ଅକ୍ଷୟଙ୍କ ସହ କାମ କରିବାକୁ ଅମଙ୍ଗ ହୁଅନ୍ତି ଏସବୁ ନାୟିକା, ମୁହଁରେ କରନ୍ତି ନା’

ବମ୍ବେ: ବଲିଉଡ୍‌ର ଖିଲାଡି କିଙ୍ଗ ଅକ୍ଷୟ କୁମାରଙ୍କ ଡିମାଣ୍ଡ କାହିଁରେ କେତେ। ସେ ଯେଉଁ ଫିଲ୍ମରେ ଅଭିନୟ କରନ୍ତି ତାହା ହିଟ୍‌ ହୋଇଥାଏ ବୋଲି ନିର୍ମାତା ବିଶ୍ୱାସ କରନ୍ତି। ଏହାକୁ ନେଇ ତାଙ୍କ ସହ କାମ କରିବାକୁ ନାୟିକାମାନେ ଚାହିଁ ରହିଥାନ୍ତି। ହେଲେ ବଲିଉଡ୍‌ରେ କିଛି ସୁନ୍ଦରୀ ଅଭିନେତ୍ରୀ ଏଭଳି ଅଛନ୍ତି ଯେଉଁମାନେ ଅଭିନେତାଙ୍କ ସହ କାମ କରିବାକୁ ରାଜି ହୋଇ ନ ଥାନ୍ତି।

ତାଲିକାରେ ପ୍ରଥମ ନାମ ହେଉଛି ରବିନା ଟଣ୍ଡନଙ୍କର। ଏକଦା ଦୁହେଁ ପ୍ରେମରେ ଥିଲେ। ବ୍ରେକ୍‌ଅପ୍‌ ପରେ ରବିନା ଅଭିନେତାଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ଏବେ କିନ୍ତୁ ସେ ‘ଓ୍ବେଲକମ୍‌ ୩’ରେ ଅକ୍ଷୟଙ୍କ ସହ କାମ କରିପାରନ୍ତି ବୋଲି କୁହାଯାଉଛି।

ଦିନ ଥିଲା ଶିଳ୍ପା ସେଟ୍ଟୀ ଅକ୍ଷୟଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ହେଲେ ଦୁହେଁ ଅଲଗା ହେବା ପରଠାରୁ ଏକାଠି କାମ କରିବାକୁ ନାକ ଟେକୁଛନ୍ତି ସେ।

ଦିଶା ପଟାନୀ ଏକଦା ଅକ୍ଷୟଙ୍କ ମଲ୍ଟିଷ୍ଟାରର୍‌ ଫିଲ୍ମରେ କାମ କରିବାକୁ ମନା କରି ଚର୍ଚ୍ଚାକୁ ଆସିଥିଲେ। କାରଣ ସେ ଦ୍ୱିତୀୟ ନାୟିକା ହେବାକୁ ଚାହୁଁ ନ ଥିଲେ।

ପ୍ରିୟଙ୍କା ଚୋପ୍ରାଙ୍କ ସହ ସମ୍ପର୍କକୁ ପଦାକୁ ଆସିବା ପରେ ତାଙ୍କ ସହ ଅଭିନୟ କରିବାକୁ ଅଭିନେତ୍ରୀ ମନା କରିଥିଲେ। କଙ୍ଗନା ମଧ୍ୟ ଅକ୍ଷୟଙ୍କ ଫିଲ୍ମରେ କାମ କରିବାକୁ ଇଚ୍ଛା ନ ଥିବା କହିଛନ୍ତି।

ରାଣୀ ମୁଖାର୍ଜୀ-ଅକ୍ଷୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଏବେ ଯାଏ ଚାଲିଛି। ଏଣୁ ଅଭିନେତ୍ରୀ ଅକ୍ଷୟଙ୍କ ଫିଲ୍ମ କରି ନ ଥାନ୍ତି।
କରିସ୍ମା କପୁର ମଧ୍ୟ ଅକ୍ଷୟଙ୍କ ସହ ଫିଲ୍ମ କରିବାକୁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri