ପିଲାଦିନେ ୫ ଥର ବଳାତ୍କାରର ଶିକାର ହୋଇଥିଲେ ଏହି ଅଭିନେତ୍ରୀ…

ମୁମ୍ବାଇ,୧୩।୩: ଥରେ ନୁହେଁ ପିଲାଦିନେ ତାଙ୍କୁ ପାଞ୍ଚ ପାଞ୍ଚ ଥର ବଳାତ୍କାର କରାଯାଇଥିଲା। ଏଭଳି  ଚାଞ୍ଚଲ୍ୟକର ଅକୁହା କଥା ପାକିସ୍ତାନୀ ଅଭିନେତ୍ରୀ ତଥା ସଲମାନ ଖାଁଙ୍କର ଗର୍ଲଫ୍ରେଣ୍ଡ ସୋମୀ ଅଲ୍ଲୀ ଏକ ସାକ୍ଷାତ୍‌କାରରେ କହିଛନ୍ତି। ସୋମୀଙ୍କୁ ୫ ବର୍ଷ ବୟସ ହୋଇଥିବାବେଳେ ସେ ୩ ଥର ବଳାତ୍କାରର ଶିକାର ହୋଇଥିଲେ। ସେତେବେଳେ ସେ ପାକିସ୍ତାନରେ ଥିଲେ। ସର୍ଭେଣ୍ଟ୍‌ କ୍ୱାଟରରେ ତାଙ୍କ ପ୍ରତି ଏଭଳି ବ୍ୟବହାର କରାଯାଇଥିଲା। ସେହିପରି ୯ ବର୍ଷ ଏବଂ ୧୪ ବର୍ଷରେ ମଧ୍ୟ ତାଙ୍କୁ ବଳାତ୍କାର କରାଯାଇଥିଲା। ଏସମ୍ପର୍କରେ ସେ ମାତାପିତାଙ୍କୁ ଜଣାଇଥିଲେ। ଏନେଇ ପ୍ରତିଥର ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସେହିପରି ତାଙ୍କୁ ବହୁ ଥର ଯୌନ ଶୋଷଣ କରାଯାଇଥିବା ସୋମୀ କହିଛନ୍ତି। ଏବେ ସୋମୀ ବଳାତ୍କାର ପୀଡ଼ିତାଙ୍କ ପାଇଁ ଏକ ସ୍ବେଛାସେବୀ ସଂଗଠନ ଚଳାଉଛନ୍ତି। ନିଜ ଦୁଃଖ ସୋମୀ ପ୍ରକାଶ କରି ବେଶ୍‌ ଭାବୁକ ହୋଇଥିବା ସାକ୍ଷାତକାରରେ ଦେଖିବାକୁ ମିଳିଥିଲା।

Share