ଏହି ଅଭିନେତ୍ରୀ କରୋନା ପଜିଟିଭ: ହସ୍ପିଟାଲରେ ଭର୍ତ୍ତି

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ରେନୁ ପାରିଖ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ଟୁଇଟରରେ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ ତାଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିଥିଲା। ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏଥିସହ ସମସ୍ତେ ସୁରଧିତ ରୁହନ୍ତୁ ବୋଲି ସେ କହିଛନ୍ତି। ଶ୍ରେନୁ ସର୍ବଗୁଣା ସମ୍ପନ୍ନ, ଇଶ୍କବାଜ, ଇସ୍‌ ପ୍ୟାର କୋ କ୍ୟା ନାମ ଦୁଁ, ଦିଲ୍‌ ବୋଲେ ଓବରୟ ଆଦି ଧାରାବାହିକରେ ଅଭିନୟ କରିସାରିଛନ୍ତି।

Share