ସ୍ବାମୀଙ୍କ ଗିରଫ ପରେ ପ୍ରଥମଥର ମୁହଁ ଖୋଲିଲେ ଶିଳ୍ପା ସେଟ୍ଟୀ: କହିଲେ ଏମିତି କଥା

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରାଜ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରି ଆପରେ ଅପଲୋଡ କରିଥିବା ଅଭିଯୋଗ ହୋଇଛି। ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚର ସମ୍ପତ୍ତି ସେଲରେ ଦୀର୍ଘ ଦିନ ଧରି ପଚରାଉଚରା ପରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା। ଏହି ମାମଲାରେ ମୁମ୍ବାଇ ପୋଲିସ ରାଜକୁ ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ବିଚାର କରୁଛି। ରାଜ ମୁମ୍ବାଇ ପୋଲିସର କ୍ରାଇମ ଶାଖାରେ ଅଛନ୍ତି ଏବଂ ଆଜି ତାଙ୍କ ହେପାଜତର ଶେଷ ଦିନ। ସ୍ବମୀ ଗିରଫ ହେବା ପରଠାରୁ ଶିଳ୍ପା ଶେଟ୍ଟୀଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରାଯାଉଛି ଏବଂ ତାଙ୍କ ଉପରେ ମେମ ପ୍ରସ୍ତୁତ କରାଯାଉଛି। ସ୍ବାମୀ ଗିରଫ ହେବା ପରେ ଶିଳ୍ପା ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି।
ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ବହିର ଫଟୋ ଶେୟାର କରିଛନ୍ତି। ଆଗକୁ ବଢିବା ଏବଂ ଆହ୍ବାନର ସମ୍ମୁଖୀନ ହେବା କଥା ସେଥିରେ କୁହାଯାଇଛି। ଏହାର ଆରମ୍ଭରେ ଲେଖା ଅଛି, କ୍ରୋଧରେ ପଛକୁ ଯାଅ ନାହିଁ କିମ୍ବା ଭୟରେ ଆଗକୁ ଦେଖ ନାହିଁ, କିନ୍ତୁ ସଚେତନତା ଭାବରେ ଦେଖ।
ଶିଳ୍ପା ଶେଟ୍ଟୀଙ୍କ ପୋଷ୍ଟରେ ଆହୁରି ଲେଖାଅଛି, ଯେଉଁମାନେ ଆମକୁ ଆଘାତ ଦେଇଛନ୍ତି ସେମାନଙ୍କ ଉପରେ ଆମେ ରାଗୁ। ଆମେ ନିରାଶା ଅନୁଭବ କରୁ, ଦୁର୍ଭାଗ୍ୟକୁ ଆମେ ସହୁ। ଆମେ ସବୁବେଳେ ଭୟରେ ଥାଉ ଯେ ଆମେ ଚାକିରି ହରାଇ ଦେବା, କିଛି ରୋଗର ଶିକାର ହେବା କିମ୍ବା କାହାର ମୃତ୍ୟୁରେ ଦୁଃଖିତ ହେବା। ଆମେ ଯେଉଁ ସ୍ଥାନରେ ରହିବା ଆବଶ୍ୟକ ତାହା ଏଠାରେ ଅଛି। ମୁଁ ସେତେବେଳେ ଦୀର୍ଘ ନିଃଶ୍ୱାସ ନିଏ ଯେତେବେଳେ ମୁଁ ଜାଣେ, ଜୀବିତ ଅଛି ଏବଂ ଏଥିପାଇଁ ନିଜକୁ ଭାଗ୍ୟଶାଳୀ ଅନୁଭବ କରେ। ମୁଁ ଆଗରୁ ମଧ୍ୟ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ଭବିଷ୍ୟତରେ ବି ଚ୍ୟାଲେଞ୍ଜର ସାମ୍ନା କରି ବଞ୍ଚିବି। ଜୀବନ ବଞ୍ଚିବାପାଇଁ ମୋତେ କେହି ବାଧା ଦେଇପାରିବେ ନାହିଁ। ଶିଳ୍ପାଙ୍କ ଏହି ପୋଷ୍ଟ ଦେଖି ତାଙ୍କ ଯନ୍ତ୍ରଣା ବିଷୟରେ ବୁଝି ହେଉଛି।

Share