ଅଭିନେତ୍ରୀଙ୍କୁ ୩ ବର୍ଷ ଜେଲ୍‌: ମହିଳାଙ୍କୁ ଏହି କାମ ପାଇଁ ପକାଉଥିଲେ ଚାପ

ଆମେରିକାର ପ୍ରସିଦ୍ଧ ଅଭିନେତ୍ରୀ ଆଲିସନ ମ୍ୟାକଙ୍କୁ ତିନି ବର୍ଷ ଜେଲ୍‌ ହୋଇଛି। ଝିଅମାନଙ୍କୁ ଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ଚାପ ପକାଉଥିବା ଆଲିସାନଙ୍କ ନାଁରେ ଅଭିଯୋଗ ହୋଇଥିଲା। ବ୍ରୁକଲିନ୍‌ର ଫେଡେରାଲ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ସେପ୍ଟେମ୍ବର ୨୯ରୁ ତାଙ୍କ ଦଣ୍ଡାଦେଶ ଆରମ୍ଭ ହେବ ବୋଲି ଜଣାପଡିଛି। କୋର୍ଟରେ, ମ୍ୟାକ ବିଚାରପତିମାନଙ୍କୁ ମଧ୍ୟ କହିଥିଲେ ଯେ, ସେ ତାଙ୍କ କାର୍ଯ୍ୟକଳାପରେ ଅନୁତାପ କରୁଛନ୍ତି। ଦଣ୍ଡାଦେଶ ପୂର୍ବରୁ ଆଲିସନ ପୀଡିତା ଏବଂ ସେମାନଙ୍କ ପରିବାରବର୍ଗଙ୍କୁ କାନ୍ଦି କାନ୍ଦି କହିଥିଲେ ଯେ ଯୌନ ବ୍ୟବସାୟ ଗୋଷ୍ଠୀରେ ଥିବାବେଳେ ତାଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ଘୃଣ୍ୟ ଏବଂ ବେଆଇନ ଅଟେ। ଯୌନ କାରବାର ତଥା ଅନ୍ୟାନ୍ୟ ଅପରାଧ ପାଇଁ ୧୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଏନ୍‌ଏକ୍ସଆଇ ଭିଏମ୍‌ (NXIVM) ନେତା କିଥ ରେନାୟାର ତାଙ୍କୁ ଏହି କାର୍ଯ୍ୟ କରିବାକୁ ବାଧ୍ୟ କରୁଥିଲେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କିଥ NXIVM ନାମକ ଏକ ସଂଗଠନ ଗଠନ କରିଥିଲେ ଏବଂ ଏଥିରେ ସମସ୍ତେ ମହିଳା କର୍ମୀ ଥିଲେ। ଏହି ସଂଗଠନରେ ମହିଳାଙ୍କ ସହ ପଶୁଙ୍କ ପରି ବ୍ୟବହାର କରାଯାଉଥିଲା। ସମ୍ପୃକ୍ତ ମହିଳାମାନେ କିଥଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ହୋଇଥିଲେ। ଏଥିରେ ଆଲିସନ ସେମାନଙ୍କୁ ସାହାଯ୍ୟ କରୁଥିଲେ ଏବଂ ଝିଅମାନଙ୍କୁ ଚୋରା ଚାଲାଣ କରି ସଂଗଠନରେ ଯୋଗ ଦେବାକୁ ବାଧ୍ୟ କରୁଥିଲେ। ଡବ୍ଲୁବି ଟେଲିଭିଜନ ସିରିଜ ସ୍ମଲଭିଲେ ପ୍ରୋଗ୍ରାମ ସହିତ ଆଲିସନ ମ୍ୟାକ ବହୁତ ଲୋକପ୍ରିୟ। ଆଲିସନ ପ୍ରାୟତଃ ୱେବ ସିରିଜରେ କାମ କରନ୍ତି।

Share