ଶେଷରେ ମାଗିଲେ କ୍ଷମା

ବମ୍ବେ: ଭଗବାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିବା ପରେ କ୍ଷମା ମାଗିଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ। ତାଙ୍କ ଅନ୍ତଃବସ୍ତ୍ର ସାଇଜ୍‌ ଭଗବାନ ନେଉଛନ୍ତି ବୋଲି ସେ କହିଥିଲେ। ଏହାକୁ ନେଇ ଶ୍ୱେତାଙ୍କ ନାମରେ ଭୋପାଳର ଶ୍ୟାମଳା ହିଲ୍ସ ପୋଲିସ ଷ୍ଟେଶନରେ ମାମଲା ରୁଜୁ ହୋଇଥିଲା। ଏଥିସହ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଥିଲା। ଶେଷରେ ସେ ମନ୍ତବ୍ୟକୁ ନେଇ ମୁହଁ ଖୋଲି କ୍ଷମା ମାଗିଛନ୍ତି।

ଶ୍ୱେତା କହିଛନ୍ତି, ସେ ଭଗବାନ ଶବ୍ଦର ବ୍ୟବହାର ଅଭିନେତା ସୌରଭ ରାଜ ଜୈନଙ୍କ ପାଇଁ ବ୍ୟବହାର କରିଥିଲେ। ସେ ତାଙ୍କ ପୂର୍ବ ଭୂମିକା ଭଗବାନଙ୍କ କରିଥିଲେ। ଏଥିଲାଗି ତାଙ୍କୁ ସେହି ନାମରେ ଡାକିଥିଲେ। ହେଲେ ଏହାକୁ ଭୁଲ ବୁଝାଯାଇଛି। ସମ୍ପୂର୍ଣ୍ଣ ଭିଡିଓ ଦେଖାଗଲେ ସମସ୍ତଙ୍କର ଧାରଣା ପରିବର୍ତ୍ତନ ହେବ। ସେ ଜଣେ ଭଗବାନ ବିଶ୍ୱାସୀ। ଏଣୁ ସେ ଧାର୍ମିକ ଭାବନାକୁ କଷ୍ଟ ଦେବା ଭଳି କିଛି ବି କହିପାରିବେ ନାହିଁ। ସମ୍ପୂର୍ଣ୍ଣ କଥାରୁ ଅଲଗା କରିଦିଆଯାଇଥିବାରୁ ଲୋକମାନଙ୍କ ଭାବନାକୁ ଆଘାତ ଦେଇଛି। ଯେଉଁଥିପାଇଁ ସେ କ୍ଷମା ମାଗୁଥିବା କହିଛନ୍ତି।

Share