ବିମାନରେ ରୋମାଣ୍ଟିକ୍‌ ହେଲେ ଅଭିନେତ୍ରୀ

ପାକିସ୍ତାନ ଅଭିନେତ୍ରୀ ଇକ୍‌ରା ଅଜିଜ୍‌ ବେଶ୍‌ ପ୍ରସିଦ୍ଧ। ଏହି ଟେଲି ଅଭିନେତ୍ରୀଙ୍କର ଅନେକ ପ୍ରଶଂସକ ବି ରହିଛନ୍ତି। ଏପରିକି ତାଙ୍କ ଇନ୍‌ଷ୍ଟାଗ୍ରାମରେ ୯୩ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଏବେ ଇକ୍‌ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି।

ଏହି ଭିଡିଓ ଯୋଗୁ ସେ ଟ୍ରୋଲ୍‌ ମଧ୍ୟ ହୋଇଛନ୍ତି। କାରଣ ପାକିସ୍ତାନୀ ୟୁଜରମାନେ ଏହି ଅଭିନେତ୍ରୀଙ୍କ ଭିଡିଓକୁ ଆଦୌ ପସନ୍ଦ କରୁନାହାନ୍ତି। ଇକ୍‌ରା ତାଙ୍କ ସ୍ବାମୀ ୟାସିର ହୁସେନଙ୍କ ସହିତ ବିମାନରେ ଯାତ୍ରା କରୁଥିବାର ନଜର ଆସିଛନ୍ତି। ଉଭୟଙ୍କର ଡିସେମ୍ବର ୨୮ରେ ବିବାହ ବାର୍ଷିକୀ ଥିଲା। ତାଙ୍କ ବିବାହକୁ ୩ ବର୍ଷ ପୂରିଛି। ତେବେ ଇକ୍‌ରା ବିମାନ ମଧ୍ୟରେ ସ୍ବାମୀଙ୍କ ସହ ରୋମାଣ୍ଟିକ୍‌ ହୋଇଥିବା ଦେଖିବାକୁ ମିଳିଛି। ଯାହାକୁ ୟୁଜରମାନେ ନାପସନ୍ଦ କରିଛନ୍ତି।

Share