ରକୁଲ୍‌ଙ୍କ ଖୁସି

ରକୁଲ୍‌ ପ୍ରୀତ୍‌ ସିଂଙ୍କ ଖୁସି କହିଲେ ନ ସରେ। କାରଣ ସେ ଯାହା ଆଶା କରୁଥିଲେ ତାହା ପୂରଣ ହୋଇଛି। କଥା କ’ଣ ଅଜୟ ଦେବଗନଙ୍କ ସହ ସେ ‘ଦେ ଦେ ପ୍ୟାର୍‌ ଦେ’ରେ ଅଭିନୟ କରିଥିଲେ। ଏବେ ସେ ପୁଣି ଥରେ ତାଙ୍କ ସହ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି। ପ୍ରଯୋଜକ ଇନ୍ଦ୍ର କୁମାରଙ୍କ ଆଗାମୀ ଅନଟାଇଟଲଡ୍‌ ଫିଲ୍ମର ନାୟିକା ଭୂମିକା ପାଇଁ ତାଙ୍କୁ ସାଇନ୍‌ କରାଯାଇଛି। ଫିଲ୍ମଟି କମେଡି କାହାଣୀକୁ ଆଧାର କରି ନିର୍ମିତ ହେବାକୁ ଯାଉଛି। ରକୁଲ ୨୦୧୪ରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ଆଉ ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ ସିନେମା ଥିଲା ‘ୟାରିୟଁା’। ବର୍ତ୍ତମାନ ସେ ଏକ ଅନଟାଇଟଲଡ୍‌ ଫିଲ୍ମରେ ଅଭିନୟ କରୁଛନ୍ତି। କରୋନା ନିୟମାବଳୀ ଅନୁସରଣ କରି ଫିଲ୍ମ ଶୁଟିଂ ପାଇଁ ଅନୁମତି ମିଳିବା ପରେ ଏହାର ଶୁଟିଂ ଗୋରେଗାଓସ୍ଥିିତ ଫିଲ୍ମସିଟିରେ ଚାଲୁ ରହିଛି। ଏଥିରେ ରକୁଲ୍‌ଙ୍କ ନାୟକ ସାଜିଛନ୍ତି ଅର୍ଜୁନ କପୁର।

Share