ଶ୍ରୀୟାଙ୍କ ଦେଶୀ ଲୁକ୍‌

ମୁମ୍ବାଇ: ଫିଲ୍ମ ଆରଆର୍‌ଆର୍‌ରେ ଅଜୟ ଦେବଗନଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଥିବା ଶ୍ରୀୟା ଶରଣ ଏବେ କାମକୁ ଫେରିଛନ୍ତି। ଏବେ ସେ ଅପ୍‌କମିଂ ଫିଲ୍ମର ଶୁଟିଂ କରୁଛନ୍ତି। ଏହା ମଧ୍ୟରେ ସେ ଶୁଟିଂସେଟ୍‌ର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ଲୁକ୍‌ ଦେଖି ପ୍ରଶଂସକ ପାଗଳ ହୋଇଉଠିଛନ୍ତି।

ନିକଟରେ ତାଙ୍କୁ ଫ୍ୟାମିଲି ଭ୍ୟାକେଶନରେ ଏନ୍‌ଜୟ କରୁଥିବା ଦେଖିବାକୁ ମିଳିଥିଲା। ଏବେ ସେ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରୁ ସମୟ ବାହାର କରି ସେ ତାଙ୍କ ଆଗାମୀ ଫିଲ୍ମର କିଛି ଝଲକ୍‌ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଫଟୋ ଶେୟାର କରି ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ଏକ ଫିଲ୍ମ ପାଇଁ ଫଟୋଗୁଡ଼ିକ ଉଠା ଯାଇଥିଲା। ଆଶା କରେ ତୁମର ସମସ୍ତ ସ୍ବପ୍ନ ପୂରଣ ହେବ। ପ୍ରାର୍ଥନା କରୁଛି ଯେ, ତୁମର ସ୍ବପ୍ନ ସକାରାତ୍ମକ ରୂପରେ ପ୍ରକାଶ ହେଉ ଏବଂ ତାହା ବାସ୍ତବତାରେ ପରିଣତ ହେଉ। ବିଶ୍ୱାସ ଆମର ଜୀବନ୍ତ ହେଉ।

ବର୍ତ୍ତମାନ ପ୍ରଶଂସକମାନେ ଶ୍ରୀୟାଙ୍କ ସୌନ୍ଦର୍ଯ୍ୟରେ ଏତେ ଆକର୍ଷିତ ଯେ, ସେମାନେ ତାଙ୍କୁ ପାଇବାକୁ ଇଚ୍ଛା କରୁଛନ୍ତି।
କିଛି ୟୁଜର ତାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରିଥିବା ବେଳେ ଆଉ କିଛି ୟୁଜର ତାଙ୍କୁ ସ୍ବପ୍ନର ସ୍ତ୍ରୀ ବୋଲି କହିଛନ୍ତି। ଶ୍ରୀୟା ଏହି ଫଟୋରେ ତାଙ୍କ କପାଳରେ ଏକ ବଡ଼ ଟିକିଲି, ହାତରେ ପ୍ଲେନ୍‌ ଚୁଡ଼ି, ବେକରେ ମଙ୍ଗଳସୁତ୍ର ପିନ୍ଧି ଦେଶୀ ଲୁକ୍‌ରେ ନଜର ଆସିଛନ୍ତି।
ୟୁଜରମାନେ ଗ୍ଲାମରସ ଅପେକ୍ଷା ଶ୍ରୀୟାଙ୍କ ଦେଶୀ ଲୁକ୍‌କୁ ଖୁବ୍‌ ପସନ୍ଦ କରିଛନ୍ତି।

Share