ଭୟଙ୍କର ରୋଗରେ ପୀଡ଼ିତ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ପ୍ରଭୁଙ୍କ ପରେ ଏବେ ଆଉ ଜଣେ ତେଲୁଗୁ ଅଭିନେତ୍ରୀ ଭୟଙ୍କର ରୋଗରେ ପୀଡ଼ିତ। ଯିଏ କି ନିକଟରେ ‘ଭାରତ ଯୋଡ଼ୋ ଯାତ୍ରା’ରେ ରାହୁଲ ଗାନ୍ଧୀଙ୍କ ସହ ଖୁସିରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ଏହି ଅଭିନେତ୍ରୀଙ୍କ ନାଁ ପୁନମ କୌର।

ପୁନମ ଗତ ନଭେମ୍ବର ୧୨ରେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଯେତେବେଳେ ସେ ବ୍ରହ୍ମା କୁମାରୀ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ଯାଉଥିଲେ। ଏହା ପରେ ଚିକିତ୍ସା ପାଇଁ ସେ କେରଳ ଯାଇଥିଲେ। ସେ ଫାଇବ୍ରୋମିଆଲଜିଆ ନାମକ ଏହି ବିରଳ ରୋଗରେ ପୀଡ଼ିତ ଥିବା ଜାଣିବାକୁ ମିଳିଛି। କେରଳରେ କିଛି ଆୟୁର୍ବେଦିକ ଚିକିତ୍ସା ପରେ ପୁନମ ପୁଣି ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ପରେ ସେ ମୁମ୍ବାଇ ଯାଇଥିଲେ।‘ଫାଇବ୍ରୋମିଆଲଜିଆ’ ହେଉଛି ଏକ ବିରଳ ମାଂସପେଶୀ ଜନିତ ରୋଗ। ଏନେଇ ପୁନମ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏହା ତୁରନ୍ତ ଆରୋଗ୍ୟ ହୋଇପାରିବ ନାହିଁ। ଏହା କେବେ ସ୍ଥିର ହେବ ଏବଂ କେତେ ସମୟ ଲାଗିବ ସେ ବିଷୟରେ କିଛି କୁହାଯାଇପାରିବ ନାହିଁ। ଯେହେତୁ ମାୟୋସିଟିସ ମାଂସପେଶୀର ଗତିକୁ ପ୍ରଭାବିତ କରେ, ଫାଇବ୍ରୋମିଆଲଜିଆରେ ମାଂସପେଶୀ ଯନ୍ତ୍ରଣା ହୁଏ ବୋଲି କୁହାଯାଏ। ଏପରିକି ଏହି ରୋଗ ସ୍ମୃତି ଏବଂ ମସ୍ତିଷ୍କର ଅନ୍ୟାନ୍ୟ କାର୍ଯ୍ୟକୁ ପ୍ରଭାବିତ କରିଥାଏ

ପୁନମଙ୍କର ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ତୁରନ୍ତ ଚିକିତ୍ସା ଏବଂ ଆରାମ ସହିତ ବିପଦରୁ ଦୂରେଇ ରହିଛି। ଆଶା କରାଯାଉଛି ସେ ଶୀଘ୍ର ସୁସ୍ଥ ହୋଇଯିବେ। ନିକଟରେ ପୁନମ ତେଲୁଗୁ ଫିଲ୍ମ ‘ନାଥିଚରାମି’ରେ ଅଭିନୟ କରିଛନ୍ତି।

Share