (ନଂ.୨୭/୨୩) ରୁଜୁ କରିଛି। ଅନ୍ୟପକ୍ଷରେ ଡେପୁଟି କମିଶନର ଏହାକୁ ଖଣ୍ଡନ କରିବା ସହ ଅଭିନେତ୍ରୀ ପ୍ରିୟଙ୍କା ଦାଶଙ୍କ ନାମରେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ପ୍ରିୟଙ୍କା ତାଙ୍କଠାରୁ ନେଇଥିବା ଟଙ୍କା ମାଗିବାକୁ ଯାଇଥିବାବେଳେ ସେ ଜାତିଆଣ ଆକ୍ଷେପ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଯୋଗେଶ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ପୋଲିସ ପ୍ରିୟଙ୍କାଙ୍କ ନାମରେ ମାମଲା (୨୮/୨୩) ରୁଜୁ କରିଛି। ଜଣେ ଏସିପି ପାହ୍ୟାର ଅଧିକାରୀ ଏହି ଦୁଇ ମାମଲାର ତଦନ୍ତ କରୁଥିବା ଜଣାପଡିଛି।
ସୁନ୍ଦରପଦା ଅଞ୍ଚଳରେ ରହୁଥିବା ପ୍ରିୟଙ୍କାଙ୍କ କହିବାନୁଯାୟୀ, ସେ ବିଭିନ୍ନ ଆଲ୍‌ବମ୍‌ ଓ ସିରିଏଲ୍‌ରେ ଅଭିନୟ କରନ୍ତି। ଏଥିସହ ତାଙ୍କର ବାପୁଜୀନଗରରେ ଏକ ୟୁନିସେକ୍ସ ପାର୍ଲର ରହିଛି। ଡେପୁଟୀ କମିଶନର ଯୋଗେଶ୍ୱର ଉକ୍ତ ପାର୍ଲରକୁ ଯିବା ଆସିବା କରିବା ଭିତରେ ସେମାନଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ଥିଲା। ହେଲେ ଏହାର ସୁଯୋଗ ନେଇ ଡେପୁଟି କମିଶନର ଯୋଗେଶ୍ୱର ପ୍ରାୟ ସମୟ ତାଙ୍କ ଘରକୁ ଯିବାଆସିବା କରିବା ସହ ବିବାହ କରିବାକୁ ବାଧ୍ୟ କରନ୍ତି। ଖରାପ କାମ କରିବାକୁ କୁହନ୍ତି। ସେ ଗୋଟେ ବୁଢା ଟେ। ମୋ ବୟସ ୨୯। ତାଙ୍କୁ ମୁଁ ବାହା ହେବି କି, ଏତେ ଖରାପ ଅବସ୍ଥା ଆସିଗଲା କି ବୋଲି ପ୍ରିୟଙ୍କା ଗଣମାଧ୍ୟମ ଆଗରେ କହିଛନ୍ତି। ଏହାସହ ଯୋଗେଶ୍ୱର ତାଙ୍କ ସ୍ତ୍ରୀଙ୍କର ଗୋଟିଏ ଆଲବମ୍‌ ପାଇଁ ୨ ଲକ୍ଷ ଟଙ୍କା ଦେଇଥିବା ପ୍ରିୟଙ୍କା ସ୍ବୀକାର କରିଛନ୍ତି। ଅନ୍ୟପଟେ ଡେପୁଟି କମିଶନର ଯୋଗେଶ୍ୱରଙ୍କ କହିବାନୁସାରେ, ବ୍ୟବସାୟରେ କ୍ଷତି ହେବାରୁ ପ୍ରିୟଙ୍କା ତାଙ୍କଠାରୁ ୪ ଲକ୍ଷ ନେଇଥିଲେ। ସେହି ଟଙ୍କା ମାଗିବାକୁ ଯିବାରୁ ମିଛ ଅଭିଯୋଗ ଆଣିବା ସହ ଜାତିକୁ ଆକ୍ଷେପ କରି ଗାଳିଗୁଳଜ କରିଥିବା କମିଶନର ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ଉଭୟଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ୨ଟି ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ବୋଲି ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri