ପ୍ରଶଂସକଙ୍କୁ ପାଣି ପିଇବାର ସଠିକ୍‌ ପ୍ରକ୍ରିୟା ଶିଖାଇଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଷ୍ଟାଇଲିଷ୍ଟ ଅଭିନେତ୍ରୀ ମଲାଇକା ଅରୋରା ନିଜ ଷ୍ଟାଇଲ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ମଲାଇକାଙ୍କ ପ୍ରାୟ ସମୟରେ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ। ଫିଟ୍‌ନେସ୍‌ ମାମଲାରେ ସବୁବେଳେ ଟପ୍‌ରେ ରହୁଥିବା ଏହି ଅଭିନେତ୍ରୀ ଜଣଙ୍କ ନିଜ ପ୍ରଶଂସକଙ୍କୁ ମଧ୍ୟ ଫିଟ୍‌ ରହିବାକୁ ପରାମର୍ଶ ଦେଇଥାନ୍ତି। ନିକଟରେ ମଲାଇକା ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ନିଜ ପ୍ରଶଂସକଙ୍କୁ ପାଣି ପିଇବାର ସଠିକ୍‌ ପ୍ରକ୍ରିୟା ବିଷୟରେ ଜଣାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହାକୁ ୮ଲକ୍ଷରୁ ଉର୍ଦ୍ଧ୍ୱ ଥର ଦେଖାଯାଇସାରିଛି। ସୂଚନା ମୁତାବକ ମଲାଇକା ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି କହିଛନ୍ତି, ସବୁବେଳେ ବସିକି ପାଣି ପିଇବା ଉଚିତ, ଠିଆ ହୋଇକି ନୁହେଁ। ଏଭଳି କରିବା ପଛରେ ସେ ବୈଜ୍ଞାନିକ କାରଣ ଦର୍ଶାଇଛନ୍ତି। ବସିକି ପାଣି ପିଇବା ଶରୀର ପାଇଁ ହିତକାରକ ହୋଇଥିବା ବେଳେ ଏହା ଶରୀରକୁ ଭଲଭାବେ ହାଇଡ୍ରେଟ କରିଥାଏ ବୋଲି ସେ କହିଛନ୍ତି। ତେବେ ମଲାଇକାଙ୍କ ଏହି ଭିଡିଓକୁ ପ୍ରଶଂସକ ଲାଇକ୍‌ କରିବା ସହ କମେଣ୍ଟ ମଧ୍ୟ କରିଛନ୍ତି।

Share